ETV Bharat / bharat

Atiq Ahmad Murder: ପ୍ରତିକ୍ରିୟାରେ ନବଦାସଙ୍କ ହତ୍ୟା ଘଟଣାର ଉଦାହରଣ ଦେଲେ କେନ୍ଦ୍ରମନ୍ତ୍ରୀ

author img

By

Published : Apr 16, 2023, 3:40 PM IST

ଅତିକ ଅହମ୍ମଦ ହତ୍ୟାକାଣ୍ଡ ଉପରେ ପ୍ରତିକ୍ରିୟା ରଖିବା ବେଳେ ଓଡ଼ିଶାର ଆଇନ ଶୃଙ୍ଖଳାକୁ ଆଙ୍ଗୁଳି ନିର୍ଦ୍ଦେଶ କଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । କହିଲେ ନବଦାସ ହତ୍ୟାକାଣ୍ଡ ବେଳେ ଓଡ଼ିଶାର ଆଇନ ଶୃଙ୍ଖଳା କଣ ଥିଲା ? ଅଧିକ ପଢନ୍ତୁ

Etv Bharat
Etv Bharat
ନବଦାସଙ୍କ ହତ୍ୟା ଘଟଣାର ଉଦାହରଣ ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ୨ଦିନିଆ ଓଡ଼ିଶା ଗସ୍ତରେ ରହିଛନ୍ତି । ତେବେ ଗତକାଲି ଉତ୍ତରପ୍ରଦେଶ ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇଦେଇଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଏନେଇ ଗଣମାଧ୍ୟମ ପ୍ରତିନିଧି ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ପାଲଟା ପ୍ରଶ୍ନ କରିଛନ୍ତି । ମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ବେଳେ ଓଡ଼ିଶା ଆଇନ ଶୃଙ୍ଖଳା ପ୍ରତି ସେ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ବିଜେପି ଶାସିତ ଉତ୍ତର ପ୍ରଦେଶରେ ଅତିକ ଅହମ୍ମଦର ଗୁଳି କରି ହତ୍ୟାକାଣ୍ଡକୁ ନେଇ ପ୍ରଶ୍ନ ବେଳେ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି କଥା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ । ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ ଗିରିରାଜ କହିଛନ୍ତି, "ଓଡ଼ିଶାରେ ୨ ମାସ ତଳେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଗଲା । ସେତେବେଳେ ଆଇନ ଶୃଙ୍ଖଳା ସ୍ଥିତି କଣ ଥିଲା ?" ଗିରିରାଜଙ୍କ ଏଭଳି ମନ୍ତବ୍ୟ ଓଡ଼ିଶା ସରକାରଙ୍କ ଆଇନ ଶୃଙ୍ଗଳା ଉପରେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ବିଜେପି ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି ବୋଲି ଅଭିଯୋଗ କରିଥିଲା ।

ଏହା ବି ପଢନ୍ତୁ- ପେସାଦାର ଅପରାଧି ଥିଲେ ଅତିକ ହତ୍ୟାକାରୀ, ଡନ ହେବାକୁ ରଚିଥିଲେ ଷଡଯନ୍ତ୍ର

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗ ଆଣି ରାଜ୍ୟ ବିଜେପି ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲା । ସୂଚନା ଥାଉ କି ଶନିବାର ବିଳମ୍ବିତ ରାତିରେ ଗ୍ୟାଙ୍ଗଷ୍ଟାର ଅତିକ ଓ ତାର ଭାଇ ଅଶ୍ରଫକୁ ଗୁଳି କରି ହତ୍ୟା କରାଯାଇଛି । ସବୁଠୁ ବଡ଼ କଥା ହେଉଛି ପୋଲିସ କଷ୍ଟଡିରେ ଥିବା ସମୟରେ ଏହି ୨ ମାଫିଆଙ୍କୁ ହତ୍ୟା କରିଛନ୍ତି ୩ଜଣ ଦୁର୍ବୃତ୍ତ । ଅତିକ ଓ ଅଶ୍ରଫଙ୍କୁ କଡ଼ା ସୁରକ୍ଷାର ସହିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ନିଆଯାଉଥିଲା । ଏହି ସମୟରେ ହଠାତ ଗଣମାଧ୍ୟମ ପ୍ରତିନିଧିଙ୍କ ବେଶରେ ଭିଡ଼ ମଧ୍ୟରେ ପଶିଥିଲେ ହତ୍ୟାକାରୀ । ଏହାପରେ ସୁଯୋଗ ପାଇବା ମାତ୍ରେ ଆଖିବୁଜା ଗୁଳିମାଡ଼ କରିଥିଲେ ।

୪୪ ସେକେଣ୍ଡରେ ପ୍ରାୟ ୨୨ ରାଉଣ୍ଡ ଗୁଳି ଚାଳନା କରିଥିବା ନେଇ ଜଣାପଡ଼ିଛି । ପ୍ରଥମ ଗୁଳି ଅତିକ୍‌ର ମୁଣ୍ଡରେ ବାଜିଥିବା ବେଳେ ଏହାପରେ ସେମାନେ ଅଶ୍ରଫକୁ ଆକ୍ରମଣ କରିଥିଲେ । ପୋଲିସ କର୍ମଚାରୀମାନେ ବୁଝିବା ପୂର୍ବରୁ ୨ ମାଫିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପରେ ସଙ୍ଗେସଙ୍ଗେ ପୋଲିସ କର୍ମୀ ୩ ଜଣ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ । ସେମାନେ ମଧ୍ୟ ଗୁଳି ଚାଳନା କରି ନିଜକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ତେବେ ଏହି ୩ ଦୁର୍ବୃତ୍ତ ଉତ୍ତରପ୍ରଦେଶର ସବୁଠୁ ବଡ଼ ମାଫିଆ ହେବା ଲାଗି ଗ୍ୟାଙ୍ଗଷ୍ଟାର ଅତିକକୁ ହତ୍ୟା କରିଥିବା କହିଛନ୍ତି । ସେପଟେ ବିରୋଧୀ ଉତ୍ତରପ୍ରଦେଶର ଆଇନଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.