ETV Bharat / bharat

ଟ୍ବିଟର ଅଧିଗ୍ରହଣ ପ୍ରସଙ୍ଗ: ମସ୍କଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କଲେ ସାଉଦୀ ପ୍ରିନ୍ସ - ଏଲନ ମସ୍କଙ୍କ ଅଫରକୁ ସାଉଦି ପ୍ରିନ୍ସଙ୍କ ପ୍ରତ୍ୟାକ୍ଷାନ

ଟେସଲା ପ୍ରତିଷ୍ଠାତା ଏଲନ ମସ୍କ ଟ୍ବିଟରକୁ ୪୩ ବିଲିୟନ ଡଲାରରେ ପ୍ରାୟ ୩.୨ ଲକ୍ଷ କୋଟି ଟଙ୍କା ଦେଇ କିଣିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ମସ୍କଙ୍କର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସାଉଦି ପ୍ରିନ୍ସ ଅଲଓ୍ବାଲିଦ ବିନ ତାଲାଲ । ଅଧିକ ପଢନ୍ତୁ

ଟ୍ବିଟର ଅଧିଗ୍ରହଣ ପ୍ରସଙ୍ଗ: ମସ୍କଙ୍କ ଅଫରକୁ ପ୍ରତ୍ୟାକ୍ଷାନ କଲେ ସାଉଦୀ ପ୍ରନ୍ସ

author img

By

Published : Apr 16, 2022, 9:31 AM IST

ନୂଆଦିଲ୍ଲୀ: ଟେସଲା ପ୍ରତିଷ୍ଠାତା ଏଲନ ମସ୍କ ଟ୍ବିଟରକୁ ୪୩ ବିଲିୟନ ଡଲାରରେ ପ୍ରାୟ ୩.୨ ଲକ୍ଷ କୋଟି ଟଙ୍କା ଦେଇ କିଣିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ମସ୍କଙ୍କର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସାଉଦି ପ୍ରିନ୍ସ ଅଲଓ୍ବାଲିଦ ବିନ ତଲାଲ । ସାଉଦି ପ୍ରିନ୍ସ ହେଉଛନ୍ତି ଟ୍ବିଟରର ସେୟାର ଧାରକ । ଏନେଇ ଟ୍ବିଟ କରି ସାଉଦି ପ୍ରିନ୍ସ କହିଛନ୍ତି ଯେ, ଏହି ଅଫର ଉପରେ ତାଙ୍କର ବିଶ୍ବାସ ନାହିଁ ।

  • Interesting. Just two questions, if I may.

    How much of Twitter does the Kingdom own, directly & indirectly?

    What are the Kingdom’s views on journalistic freedom of speech?

    — Elon Musk (@elonmusk) April 14, 2022 " class="align-text-top noRightClick twitterSection" data=" ">

ଏଲନ ମସ୍କ ସେୟାର ପିଛା ୫୪.୨ ଡଲାରର ଯେଉଁ ଅଫର ଦେଉଛନ୍ତି ତାହା ଗ୍ରୋଥ୍ ମୂଳ ଭେଲ୍ୟୁ ସହିତ ପାଖାପାଖି ସମାନ । ତେଣୁ ଟ୍ୱିଟରର ସବୁଠାରୁ ବଡ଼ ଓ ପୁରୁଣା ଅଂଶଧନଗ୍ରହୀତା ହୋଇଥିବା କାରଣରୁ ମୁଁ ଏହି ଅଫରକୁ ପ୍ରତ୍ୟାକ୍ଷାନ କରୁଛି ବୋଲି ଅଲୱାଲୀଦ ବିନ ତଲାଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କିଛିଦିନ ତଳେ ଟେସ୍‌ଲା ସିଇଓ ଇଲନ ମସ୍କ ଟ୍ୱିଟରରେ ୯.୨ ପ୍ରତିଶତ ଅଂଶଧନ କିଣିଥିଲେ ।

ପ୍ରିନ୍ସଙ୍କ ଏହି ପ୍ରତିକ୍ରିୟା ଉପରେ ମସ୍କ ୨ଟି ପ୍ରଶ୍ନ ଟ୍ବିଟ କରି କହିଛନ୍ତି ଯେ, ଟ୍ବିଟରର କେତେ ଅଂଶ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କିଙ୍ଗ ହୋଲଡିଂ କମ୍ପାନୀର ମାଲିକାନା ରହିଛି । ଦ୍ବିତୀୟ ପ୍ରଶ୍ନ ହେଉଛି, ସାମ୍ବାଦିକ ମାନଙ୍କର ଅଭିବ୍ୟକ୍ତିର ସ୍ବାଧିନତା ସମ୍ବନ୍ଧରେ କିଙ୍ଗ ହୋଲଡିଂ କମ୍ପାନୀର ଆଭିମୁଖ୍ୟ କଣ ରହିଛି ? ସୂଚନାଅନୁସାରେ ମସ୍କ ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନଙ୍କ ନିକଟରେ ଦାଖଲ କରି ଏହି ପ୍ରସ୍ତାବ ବିଷୟରେ ସୂଚନା ଦେଇଛନ୍ତି ।

ସୂଚନା ଥାଉକି ଇଲନ ମସ୍କଙ୍କ ପାଖରେ ବର୍ତ୍ତମାନ ଟ୍ୱିଟର ସବୁଠାରୁ ଅଧିକ ଅଂଶଧନ ରହିଛି । ଏଥିପାଇଁ କମ୍ପାନୀ ତାଙ୍କୁ ବୋର୍ଡରେ ସାମିଲ୍ ହେବାକୁ ଅଫର ଦେଇଥିଲା । ହେଲେ ମସ୍କ ଏହାକୁ ପ୍ରତ୍ୟାଖ୍ୟାନ କରି ଟ୍ୱିଟରକୁ ପୂରା କିଣିବାକୁ ଅଫର ଦେଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.