ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଖବର

ନଜର ପକାନ୍ତୁ TOP NEWS@7PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
vTOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 7, 2021, 7:01 PM IST

1. ଜୁନ 30 ସୁଦ୍ଧା ବାହାରିବ ମ୍ୟାଟ୍ରିକ ପରୀକ୍ଷା ଫଳ

ଜୁନ 30 ସୁଦ୍ଧା ବାହାରିବ ମ୍ୟାଟ୍ରିକ ପରୀକ୍ଷା ଫଳ । ନିଷ୍ପତ୍ତି ନେଲା ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ କମିଟି । ଏ ନେଇ ବିସ୍ତୃତ ଗାଇଡ଼ଲାଇନ ଜାରି କଲା ବୋର୍ଡ । ଏଥର କୋରନା ମହାମାରୀ ପାଇଁ ବାତିଲ ହୋଇଥିଲା ମ୍ୟାଟ୍ରିକ ପରୀକ୍ଷା ।

2. ‘ସବୁ କୋରୋନା ରୋଗୀଙ୍କ ପାଇଁ ଅକ୍ସିଜେନର ଆବଶ୍ୟକତା ନାହିଁ’

ରାଜ୍ୟରେ କୋରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ବିଭାଗର ସାମ୍ବାଦିକ ସମ୍ମିଳନୀ । କୋରୋନାକୁ ନେଇ ରାଜ୍ୟବାସୀଙ୍କୁ ସତର୍କ କରିଛନ୍ତି ବିଭିନ୍ନ ବିଶେଷଜ୍ଞ । ଏହା ଏକ ଭୂତାଣୁ ଜନିତ ରୋଗ ।

3. ଭୁଲ ଟ୍ବିଟ୍ କରି କ୍ଷମା ମାଗିଲେ ଯୋଗାଣ ମନ୍ତ୍ରୀ

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ମୃତ ଘୋଷଣା କରିବା ପରେ କ୍ଷମା ମାଗିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

4. ପୁଡୁଚେରୀ ମୁଖ୍ୟମନ୍ତ୍ରୀ ହେଲେ ଏନ. ରଙ୍ଗାସ୍ବାମୀ

AINRC ନେତା ଏନ. ରଙ୍ଗାସ୍ବାମୀ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ନେଇଛନ୍ତି ଶପଥ । ରାଜଭାବନରେ ଏନ. ରଙ୍ଗାସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି ଉପରାଜ୍ୟପାଳ ।

5. ଲକଡାଉନରେ ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଇବେ ସରକାର

ଲକଡାଉନ ସମୟରେ ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଇବେ ରାଜ୍ୟ ସରକାର। ଏନେଇ ମ୍ୟୁନିସପାଲ କମିସନରଙ୍କୁ ଚିଠି ଲେଖିଲେ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ଭି ମାଥିଭାଥନନ ।

6. ମରିନାହିଁ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ, ମୃତ୍ୟୁ ଖବରକୁ ଖଣ୍ଡନ କଲା ଦିଲ୍ଲୀ AIIMS

କୋରୋନାରେ ଛୋଟା ରାଜନର ମୃତ୍ୟୁ ନେଇ ସାମ୍ନାକୁ ଆସିଥିଲା ଖବର । ମୃତ୍ୟୁ ଖବରକୁ ଖଣ୍ଡନ କରିଛି ଦିଲ୍ଲୀ AIIMS ।

7. ଆଉ ଶୁଭିବନି ବଳଭଦ୍ର ପଣ୍ଡାଙ୍କ ପାଲା...

ବିଶିଷ୍ଠ ପାଲା ଗାୟକ ବଳଭଦ୍ର ପଣ୍ଡାଙ୍କ କୋରୋନାରେ ମୃତ୍ୟୁ । ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ଗଣ୍ଡରପୁରରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

8. ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ: ଭାରତୀୟ ଦଳ ଘୋଷଣା, ଫେରିଲେ ଜାଡେଜା-ବିହାରୀ

ଆଇସିସି ଟେଷ୍ଟ ଚମ୍ପିଆନସିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷରେ 5ଟିକିଆ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କଲା ବସିସିଆଇ ।

9. ମାଲେସିଆ ଓପନ ବ୍ୟାଡମିଣ୍ଟନ ସ୍ଥଗିତ, ଭାରତର ଅଲମ୍ପିକ ଆଶା ଧୂଳିଶାତ

ଅଲମ୍ପିକ ଯୋଗ୍ୟତା ଆଶାୟୀ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ବଡ ଝଟକା ।

10. କୋରୋନାରେ ଆଖିବୁଜିଲେ ସୀତାର ବାଦକ ପ୍ରତୀକ ଚୌଧୁରୀ

ଆଜି ସିନେମା ଜଗତରୁ ଆଉ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ଫେମସ ସିତାର ବାଦକ ପ୍ରତୀକ ଚୌଧୁରୀଙ୍କ ଦେହାନ୍ତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.