ETV Bharat / bharat

ପରସ୍ପରକୁ ଗୁଳି ମାଡ କଲେ ଯବାନ, ୨ ମୃତ ଜଣେ ଗୁରୁତର

author img

By

Published : Sep 24, 2021, 12:05 PM IST

ତ୍ରିପୁରା ଗୋମାତି ଜିଲ୍ଲାର ସିଲାଚେରୀରେରେ ଗୁଳିକାଣ୍ତ । 2 ଯବାନ ମୃତ, ଜଣେ ଆହତ । ଅଧିକ ପଢନ୍ତୁ...

ଯବାନଙ୍କ ଭିତରେ ଗୁଳିଚାଳନା ;2 ମୃତ,ଜଣେ ଗୁରୁତର

ଅଗରତାଲା: ଯବାନଙ୍କ ଭିତରେ ଗୁଳିଚାଳନା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଏପରି ଘଟଣା ଦେଖିବାକୁ ମିଳିଛି ତ୍ରିପୁରାର ଗୋମାତି ଜିଲ୍ଲାରେ ଥିବା ସିଲାଚେରୀରେ । ମୃତକ ଓ ଆହତ ହୋଇଥିବା ସମସ୍ତ ବିଏସଏଫ ୨୦ ବାଟାଲିୟନର ଯବାନ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, କନେଷ୍ଟବଳ ପ୍ରତାପ ସିଂ ଓ ହାବିଲଦାର ସତବୀର ସିଂ ପାଟ୍ରୋଲିଂ କରୁଥିବା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ପରିସ୍ଥିତି ଏତେ ଭୟଙ୍କର ହୋଇଥିଲା ଯେ, ପ୍ରତାପ ସତବୀର ସିଂଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ରକ୍ତମୁଖା ପ୍ରତାପ ସେଠାରୁ ସେନା କ୍ୟାମ୍ପକୁ ଆସିଥିଲେ । ସାଥୀ ଯବାନ ତାଙ୍କୁ ରାଗିଥିବାର ଦେଖି ତାଙ୍କ ପାଖକୁ କେହି ଆସି ନଥିଲେ ।

ଏ ଘଟଣାର ଖବର ପାଇ ଉପରିସ୍ତ ଅଧିକାରୀ ରାମ କୁମାର ସିଂ ଘଟଣାସ୍ଥଳରେ ପହଞ୍ଚି ଥିଲେ । ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ପ୍ରତାପଙ୍କ ମାନସିକ ସ୍ଥିତି ଅତ୍ୟନ୍ତ ବିଡିଗି ଯାଇଥିବାରୁ ତାଙ୍କୁ ନିୟନ୍ତ୍ରଣକୁ ଆଣିବା ସମ୍ଭବ ହୋଇନଥିଲା । ପରେ ସାଥି ଯବାନ ତାଙ୍କୁ ଗୁଳି କରିଥିଲେ । ଘଟଣାସ୍ଥଳରେ ସେ ଆଖି ବୁଜିଥିଲେ । ଏଥିରେ ଉପସ୍ଥିତ ଅଧିକାରୀ ମଧ୍ୟ ଗୁରୁତର ହୋଇପଡିଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେପଟେ, ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଥୀ ଯବାନ ସହ ସ୍ଥାନୀୟ ଲୋକଙ୍କ ବୟାନ ରେକର୍ଡ କରାଯିବ ବୋଲି ପୋଲସ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.