ETV Bharat / bharat

ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆହତ, ଚାପା ଉତ୍ତେଜନା ଜାରି

author img

By

Published : Apr 7, 2022, 4:27 PM IST

ଜମ୍ମୁ କାଶ୍ମୀରର କୁପଓ୍ବାଡା ଅଞ୍ଚଳରେ ପ୍ରାର୍ଥନା କରାଯାଉ ଥିବାବେଳେ ଅଘଟଣ । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ସ୍ଥାନୀୟ ବାସିନ୍ଦା ଆହତ ହୋଇଥିବା ଅଭିଯୋଗ । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା । ବ୍ୟାପକ ସୁରକ୍ଷା ବଳ ମୂତୟନ । ଅଧିକ ପଢନ୍ତୁ

ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆହତ, ଚାପା ଉତ୍ତେଜନା ଜାରି
ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆହତ, ଚାପା ଉତ୍ତେଜନା ଜାରି

ଶ୍ରୀନଗର: ଉତ୍ତର କାଶ୍ମୀର କୁପଓ୍ବାଡା ଜିଲ୍ଲାରେ ଅଘଟଣ । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ସାଧାରଣ ଜନତା ଆହତ ହୋଇଥିବା ଅଭିଯୋଗ ହୋଇଛି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛିିି । ଆଜି ଅପରାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଏହି ଅଘଟଣା ଘଟିଥିବା ସୂଚନା ମିଳିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ କୌଣସି ଅପ୍ରିତିକର ସ୍ଥିତି ଏଡାଇବା ପାଇଁ ବ୍ୟାପକ ସୁରକ୍ଷା ବଳ ମୂତୟନ କରାଯାଇଛି ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ଥିବା ଏକ ମସଜିଦରେ ଲୋକମାନେ ପ୍ରାର୍ଥନା (ନମାଜ ପାଠ) କରୁଥିବା ବେଳେ ସୁରକ୍ଷା ବଳ ପ୍ରବେଶ କରିବା ସହ ସେମାନଙ୍କ ଭିଡିଓ ଉତ୍ତୋଳନ କରିଥିଲେ । ଭିଡିଓ ଉତ୍ତୋଳନ ପଛରେ କଣ କାରଣ ତା ସୁରକ୍ଷାକର୍ମୀମାନେ ଅବଗତ ନକରିବାରୁ ସେଠାରେ ଉପସ୍ଥିତ ଜଣେ ବୟସ୍କ ବ୍ୟକ୍ତି ଏହାକୁ ବିରୋଧ କରିଥିଲେ । ପରେ କିଛି ସ୍ଥାନୀୟ ଯୁବକ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇ ସ୍ଲୋଗାନ ଦେଇଥିଲେ।

ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇବା ଫଳରେ ସୁରକ୍ଷା ବଳ ବିରୋଧକାରୀଙ୍କ ଉପରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏଥିରେ 2ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ବ୍ୟବସାୟୀମାନେ ଘଟଣାର ପ୍ରତିବାଦ ସ୍ବରୂପ ଦୋକାନ ବଜାର କରିଦେଇଛନ୍ତି । କୌଣସି ଅପ୍ରିତିକର ସ୍ଥିତି ଉପୁଯିବା ଆଶଙ୍କାରେ ସୁରକ୍ଷା ବଳର ନିୟୋଜନକୁ ମଧ୍ୟ ବୃଦ୍ଧି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.