ETV Bharat / bharat

Agneepath Scheme Agitation: ଟ୍ରେନରେ ନିଆଁ ଲଗାଇବା ସମୟର ଭିଡିଓ ଭାଇରାଲ - ଅଗ୍ନିପଥକୁ ନେଇ ବିହାରରେ ଆନ୍ଦୋଳନ

ଅଗ୍ନିପଥ ଯୋଜନାକୁ ନେଇ ଭାରତର ଅନେକ ରାଜ୍ୟରେ ବିଦ୍ରୋହ ଦେଖା ଦେଇଥିଲା । ବିହାରରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଥିବା ବେଳେ ଟ୍ରେନ ଜାଳି ଦେଇଥିଲେ ଆନ୍ଦୋଳନକାରୀ । ଯାହାର ଭିଡିଓ ଏବେ ସୋସିଆଲମିଡିଆରେ ଭାଇରାଲ ହୋଇଛି । ଅଧିକ ପଢନ୍ତୁ

Agneepath Scheme Agitation: ଟ୍ରେନରେ ନିଆଁ ଲଗାଇବା ସମୟର ଭିଡିଓ ଭାଇରାଲ

author img

By

Published : Jun 24, 2022, 10:49 AM IST

ପାଟନା: ଅଗ୍ନିପଥ ଯୋଜନାକୁ ନେଇ ଭାରତର ଅନେକ ରାଜ୍ୟରେ ବିଦ୍ରୋହ ଦେଖା ଦେଇଥିଲା(Agneepath Scheme Agitation)। ବିଶେଷ କରି ବିହାର, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରେ ଏହା ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା । ଫଳରେ କୋଟି କୋଟି ଟଙ୍କାର ଜାତୀୟ ସମ୍ପତ୍ତି ନଷ୍ଟ କରିଦେଇଥିଲେ ଆନ୍ଦୋଳନକାରୀ । ବିହାରର ଏକାଧିକ ସ୍ଥାନରେ ସେନା ଆଶାୟୀ ବ୍ୟାପକ ହିଂସା ଘଟାଇଥିଲେ । ଆନ୍ଦୋଳନକାରୀ ମାନେ ଟ୍ରେନରେ ନିଆଁ ଲଗାଇବା ସହ ଚାରିଆଡେ ପୋଡାଜଳା, ଭଙ୍ଗାରୁଜା କରିବାରୁ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିଲା ।

Agneepath Scheme Agitation: ଟ୍ରେନରେ ନିଆଁ ଲଗାଇବା ସମୟର ଭିଡିଓ ଭାଇରାଲ

ତେବେ ଟ୍ରେନରେ ବିକ୍ଷୋଭକାରୀ ମାନେ ନିାଁ ଲଗାଇବା ସମୟରେ ଭିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କିଛି ଆନ୍ଦୋଳନକାରୀ ଟ୍ରେନ ମଧ୍ୟରେ ପ୍ରବେଶ କରି କାର୍ଡବୋର୍ଡରେ ନିଆଁ ଲଗାଇ ସିଟରେ ରଖୁଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ସେମାନେ ନିଜେ ମଧ୍ୟ ଉତ୍ତୋଳନ କରିଥିଲ।

ବିକ୍ରମଶିଲା ଏକ୍ସପ୍ରେସରେ ନିଆଁ: ଲାଖାଇସରାଇ ଜିଲ୍ଲାରେ ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଭିନ୍ନ ଅଞ୍ଚଳର ତିନିଜଣରୁ ଅଧିକ ଛାତ୍ର ଲାଖାଇସରାଇ ରେଳ ଷ୍ଟେସନରେ ପହଞ୍ଚି ଟ୍ରେନରେ ନିଆଁ ଲଗାଇବା ପାଇଁ ଯୋଜନା କରିଥିଲେ। ପରେ ବିକ୍ରମଶିଲା ଏକ୍ସପ୍ରେସ ଦିଲ୍ଲୀରୁ ଯାତ୍ରା ସାରି ତିନି ନମ୍ବର ପ୍ଲାଟଫର୍ମରେ ପହଞ୍ଚିବା ମାତ୍ରେ ଆନ୍ଦୋଳନକାରୀମାନେ ଡ୍ରାଇଭରକୁ ଆକ୍ରମଣ କରିବା ସହ ଯାତ୍ରୀମାନଙ୍କୁ ମଧ୍ୟ ମାଡମାରିଥିଲେ । ପରେ କାର୍ଡବୋର୍ଡରେ ନିଆଁ ଲଗାଇ ଟ୍ରେନ ମଧ୍ୟରେ ରଖିଦେଇଥିଲେ । ଫଳରେ 7ଟି ଏସସି ବଗିରେ ନିଆଁ ଲାଗିଯାଇଥିଲା । ଏନେଇ ଖବର ପାଇବା ପରେ ମଧ୍ୟ GRP ପୋଲିସ ଓ କୌଣସି ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲେ ।

ଜନସେବା ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ଘଟଣାର ଦୁଇ ଘଣ୍ଟା ପରେ ଲାଖାଇସରାଇ ଜିଲ୍ଲା ଅଧିକାରୀ ସଞ୍ଜୟ କୁମାର ସିଂ, ପୋଲିସ ଅଧୀକ୍ଷକ ପଙ୍କଜ କୁମାର ଅନେକ ପୋଲିସ ଷ୍ଟେସନର ପୋଲିସ ଫୋର୍ସ ସହିତ ରେଳ ଷ୍ଟେସନରେ ପହଞ୍ଚିଥିଲେ । ଆନ୍ଦୋଳନକାରୀଙ୍କୁ ବୁଝେଇବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ । ଏହି ସମୟରେ, ଲାଖାଇସରାଇଠାରେ ପାର୍କ ହୋଇଥିବା ଜାନସେବା ଏକ୍ସପ୍ରେସରେ ନିଆଁ ଲଗାଇ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.