ETV Bharat / bharat

Assam flood: ଆସାମରେ ଅସମ୍ଭାଳ ବନ୍ୟାସ୍ଥିତି, ଭାସିଗଲେ ୨ପୋଲିସ କର୍ମୀ - ଆସାମ ବନ୍ୟା ପରିସ୍ଥିତି

ଆସାମରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜନକ ରହିଛି । ବନ୍ୟା ଜଳରେ ଭାସିଯାଇ ୨ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Assam flood:ବନ୍ୟା ଜଳରେ ଭାସିଯାଇ ୨ପୋଲିସ କର୍ମୀ ମୃତ

author img

By

Published : Jun 20, 2022, 11:47 AM IST

ଗୌହାଟୀ: ଆସାମରେ ପ୍ରକୃତିର କରାଳ ରୂପ । ବନ୍ୟା ଜଳରେ ଭାସିଯାଇ ୨ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ରବିବାର ବିଳମ୍ବିତ ରାତିରେ ଆସାମର ନାଗାଁନ ଜିଲ୍ଲାର କାମ୍ପୁରାରେ ବନ୍ୟା ଜଳରେ ଦୁଇଜଣ ପୋଲିସ କର୍ମଚାରୀ ଭାସିଯାଇ ମୃତ୍ୟୁବରଣ କରିଛନ୍ତି । ପୋଲିସର ସୂଚନା ଅନୁଯାଯୀ ରବିବାର କାମପୁର ପୋଲିସ ଷ୍ଟେସନର ଏକ ଟିମ୍ ଏକ ମାମଲାର ଅନୁସନ୍ଧାନ କରିବାକୁ ଯାଇଥିଲେ । ଏହି ସମୟରେ ୨ଜଣ ବନ୍ୟାଜଳରେ ଭାସିଯାଇଥିଲେ ।

ସେମାନଙ୍କ ମଧ୍ୟରୁ ଜଣେ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ, କାମପୁର ପୋଲିସ ଷ୍ଟେସନର ଅଧିକାରୀ ଏବେବି ନିଖୋଜ ଅଛନ୍ତି । ନିଖୋଜ ଅଧିକାରୀଙ୍କୁ ଖୋଜିବା ପାଇଁ SDRF, ଅଗ୍ନିଶମ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମୃତ ପୋଲିସ କନଷ୍ଟେବଳ ହେଉଛନ୍ତି ରାଜୀବ ବୋର୍ଡୋଲୋଇ ଏବଂ ନିଖୋଜ ପୋଲିସ ଅଧିକାରୀ ହେଉଛନ୍ତି ସାମୁଜାଲ କାକାଟି ।

ଏହା ମଧ୍ୟ ପଢନ୍ତୁ:-Assam flood: ବନ୍ୟାରେ 33 ଜିଲ୍ଲାର 42 ଲକ୍ଷ ଲୋକ ପ୍ରଭାବିତ, 9 ମୃତ

ଏନେଇ ଜଣେ ଉଦ୍ଧାରକାରୀ ଟିମର ଜଣେ କର୍ମଚାରୀ କହିଛନ୍ତି ଯେ, "ଏନେଇ ସୂଚନା ପାଇବା ପରେ ରାତି ପ୍ରାୟ ୧ଟା ସମୟରେ ଆମେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲୁ । ଏପର୍ଯ୍ୟନ୍ତ ଜଣେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରିଛୁ । ଅନ୍ୟ ଏକ ଉଦ୍ଧାରକାରୀ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ଓ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।"

ପ୍ରାକ ମୌସୁମୀ ପ୍ରଭାବରେ ଆସାମରେ ପ୍ରବଳ ବର୍ଷା ଫଳରେ ସୃଷ୍ଟି ହୋଇଥିବା ବନ୍ୟା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ରାଜ୍ୟରେ ମୋଟ୍‌ ୩୩ ଜିଲ୍ଲା ଅତିମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ମୋଟ୍‌ ୪୨.୨୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ପକ୍ଷରୁ ସରକାରୀ ଭାବେ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.