ETV Bharat / bharat

Kerala Train Fire: ଆଲପୁଝା-କନ୍ନୁର ଏକ୍ସପ୍ରେସରେ ଅଗ୍ନିକାଣ୍ଡ, 2 ମାସରେ ଦ୍ବିତୀୟ ଘଟଣା

author img

By

Published : Jun 1, 2023, 11:20 AM IST

କନ୍ନୁର ରେଳ ଷ୍ଟେସନରେ ଛିଡା ହୋଇଥିବା ବେଳେ ଟ୍ରେନରେ ଲାଗିଲା ନିଆଁ । ଟ୍ରେନରେ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ କରି ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

Train caught fire at Kannur Railway station

ଥିରୁଅନନ୍ତପୁରମ: ଆଲପୁଝା-କନ୍ନୁର ଏକ୍ସପ୍ରେସରେ ଅଗ୍ନିକାଣ୍ଡ । କେରଳର କନ୍ନୁର ରେଳ ଷ୍ଟେସନରେ ଛିଡା ହୋଇଥିବା ବେଳେ ଟ୍ରେନରେ ଲାଗିଲା ନିଆଁ । ବୁଧବାର ବିଳମ୍ବିତ ରାତି 1ଟା 25 ମିନିଟ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ତୃତୀୟ ବଗିରୁ ଶେଷ ବଗି ନିଆଁରେ ଜଳି ଯାଇଥିବା ଜଣାପଡିଛି । ଯୋଜନା ବଦ୍ଧ ଭାବେ କେହି ଟ୍ରେନରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । କେରଳ ରେଲଓ୍ବେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । କେହି ଯାତ୍ରୀ ଏହି ଘଟଣାରେ ମୃତାହତ ହୋଇନଥିବା ସୂଚନା ମିଳିଛି ।

ତଦନ୍ତ ସମୟରେ ପୋଲିସ ଏକ ସିସିଟିଭି ଫୁଟେଜ ଜବତ କରିଛି । ଯେଉଁଥିରେ ଜଣେ ବ୍ୟକ୍ତି ହାତରେ ଏକ କେନ ଧରି ଚାଲୁଥିବା ଦେଖିବାକୁ ମିଳିଛି । କେହି ଟ୍ରେନରେ ନିଆଁ ଲଗାଇଥିବା ପୋଲିସ ସନ୍ଦେହ କରୁଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି । କେହି ଟ୍ରେନ ମଧ୍ୟକୁ ପ୍ରବେଶ କରି ନିଆଁ ଲଗାଇଛି ନା ବାହାରୁ ନିଆଁ ଲଗାଇଛି ତାର ଅନୁସନ୍ଧାନ କରୁଛି ତଦନ୍ତକାରୀ ଦଳ । ଗତ 2 ମାସ ପୂର୍ବରୁ କୋଝିକୋଡ ସ୍ଥିତ ଏଲାଥରରେ ଆଲପୁଝା କନ୍ନୁର ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ଶାହାରୁଖ ସୈଫ୍ ନାମକ ଜଣେ ବ୍ୟକ୍ତି ଟ୍ରେନରେ ନିଆଁ ଲଗାଇ ଦେଇଥିଲା ।

ଅଗ୍ନିକାଣ୍ଡରେ ଜଳି ଯାଇଥିବା ବଗି ଗୁଡିକୁ ଟ୍ରେନରୁ ଅଲଗା କରାଯାଇଛି । ଯାଞ୍ଚ ପାଇଁ ପାଲକ୍କଡରୁ ଦକ୍ଷିଣ ରେଳବାଇର ଏମଡି ଜାକିର ହୁସେନ୍‌ଙ୍କ ନେତୃତ୍ୱରେ ଏକ ଟିମ୍ ଆସି ଜଳି ଯାଇଥିବା ବଗିର ଯାଞ୍ଚ କରୁଛନ୍ତି । ଅନୁସନ୍ଧାନ ପରେ ହିଁ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଇଛି । ଫରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବ। ଏହା ଏଲାଥୁର ଟ୍ରେନ୍ ଅଗ୍ନିକାଣ୍ଡ ମାମଲା ସହିତ ଜଡିତ କି ନାହିଁ ତାହା ଯାଞ୍ଚ କରିବ ଏନଆଇଏ ।

ଗତ ଏପ୍ରିଲ ମାସରେ ଆଲପୁଝା-କନ୍ନୁର ଏକ୍ସପ୍ରେସରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ଶାହାରୁଖ ସୈଫ୍ ନାମକ ଜଣେ ଯୁବକ । ଏପ୍ରିଲ 2 ତାରିଖ ରାତି ପ୍ରାୟ 9ଟା 7 ମିନିଟ୍‌ ସମୟରେ ଟ୍ରେନରେ ନିଆଁ ଲାଗିବା ପରେ ରେଲଓ୍ବେ ଟ୍ରାକରୁ 3ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ 3 ଜଣ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଥିଲା । ଟ୍ରେନରେ ଅଗ୍ନିକାଣ୍ଡ ନେଇ ଯାଞ୍ଚ କରିବା ପରେ ଶାହାରୁଖ ସୈଫ୍ ନାମକ ଯୁବକ ଟ୍ରେନରେ ନିଜର ସହଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଜଣାପଡିଥିଲା । ଫଳରେ 3 ଜଣଙ୍କ ମୃତ୍ୟୁ ହୋଇଥିଲା । କେରଳ ପୋଲିସ ଦ୍ବାରା ଜାରି ସ୍କେଚ୍ ସାହାଯ୍ୟରେ ଅଭିଯୁକ୍ତକୁ ମହାରାଷ୍ଟ୍ରରୁ ଗିରଫ କରିଥିଲା । ଘଟଣାକୁ 2 ମାସ ନପୂରୁଣୁ ପୁଣି ଏପରି ଘଟଣାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.