ETV Bharat / bharat

Amarnath Yatra: ଅମରନାଥ ଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ - ଅମରନାଥ ଯାତ୍ରାର ପ୍ରସ୍ତୁତି ସମୀକ୍ଷା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ଗୃହମନ୍ତ୍ରୀ
ଗୃହମନ୍ତ୍ରୀ
author img

By

Published : May 17, 2022, 10:32 PM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅମରନାଥ ଯାତ୍ରା (Reviewed the preparations for Amarnath Yatra) ର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମରନାଥ ଯାତ୍ରା ପାଇଁ ସୁରକ୍ଷା ଏବଂ ତୀର୍ଥଯାତ୍ରୀ ମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଉପରେ ଦୀର୍ଘ ସମୟ ଧରି ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ଗୃହ ମନ୍ତ୍ରୀ କହିଛନ୍ତି ଯେ, ଅମରନାଥ ଯାତ୍ରାରେ ସାମିଲ ହେବାକୁ ଯାଉଥିବା ତୀର୍ଥଯାତ୍ରୀମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ ଏବଂ ସେମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡେ ଏହା ମୋଦି ସରକାରଙ୍କର ପ୍ରାଥମିକତା ।

  • श्री अमरनाथ यात्रा की सुरक्षा और यात्रियों की आवश्यक सुविधाओं की तैयारियों की समीक्षा के लिए सभी संबंधित विभागों व अधिकारियों के साथ बैठक की।

    यात्रियों के दर्शन सुगम हों ये मोदी सरकार की प्राथमिकता है।

    पहली बार यात्रियों को RFID कार्ड और पाँच लाख रुपये का बीमा भी दिया जाएगा। pic.twitter.com/SbCy8qTYmn

    — Amit Shah (@AmitShah) May 17, 2022 " class="align-text-top noRightClick twitterSection" data=" ">

ତେଣୁ ଅମରନାଥ ଯାତ୍ରୀମାନଙ୍କ ପାଇଁ ଗମନାଗମନ ସୁବିଧା, ରହିବା, ବିଦ୍ୟୁତ, ଜଳ, ଯୋଗାଯୋଗ, ସୁରକ୍ଷା ଏବଂ ସ୍ବାସ୍ଥ୍ୟ ସମେତ ସମସ୍ତ ଆବଶ୍ୟକ ସୁବିଧା ଗୁଡିକର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆହୁରି ମଧ୍ୟ କହିଥିଲେ ଯେ, କୋଭିଡ -୧୯ ମହାମାରୀ ପରେ ଏହା ପ୍ରଥମ ଯାତ୍ରା ହେଉଛି । ଭୌଗୋଳିକ ସ୍ଥିତି କାରଣରୁ ଯାତ୍ରୀଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ସେଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ କଡା ନିର୍ଦ୍ଦେଶନାମା ଦେଇଛନ୍ତି । ଯାତ୍ରା ପଥରେ ଉତ୍ତମ ଯୋଗାଯୋଗ ଏବଂ ସୂଚନା ପ୍ରଦାନ କରିବା ନିମନ୍ତେ ମୋବାଇଲ ଟାୱାର ସଂଖ୍ୟା ବୃଦ୍ଧି କରିବା, ଭୂସ୍ଖଳନ ଆଶଙ୍କା ସ୍ଥିତିରେ ତୁରନ୍ତ ସ୍ଥିତି ସ୍ବାଭାବିକ ପାଇଁ ଆବଶ୍ୟରକ ଯନ୍ତ୍ରପାତି ମାନବ ସମ୍ବଳ ନିୟୋଜନ କରିବା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

  • कोविड के बाद ये पहली यात्रा है और अत्यधिक ऊंचाई के कारण अगर लोगो को किसी तरह की समस्या हो तो उसके लिए प्रशासन सभी पर्याप्त इंतजाम रखे।

    प्रशासन को पर्याप्त चिकित्सा बेड व ऑक्सीजन सिलेंडर के साथ किसी भी आपात स्थिति के लिए एम्ब्युलेन्स तथा हेलीकाप्टर तैनात रखने के भी निर्देश दिए। pic.twitter.com/mRcjI8HwYW

ଏହାବାଦ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ସିଲିଣ୍ଡର ଉପଲବ୍ଧ କରିବା ସହିତ ୬୦୦୦ ଫୁଟରୁ ଅଧିକ ଉଚ୍ଚତା ଉପରେ ପର୍ଯ୍ୟାପ୍ତ ଚିକିତ୍ସା ଶଯ୍ୟା ବ୍ୟବସ୍ଥା କରିବାକୁ କହିଛନ୍ତି । କୌଣସି ପ୍ରକାରର ଆପାତକାଳୀନ ଚିକିତ୍ସାର ସ୍ଥିତି ଉପୁଜିଲେ ଉଦ୍ଧାର ପାଇବା ପାଇଁ ଆମ୍ବୁଲାନ୍ସ ଆବଶ୍ୟକ ସ୍ଥଳେ ହେଲିକପ୍ଟର ନିୟୋଜନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଶାହ କହିଛନ୍ତି ଯାତ୍ରୀ ମାନଙ୍କର ସୁବିଧା ନିମନ୍ତେ ଅମରନାଥ ଯାତ୍ରା ସମୟରେ ସବୁ ପ୍ରକାରର ପରିବହନ ସେବାକୁ ବୃଦ୍ଧି କରାଯିବ ।

ବୈଠକରେ ଜାମ୍ମୁ–କାଶ୍ମୀରର ମୁଖ୍ୟ ସଚିବ କହିଥିଲେ ଯେ, ପ୍ରଥମ ଥର ପାଇଁ ପ୍ରତ୍ୟେକ ଅମରନାଥ ଯାତ୍ରୀ ମାନଙ୍କୁ ଏକ ଆରଏଫଆଇଡି କାର୍ଡ ପ୍ରଦାନ କରାଯିବ । ଏହାବାଦ 5 ଲକ୍ଷ ଟଙ୍କାର ବୀମା କରାଯିବ । ଯାତ୍ରା ପାଇଁ ଟେଣ୍ଟ ସିଟି, ଯାତ୍ରା ପଥରେ ୱାଇ - ଫାଇ ହଟସ୍ପଟ ଏବଂ ସମ୍ପୂର୍ଣ୍ଣ ଆଲୋକର ବ୍ୟବସ୍ଥା କରାଯିବ । ଏହା ସହିତ ବାବା ବର୍ଫାନୀଙ୍କର ଅନଲାଇନ ଲାଇଭ ଦର୍ଶନ, ପବିତ୍ର ଅମରନାଥ ଗୁମ୍ଫାରେ ସକାଳ ଏବଂ ସନ୍ଧ୍ୟା ସମୟର ଆରତୀର ସିଧା ପ୍ରସାରଣ ଏବଂ ବେସ କ୍ୟାମ୍ପରେ ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକର ଆୟୋଜନ କରାଯିବ ।

ଏହା ସମୀକ୍ଷା ବୈଠକରେ ଜାମ୍ମୁ–କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, ଜମ୍ମୁ-କାଶ୍ମୀର ମୁଖ୍ୟ ସଚିବ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହା ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ଥଳସେନାଧ୍ୟକ୍ଷ, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, ଜାମ୍ମୁ – କାଶ୍ମୀରର ମୁଖ୍ୟ ସଚିବ ସମସ୍ତ ସୁରକ୍ଷା ଏଜେନ୍ସିର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.