ETV Bharat / bharat

TRS MLAs poaching case: ଗିରଫ ପରେ ରିମାଣ୍ଡରେ ଗଲେ 3 ଅଭିଯୁକ୍ତ

author img

By

Published : Oct 30, 2022, 4:41 PM IST

ତେଲେଙ୍ଗାନାରେ ଟିଆରଏସ ବିଧାୟକଙ୍କୁ କିଣିବା ଉଦ୍ୟମ ଅଭିଯୋଗ ମାମଲାରେ ଗିରଫ ହେଲେ ତିନି ଅଭିଯୁକ୍ତ । ଗତକାଲି ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ (TRS MLAs poaching case )। ଅଧିକ ପଢନ୍ତୁ

ତେଲେଙ୍ଗାନା ହାଇକୋର୍ଟରେ ମାମଲା TRS MLAs poaching case: ତିନି ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ ନିର୍ଦ୍ଦେଶ, 4 ପର୍ଯ୍ୟନ୍ତ ତଦନ୍ତ ଉପରେ ରହିତାଦେଶ
ହାଇଦ୍ରାବାଦ ପୋଲିସ TRS MLAs poaching case: ତିନି ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ ନିର୍ଦ୍ଦେଶ, 4 ପର୍ଯ୍ୟନ୍ତ ତଦନ୍ତ ଉପରେ ରହିତାଦେଶ

ହାଇଦ୍ରାବାଦ: ଟିଆରଏସ ବିଧାୟକଙ୍କୁ କିଣିବା ଉଦ୍ୟମ ଅଭିଯୋଗ ମାମଲାରେ ଗତକାଲି (ଶନିବାର) ବିଲମ୍ବିତ ରାତିରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗତକାଲି ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । 24 ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ତେଲେଙ୍ଗାନା ହାଇକୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିବା ବେଳେ ଗତକାଲି ରାତିରେ ସମସ୍ତ 3 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । (TRS MLAs poaching case)। ପୂର୍ବରୁ ଏହି ମାମଲାରେ 3 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ସେମାନଙ୍କୁ ପୋଲିସ ରିମାଣ୍ଡରେ ପଠାଇବା ପାଇଁ ସ୍ଥାନୀୟ ଏସିବି କୋର୍ଟ (ACB court) ମନା କରିଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ତେଲେଙ୍ଗାନା ହାଇକୋର୍ଟରେ ମାମଲା ଦାଏର କରିଥିଲା ସାଇବରାବାଦ ପୋଲିସ ।

ଗତକାଲି ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ତଳ କୋର୍ଟଙ୍କ ରାୟକୁ ହାଇକୋର୍ଟ ଅଗ୍ରାହ୍ୟ କରିବା ସହ ସମସ୍ତ 3 ଅଭିଯୁକ୍ତଙ୍କୁ ସାଇବରବାଦ ପୋଲିସ କମିଶନର ଷ୍ଟିଫେନ୍ ରବିନ୍ଦ୍ରଙ୍କ ନିକଟରେ ତୁରନ୍ତ ଆତ୍ମସମର୍ପଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଯଦି ଏହି ଅଭିଯୁକ୍ତମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଆତ୍ମସମର୍ପଣ ନକରନ୍ତି ତେବେ ତେବେ ସେମାନଙ୍କୁ ଗିରଫ କରି ଏସିବି କୋର୍ଟରେ ହାଜର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଅନ୍ୟପଟେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଜି.ପରମେନ୍ଦର ରେଡ୍ଡୀ ମୋଏନାବାଦ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏହି ମାମଲାର ତଦନ୍ତ କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କିମ୍ବା ସିବିଆଇ ଦ୍ବାରା କରାଇବା ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଏକ ପିଟିସନ ମଧ୍ୟ ଦଖଲ କରିଛନ୍ତି ।

ତେଲେଙ୍ଗାନାର ମୁନୁଗୋଡେ ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ(Munugode by-election) ଅନୁଷ୍ଠିତ ହେଉଥିବା ବେଳେ ଘୋଡା ବେପାର ଅଭିଯୋଗ ଆସିଛି । ବିଜେପି TRS ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । TRSର ଚାରି ଜଣ ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରାଯାଉଥିବା ବେଳେ ଏହି ଅଭିଯୁକ୍ତମାନଙ୍କୁ ବିପୁଳ ଟଙ୍କା ସହ ଗିରଫ କରାଯାଇଥିବା ସାଇବରାବାଦ ପୋଲିସ କହିଥିଲା । ତେବେ ସ୍ଥାନୀୟ ଏସିବି କୋର୍ଟ ପୋଲିସର ଏହି ଦାବିକୁ ଖଣ୍ଡନ କରିବା ସହ ଅଭିଯୁକ୍ତଙ୍କୁ ରିମାଣ୍ଡରେ ପଠାଇବା ପାଇଁ ମଧ୍ୟ ମନା କରିଥିଲେ । ଏନେଇ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଗତକାଲି ହାଇକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଗତକାଲି ବିଳମ୍ବିତ ରାତିରେ ସମସ୍ତ 3 ଅଭିଯୁକ୍ତଙ୍କୁ ପୁଣି ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.