ETV Bharat / bharat

ଲୋନାଭଲାରେ Indore-Daund ସ୍ପେଶାଲ ଟ୍ରେନ ଲାଇନଚ୍ୟୁତ

ମହାରାଷ୍ଟ୍ରର ଲୋନାଭଲା ରେଲୱେ ଷ୍ଟେସନ ନିକଟରେ ଇନ୍ଦୋର-ଦୌଣ୍ଡ ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଲୋନାଭଲାରେ Indore-Daund ସ୍ପେଶାଲ ଟ୍ରେନ ଲାଇନଚ୍ୟୁତ
ଲୋନାଭଲାରେ Indore-Daund ସ୍ପେଶାଲ ଟ୍ରେନ ଲାଇନଚ୍ୟୁତ
author img

By

Published : Sep 27, 2021, 3:29 PM IST

ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ନିକଟବର୍ତ୍ତୀ ଲୋନାଭଲା ଷ୍ଟେସନରେ ଇନ୍ଦୋର-ଦୌଣ୍ଡ ସ୍ପେଶାଲ ଟ୍ରେନ(02944) ଲାଇନଚ୍ୟୁତ ହୋଇଛି । ଫଳରେ ଟ୍ରେନର ୨ଟି କୋଚ ଟ୍ରେନ ଲାଇନରୁ ବାହାରେ ପଡିଥିବା ଦେଖିବାକୁ ମିଳିଛି । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି ।

ସୋମବାର ଏହି ସ୍ପେଶାଲ ଟ୍ରେନ ଯାତ୍ରା କରୁଥିବା ସମୟରେ ଟ୍ରେନରେ ଥିଲେ ପ୍ରାୟ ୮୦ ଯାତ୍ରୀ । ଟ୍ରେନର ୨ଟି ଚକ ବାହାରି ପଡିବାରୁ ଘଟିଛି ଏହି ଦୁର୍ଘଟଣା । ତେବେ ସକାଳ ପ୍ରାୟ ୭ଟା ୩୦ ମିନିଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନଟି ଇନ୍ଦୋରରୁ ବାହାରି ମୁମ୍ବାଇର ଲୋନଭାଲା ଅଭିମୁଖେ ଯାଉଥିଲା । ଲୋନାଭଲା ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନଟି ଦୁର୍ଘଟଣାର ଶିକାର ହୋଇଥିଲା ।

  • One trolley of rear 2nd and 3rd coaches of 02944 Indore-Daund special derailed at Lonavala Station platform while entering. Relief vehicles ordered. No casualty. Time 7.50am.

    — Shivaji M Sutar (@ShivajiIRTS) September 27, 2021 " class="align-text-top noRightClick twitterSection" data=" ">

ଦୁର୍ଘଟଣା ଘଟିବା ପରେ ଟ୍ରେନର ଆଗ ଭାଗ ଯାତ୍ରୀଙ୍କୁ ନେଇ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପ୍ରାୟ ସକାଳ ସାଢେ ୯ଟା ସମୟରେ ପହଞ୍ଚାଇଥିଲା । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଟ୍ରେନର ମରାମତି କାର୍ଯ୍ୟକୁ ଖୁବଶୀଘ୍ର ଶେଷ କରାଯିବ ବୋଲି କହିଛନ୍ତି ସେଣ୍ଟ୍ରାଲ ରେଲୱେର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ସିବାଜୀ ସୁତାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.