ETV Bharat / bharat

ସାଙ୍ଘାତିକ ମାନସିକତା: ପୁଅ ନହେବାରୁ ପତ୍ନୀକୁ ହତ୍ୟା ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

author img

By

Published : Apr 15, 2023, 9:55 PM IST

ପୁଅ ନଥିବାରୁ ପତ୍ନୀକୁ ହତ୍ୟା ଉଦ୍ୟମ । ସିସିଟିଭିରେ କଏଦ ହେଲା ଛୁରୀରେ ଆକ୍ରମଣ ଭିଡିଓ । ଅଭିଯୁକ୍ତ ସ୍ବାମୀ ଅଟକ । ଅଧିକ ପଢନ୍ତୁ

ସାଙ୍ଘାତିକ ମାନସିକତା: ପୁତ୍ର ସନ୍ତାନ ନହେବାରୁ ପତ୍ନୀକୁ ଛୁରୀରେ ଆକ୍ରମଣ

ଭୋପାଲ: ଆଜି ମଧ୍ୟ ପୁତ୍ର ସନ୍ତାନ ଜନ୍ମ ନହେବା କାରଣରୁ ମହିଳାଙ୍କୁ ନିର୍ଯାତନାର ଶିକାର ହେବା ମାମଲା ସାମ୍ନାକୁ ଆସୁଛି । ପୁତ୍ର ସନ୍ତାନ ହେଲାନି ବୋଲି ପତ୍ନୀକୁ ଛୁରାମାଡ କରି ହତ୍ୟା ଉଦ୍ୟମ କରିଛି ସ୍ବାମୀ । ମଧ୍ୟ ପ୍ରଦେଶ ଉଜ୍ଜୈନର ନାଗଡା ତହସିଲ ଅଞ୍ଚଳରେ ଏପରି ଅଭାନୀୟ ଘଟଣା ଘଟିଥିବା ବେଳେ ହତ୍ୟା ଉଦ୍ୟମର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଭିଡିଓରେ, ଜଣେ ଯୁବକ ଜଣେ ମହିଳାଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ହେଲେ ମହିଳାଜଣଙ୍କ କିଛି ପଡୋଶୀଙ୍କ ସହଯୋଗରେ ସୌଭାଗ୍ୟବସତଃ ଯୁବକର କବଳରୁ ବର୍ତ୍ତିଯାଇ ଦୌଡି ପଳାଇ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ତେବେ ଏହି ଭିଡିଓରେ ଦୃଶ୍ୟମାନ ହେଉଥିବା ଏହି ଯୁବକ ଯୁବତୀ ସମ୍ପର୍କରେ ପତି-ପତ୍ନୀ ବୋଲି ଜଣାପଡିଛି । ପୂର୍ବରୁ ଦୁଇ ଝିଅ ଥିବା ଓ ପୁତ୍ର ସନ୍ତାନ ନଥିବା କାରଣରୁ ଯୁବକଜଣଙ୍କ ନିଜ ପତ୍ନୀକୁ ଛୁରୀ ଭୁଶି ହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାପଡିଛି । ଆକ୍ରମଣର ଭିଡିଓ ନିକଟରେ ଲାଗିଥବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ମାମଲାରେ ଏବେ ଥାନାରେ ପହଞ୍ଚିଛି । ପୋଲିସ ମହିଳାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପତ୍ନୀଙ୍କୁ ହତ୍ୟା ଉଦ୍ୟମ: ନାଗଡା ସହରର ରାଜୀବ କଲୋନୀର ଏହି ଘଟଣାଟି ଘଟିଛି । ଏଠାରେ ଅବଦୁଲ ରଜାକ ନାମକ ଜଣେ ବ୍ୟକ୍ତି ପରିବାର ସହ ରହୁଥିଲେ । ପେଶାରେ ଫଳ ବିକ୍ରେତା ଥିବା ଅବଦ୍ଦୁଲ ନିଜର ପୁତ୍ର ସନ୍ତାନ ନଥିବା କାରଣରୁ ନିଜ ସ୍ତ୍ରୀକୁ ଦାୟୀ କରିଆସୁଥିଲା । ନିର୍ଯାତନା ମଧ୍ୟ ଦେଉଥିଲା । ଶୁକ୍ରବାର ଦିନ ପ୍ରାୟ ସାଢେ ଦଶଟାରେ ସମୟରେ ହଠାତ୍ ଅବଦୁଲ ରଜାକ ଛୁରୀ ସାହାଯ୍ୟରେ ତାର ପତ୍ନୀ ସଲମାଙ୍କୁ ଆକ୍ରମଣ କରି ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା । ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ସାହାଯ୍ୟରେ ମହିଳାଙ୍କୁ ଉତ୍ୟକ୍ତ ସ୍ବାମୀ ଠାରୁ ଉଦ୍ଧାର କରାଯାଇଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅବଦୁଲ 2020 ଠାରୁ ଏକ ଭଡା ଘରେ ରହିଆସୁଥିଲା । ପୁଅ ନଥିବାରୁ ସେ ନିଜ ପତ୍ନୀଙ୍କ ଠାରୁ ସେ ଛାଡପତ୍ର ନେଇ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଛି । ଆକ୍ରମଣ ଭିଡିଓ ଭାଇରାଲ ହେବା ପରେ ମାମଲା ଏବେ ଥାନାରେ ପହଞ୍ଚିଛି । ପୋଲିସ ଅଭିଯୁକ୍ତ ସ୍ବାମୀ ଅବଦ୍ଦଲକୁ ଅଟକ ରଖି ଜେରା କରୁଛି । ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କର ବୟାନ ମଧ୍ୟ ପୋଲିସ ରେକର୍ଡ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.