ETV Bharat / bharat

ବିପଦରେ ଚେରାପୁଞ୍ଜିର ପରିଚୟ, ସିଲଂରେ ବୃକ୍ଷରୋପଣ ଡ୍ରାଇଭ ଲଞ୍ଚ କଲେ ଶାହ - ବୃକ୍ଷରୋପଣ ଡ୍ରାଇଭ

ମେଘାଳୟର ଚେରାପୁଞ୍ଜିରେ ଆବଶ୍ୟକ ମୁତାବକ କମ ବର୍ଷା ହେଉଛି । ଫଳରେ ଏହି ସ୍ଥାନ ଦେଶର ସର୍ବାଧିକ ବର୍ଷା ହେଉଥିବା ସ୍ଥାନର ପରିଚୟ ଲୋପ ପାଉଛି । ଏହାକୁ ପୁଣି ନିଜର ପରିଚୟ ଦେବା ପାଇଁ ବୃକ୍ଷରୋପଣ ଡ୍ରାଇଭ ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ...

ଶାହଙ୍କ ଦକ୍ଷିଣପୂର୍ବାଞ୍ଚଳ ଗସ୍ତ, ଆସାମରେ ଲଞ୍ଚ କଲେ ବୃକ୍ଷରୋପଣ ଡ୍ରାଇଭ

author img

By

Published : Jul 25, 2021, 4:40 PM IST

ସିଲଂ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ଦକ୍ଷିଣ ପୂର୍ବାଞ୍ଚଳର ୨ ଦିନିଆ ଗସ୍ତରେ ରହିଛନ୍ତି । ଆଜି(ରବିବାର) ଶାହ ବୃକ୍ଷରୋପଣ ପାଇଁ ଆସାମ ରାଇଫଲ୍ସର ଗ୍ରୀନ ସୋହରା ପ୍ଲାଣ୍ଟେସନ ଡ୍ରାଇଭକୁ ମେଘାଳୟର ସିଲଂଠାରେ ଲଞ୍ଚ କରିଛନ୍ତି । ଏହାରି ମଧ୍ୟରେ ଆଗାମୀ ୩ ବର୍ଷ ପାଇଁ ଏହି ଅଞ୍ଚଳରେ ୧୦ଲକ୍ଷ ବୃକ୍ଷରୋପଣ କରାଯାଇ ୧୦୦୦ ହେକ୍ଟର ଜଙ୍ଗଲ ତିଆରି କରାଯିବ ବୋଲି ଶାହ କହିଛନ୍ତି ।

  • Launched the 'Green Sohra Afforestation Campaign'.

    Sohra which was earlier known for its greenery has witnessed rampant deforestation in the past few decades.

    I am sure that this joint campaign of the @official_dgar and the Meghalaya govt will restore the greenery of Sohra. pic.twitter.com/kzVbYW6d0I

    — Amit Shah (@AmitShah) July 25, 2021 " class="align-text-top noRightClick twitterSection" data=" ">

ଏହି ବୃକ୍ଷରୋପଣ ପାଇଁ ସରକାର ୫୦୦ କୋଟି ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ଶାହ କହିଛନ୍ତି ଯେ ଦେଶର ସୁରକ୍ଷା କରୁଥିବା CRPF ଯବାନମାନେ ମଧ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ରହି ପରିବେଶର ଯତ୍ନ ନେଉଛନ୍ତି । ସେମାନେ ଦେଶବାସୀଙ୍କ ସମେତ ଗତ ୨ ବର୍ଷ ଧରି ପରିବେଶର ମଧ୍ୟ ଯତ୍ନ ନେଉଛନ୍ତି । ଏଥିଲାଗି ଦେଶବାସୀଙ୍କୁ ମଧ୍ୟ ପରିବେଶର ଯତ୍ନ ନେବା ଆବଶ୍ୟକ । ମେଘାଳୟର ଚେରାପୁଞ୍ଜିଠାରେ ଗତ ୨୫ରୁ ୩୦ ବର୍ଷ ମଧ୍ୟରେ ଆବଶ୍ୟକ ମୁତାବକ କମ ବର୍ଷା ହେଉଛି ।

ଏହାସହିତ ଚେରାପୁଞ୍ଜିର ଗ୍ରୀନ ଷ୍ଟାଟସ ମଧ୍ୟ କମିଛି । ଏଠାରେ ଜଙ୍ଗଲ ହ୍ରାସ ପାଉଥିବାରୁ ଏଭଳି ହେଉଛି ବୋଲି ସେ କହିଛନ୍ତି । ତେବେ ଚେରାପୁଞ୍ଜିକୁ ପୁଣି ଶସ୍ୟଶ୍ୟାମଳାରେ ଭରପୂର କରିବା ପାଇଁ ଆମକୁ ବୃକ୍ଷରୋପଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ମେଘାଳୟ ରାଜ୍ୟ ବର୍ଷା ପାଇଁ ଦେଶରେ ପରିଚିତ । କାରଣ ଚେରାପୁଞ୍ଜିରେ ସବୁଠୁ ଅଧିକ ବର୍ଷା ହୋଇଥାଏ । କିନ୍ତୁ ସମୟକ୍ରମେ ଏଠାରେ ବର୍ଷା କମିଛି । ଏଣୁ କେନ୍ଦ୍ର ସରକାର, ଆସାମ ରାଇଫଲ୍ସ ପାରାମିଲାଟାରୀ ଫୋର୍ସ ଓ ମେଘାଳୟ ସରକାରଙ୍କ ସହିତ ମିଶି ଚେରାପୁଞ୍ଜିକୁ ଆଉ ଥରେ ଶସ୍ୟଶ୍ୟାମଳାପୂର୍ଣ୍ଣ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ।

ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ଗ୍ଲୋବାଲ ୱାର୍ମିଂ ବିରୋଧରେ ଲଢେଇ କରୁଛି । ଏଥିଲାଗି ସେ ନିଜର ଖୁସିବ୍ୟକ୍ତି କରିଛନ୍ତି । ଚେରାପୁଞ୍ଜି ଅଧିକ ବର୍ଷା ହେଉଥିବା ସ୍ଥଳ ଭାବରେ ପୁଣି ନିଜର ପରିଚୟ ପାଉ । ଛାତ୍ରଛାତ୍ରୀ ଚେରାପୁଞ୍ଜି ସମ୍ପର୍କରେ ନିଜ ପାଠ୍ୟକ୍ରମରେ ପଢିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.