ଥିରୁଅନନ୍ତପୁରମ: ମଉକା ଦେଖି ଚଉକା । ବ୍ୟାଙ୍କରୁ ଭୁଲ ବଶତଃ ଆକାଉଣ୍ଟକୁ ଆସିଥିଲା ଟଙ୍କା । ନଫେରାଇ ସେହି ଟଙ୍କାରେ ଦାମୀ ଜିନିଷ କିଣିଲେ ଯୁବକ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କେରଳରୁ । ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ଶୁକ୍ରବାର ଥ୍ରିସର ପୋଲିସ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନିଧୀନ ଏବଂ ମାନୁ । ଏମାନଙ୍କ ଆକାଉଣ୍ଟକୁ ଭୁଲରେ ଆକାଉଣ୍ଟକୁ ଆସିଥିଲା ୨.୪୪ କୋଟି(Rs 2.44 Crore Credited to Accounts Accidentally by Bank) ।
ଏହା ମଧ୍ୟ ପଢନ୍ତୁ: ଭୁବନେଶ୍ୱରକୁ ଫେରିଛି ପଥୋତ୍ସବ, ନାଚି ଗାଇ ମତୁଆଲା ହେଲେ ରାଜଧାନୀବାସୀ
ସୂଚନାଅନୁସାରେ, ଥ୍ରିସୁର କାଞ୍ଜାନୀ ନିକଟ ଆରିମବୁରର ବାସିନ୍ଦାଙ୍କ ଆକାଉଣ୍ଟକୁ ହଠାତ କୋଟିକୋଟି ଚଙ୍କା ଆସିଯାଇଥିଲା । ତେବେ ଏତେ ମୋଟା ଅଙ୍କର ଟଙ୍କା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଟଙ୍କାକୁ ଫେରାଇବା ପରିବର୍ତ୍ତେ ସେମାନେ ସେହି ଟଙ୍କାରେ ଦାମୀ ଜିନିଷ କିଣିଥିଲେ । ଆଇଫୋନ କିଣିବା ସହ ଋଣ କରିଥିବା ଟଙ୍କାକୁ ସୁଝି ଦେଇଥିଲେ । ସମୁଦାୟ ୨.୪୪ କୋଟି ଟଙ୍କା ଖର୍ଚ୍ଚ କରି ଦେଇଥିଲେ ।
ପୋଲିସର କହିବା ଅନୁସାରେ ସେମାନେ ଅବଶିଷ୍ଟ ଟଙ୍କାକୁ ୧୯ଟି ବ୍ୟାଙ୍କର ୫୪ଜଣଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ । ତେବେ ବ୍ୟାଙ୍କରୁ ଭୁଲରେ ଟଙ୍କା ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନେଇ ବ୍ୟାଙ୍କ ଅଧିକାରୀ ଥାନାରେ ଅଭିଯୋଗ କରିଥିଲେ(Bank Officials Lodged a Complaint After Realising Missing Money) । ଏହାପରେ ପୋଲିସ ତଦନ୍ତ କରି ଯୁବକଙ୍କୁ ଗିରଫ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ