ETV Bharat / bharat

NDA ସରକାର ପୁଡୁଚେରୀରେ କରିବ ବିକାଶ; ଜେପି ନଡ୍ଡା - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଏନଡିଏ ସରକାର ହିଁ ପୁଡୁଚେରୀରେ କରିବ ବିକାଶ । ମୋଦିଙ୍କ ନେତୃତ୍ବରେ ଏନଡିଏ ସରକାର ପୁଡୁଚେରୀର ବିକାଶ ସୁନିଶ୍ଚିତ କରିବ । ଅଧିକ ପଢନ୍ତୁ...

Under PM Modi's leadership, NDA govt will ensure all-around development of Puducherry: Nadda
NDA ସରକାର ପଡୁଚେରୀରେ କରିବ ବିକାଶ; ଜେପି ନଡ୍ଡା
author img

By

Published : Jul 2, 2021, 8:41 AM IST

ନୂଆଦିଲ୍ଲୀ: NDA ସରକାର ହିଁ ପୁଡୁଚେରୀରେ କରିବ ବିକାଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏନଡିଏ ସରକାର ପୁଡୁଚେରୀର ବିକାଶ ସୁନିଶ୍ଚିତ କରିବ ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି । ଗୁରୁବାର ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ପୁଡୁଚେରୀର ରାଜ୍ୟ ବିଜେପି ସଭାପତିଙ୍କ ସହ ର୍ନିଦଳୀୟ ବିଧାୟକମାନେ ଉପସ୍ଥିତ ଥିଲେ । କେନ୍ଦ୍ର ଶାସିତ ଅଞ୍ଚଳରେ କାମ କରିବ ମୋଦିଙ୍କ ମ୍ୟାଜିକ । ଯେଉଁଥିରେ ପୁଡୁଚେରୀବାସୀ ଉପକୃତ ହେବେ ।

ବାଚସ୍ପତି ଏମ୍ବାଲମ ଆର ସେଲଭମ୍, ବିଜେପି ପୁଡୁଚେରୀ ସଭାପତି ଭି ସମିନାଥନ, କେ ଲକ୍ଷ୍ମୀନାରାୟଣନ୍, ସି ଜିଆକୁମାର, ଏ.କେ ସାଇ ଜେ ସାରାବନା କୁମାର, ପିଏମଏଲ କଲ୍ୟାଣ ସାଉଣ୍ଡାରାମ, ରିଚାର୍ଡସ ଜନକୁମାର, ଏମ ସିଭାସାନକର, ଜି ଅଶୋକ ଶ୍ରୀନିବାସ ଓ ଆର ବି ଆଶୋକ ବାବୁ ପରିଦର୍ଶକ ପ୍ରତିନିଧି ଦଳ ଭାବେ ଯୋଗ ଦେଇଥିଲେ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଡୁଚେରୀରୁ ବିଧାୟକଙ୍କ ପ୍ରତିନିଧୀ ଦଳଙ୍କୁ ଭେଟିଥିଲେ । ସେମାନଙ୍କ ସହ ପୁଡୁଚେରୀରେ ସର୍ବାଙ୍ଗିନ ବିକାଶ ନେଇ ଆଲୋଚନା କରିଥିଲେ । ଏନେଇ ଏକ ଟୁଇଟ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଜୁନ 27 ରେ, ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀଙ୍କ ନେତୃତ୍ବରେ ଶାସକ ମିଳିତ ସରକାରର ପାଞ୍ଚ ଜଣ ବିଧାୟକ ଲେଫ୍ଟନାଣ୍ଟ ଗଭର୍ଣ୍ଣର ତାମିଲାଇସାଇ ସୌନ୍ଦରାଜନଙ୍କ ଦ୍ବାରା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଭାରତୀୟ ଜନତା ପାର୍ଟିର ଜଣେ ନାମାସିଭାଇମ୍ ଏବଂ ଅଲ ଇଣ୍ଡିଆ ଏନଆର କଂଗ୍ରେସର ଚଣ୍ଡିରା ପ୍ରିୟଙ୍କା ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ଏପ୍ରିଲ 6ରେ ଅନୁଷ୍ଠିତ ଏକକ ପର୍ଯ୍ୟାୟ ପୁଡୁଚେରୀ ବିଧାନସଭା ନିର୍ବାଚନରେ ​​AINRC ନେତୃତ୍ବଧୀନ ଏନଡିଏ ଜିତିଥିଲା।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.