ETV Bharat / bharat

ଭୁଶୁଡିଲା ନିର୍ମାଣଧୀନ କୋଠାର କାନ୍ଥ, ୨ ଶ୍ରମିକ ମୃତ

ଦିଲ୍ଲୀ ନୋଏଡାରେ ଅଘଟଣ । ୪ ମହଲା ନିର୍ମାଣଧୀନ କୋଠାର କାନ୍ଥ ଭୁଶୁଡି ୨ ଶ୍ରମିକ ମୃତ । ଅଧିକ ପଢନ୍ତୁ...

ଭୁଶୁଡିଲା ନିର୍ମାଣଧୀନ କୋଠାର କାନ୍ଥ, ୨ ଶ୍ରମିକ ମୃତ
ଭୁଶୁଡିଲା ନିର୍ମାଣଧୀନ କୋଠାର କାନ୍ଥ, ୨ ଶ୍ରମିକ ମୃତ
author img

By

Published : Nov 16, 2021, 1:12 PM IST

ନୂଆଦିଲ୍ଲୀ: ଭୁଶୁଡିଲା ନିର୍ମାଣଧୀନ କୋଠରା କାନ୍ଥ, ୨ ଶ୍ରମିକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀ ନଏଡାରେ । ଏନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଥିବା ଜଣାପଡିଛି । ଅଧିକାରୀଙ୍କ କହିବା ଅନୁଯାୟୀ ଗତକାଲି ରାତି ୮ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ନୋଏଡା ସେକ୍ଟର ୨ରେ ଏକ ଚାରିମହଲା କୋଠା ନିର୍ମାଣ ହେଉଥିଲା । ତେବେ ହଠାତ ଏହାର କାନ୍ଥ ଭୁଶୁଡିଥିଲା । ଫଳରେ ସେଠାରେ କାର୍ଯ୍ୟରତ ଥିବା ୨ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।

ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ହୋଇଥିବା ୨ କର୍ମଚାରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ନିର୍ମାଣଧିନ ବିଲ୍ଡିଂର ମାଲିକ ଆମେରିକାରେ ରୁହୁଥିବା ବେଳେ ଏନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.