ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 21, 2022, 3:00 PM IST

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ମେଡିକାଲ ସିଟ୍‌ ନାମରେ 30 ଲକ୍ଷ ଠକେଇ, 2 ଠକଙ୍କୁ ଗିରଫ କଲା ପୋଲିସ

ଡାକ୍ତରି ନାମ ଲେଖାଇବା ଆଳରେ ୩୦ ଲକ୍ଷ ଭୁବନେଶ୍ବରରେ ଠକେଇ । ୨ ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ ।

2. Monkeypox Outbreak: ମାଡୁଛି ମଙ୍କିପକ୍ସ, ସତର୍କ କରାଇଲା କେନ୍ଦ୍ର

ମଙ୍କି ପକ୍ସକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ(ICMR) ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(NCDC)କୁ ତୀକ୍ଷ୍ମ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

3. ହାଇଦ୍ରାବାଦରେ ପୁଣି ଅନର କିଲିଂ, ଜ୍ବାଇଁକୁ ହତ୍ୟାକଲେ ପତ୍ନୀଙ୍କ ପରିବାର !

ପୁଣି ହାଇଦ୍ରବାଦରେ ଆଉ ଏକ ଅନର କିଲିଂ(Honor Killing) । ଅନ୍ୟ ଜାତିରେ ବିବାହ କରିବାରୁ ବିଚ୍‌ ରାସ୍ତାରେ ଯୁବକଙ୍କୁ ବିଭତ୍ସ ହତ୍ୟା ।

4. ଗୋ-ସୁରକ୍ଷାକର୍ମୀଙ୍କୁ ଗୁଳିମାଡ:୧୧ ମାଫିଆ ଗିରଫ, ୩ ଗାଡି ସହ ମାରଣାସ୍ତ୍ର ଜବତ

ମୟୂରଭଞ୍ଜ ଜିଲ୍ଲା ଜଶିପୁରରେ ଗୋ ସୁରକ୍ଷା କର୍ମୀଙ୍କ ଉପରେ ଗୁଳି ମାଡ଼ ଘଟଣା । ଏହି ଘଟଣାରେ ପୋଲିସ ୧୧ ଜଣ ଗୋ ମାଫିଆଙ୍କୁ ଗିରଫ କରିବା ସହିତ ୩ଟି ଗାଡି ଓ ମାରଣାସ୍ତ୍ର ଜବତ କରିଛି ।

5. ଜ୍ଞାପବାପୀ ମସଜିଦ ମାମଲା: ବିବାଦୀୟ ପୋଷ୍ଟ କରି ବନ୍ଧା ହେଲେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ପ୍ରଫେସର

ଦିଲ୍ଲୀ ବିଶ୍ବବିଦ୍ୟାଳୟର ଆସୋସିଏଟ ପ୍ରଫେସର ରତନ ଲାଲ ଗିରଫ । ଜ୍ଞାପବାପୀ ମସଜିଦ ମାମଲାରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିବା ନେଇ ସେ ଗିରଫ ହୋଇଛନ୍ତି ।

6. LIVE Suicide Video: ଚିତ୍ରକୋଟ ଜଳପ୍ରପାତରୁ 100 ଫୁଟ ତଳକୁ ଡେଇଁଲେ ଯୁବତୀ

ଚିତ୍ରକୋଟ ଜଳପ୍ରପାତରେ ଅଘଟଣ । ଜଣେ ଯୁବତୀ ଝରଣାର 100 ଫୁଟ ଉଚ୍ଚତାରୁ ତଳକୁ ଡେଇଁ ପଡ଼ିଛନ୍ତି ।

7. ମାଟି ପକାଇ ରାସ୍ତା ସମତୁଲ କଲେ କୁନି କୁନି ପିଲା

'ତୁମ ପରି ଛୋଟ ପିଲାଟିଏ, ଗାଁ ଚାହାଳିର ଚାଟ ସିଏ' । ପିଲାଦିନେ ମଧୁବାବୁଙ୍କ ଏହି କବିତା ସମସ୍ତେ ପଢିଥିବେ ନିଶ୍ଚୟ । ଯେଉଁଥିରେ କିଛି ପିଲା ବାଲିଗୋଡି ପକାଇ ଗାଁ ରାସ୍ତା ସମତୁଲ କରୁଥିବାର ବର୍ଣ୍ଣନା କରାଯାଇଛି । କବିତାରେ ବର୍ଣ୍ଣିତ ହୋଇଥିବା ଏହି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରର କୁଞ୍ଜଛକରୁ ଜିଲ୍ଲାପାଳଙ୍କ ରାସ୍ତାରେ ।

8. ସ୍ବାମୀକୁ ବଞ୍ଚାଇବାକୁ ସ୍ତ୍ରୀର ଆକୁଳ ନିବେଦନ

ଭଦ୍ରକ ଆରଡ଼ି ପଞ୍ଚାୟତର ସମର ପାଢୀ ଗତ ୨ ମାସ ହେଲା ଲିଭର ନଷ୍ଟ ହୋଇଯାଇଥିବାରୁ ଏବେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି । ଲିଭର ଟ୍ରାନ୍ସଫର ପାଇଁ ଅଧିକ ଟଙ୍କା ଆବଶ୍ୟକ ଥିବାରୁ ଭିଡିଓ ମାଧ୍ୟମରେ ଓଡିଶାବାସୀଙ୍କୁ ସାହାଯ୍ୟର ଭିକ୍ଷା ମାଗିଛନ୍ତି ସ୍ତ୍ରୀ ।

9. FDI Inflows: ଗତ ଆର୍ଥିକ ବର୍ଷରେ ଭାରତକୁ ଆସିଛି ରେକର୍ଡ FDI

ଭାରତକୁ ଛୁଟୁଛି ଏଫଡିଆଇ ସୁଅ । ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶକୁ 83 ବିଲିୟନ ଡଲାରରୁ ଅଧିକ FDI ଆସିଛି ।

10. Definitely Yes: ଆଇପିଏଲର ଆଗାମୀ ସିଜନ ଖେଳିବେ ଧୋନି

ଆଇପିଏଲ ୨୦୨୩ ସିଜିନ ଖେଳିବେ ମହେନ୍ଦ୍ର ସିଂ ଧୋନି । ଆଇପିଏଲ ୨୦୨୨ର ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇ ସୁପରକିଙ୍ଗ୍ସର ଶେଷ ଲିଗ୍‌ ମ୍ୟାଚ୍‌ରେ ଏହା ସ୍ପଷ୍ଟ କରିଛନ୍ତି ଧୋନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.