ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଅପରାହ୍ନ ୧ଟାର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 6, 2021, 1:03 PM IST

1. ତାଲିବାନ କବଜାରେ ପଞ୍ଜଶୀର ! NRF କହିଲା ଦାବି ସମୂର୍ଣ୍ଣ ଭିତ୍ତିହୀନ

ତାଲିବାନ ଓ ପଞ୍ଜଶୀର ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଆଜି (ସୋମବାର) ଆଫଗାନିସ୍ତାନର ଶେଷ ଦୁର୍ଗ ପଞ୍ଜଶୀର ପ୍ରଦେଶକୁ ସମ୍ପୂର୍ଣ୍ଣ ରୂପେ ଅକ୍ତିଆର କରିଥିବା ଘୋଷଣା କରିଛି ତାଲିବାନ ।

2. ନର୍ଦ୍ଦନ ଆଲାଏନ୍ସର ଅସ୍ତ୍ରବିରତି ଆହ୍ବାନ, ପ୍ରତ୍ୟାଖ୍ୟାନ କଲା ତାଲିବାନ

ପ୍ରତିଦିନ ତାଲିବାନ ଆଫଗାନିସ୍ତାନର ନୂତନ ପ୍ରଦେଶକୁ କାବୁ କରିବାକୁ ଚେଷ୍ଟା କରୁଛି । ସୂଚନା ଅନୁଯାୟୀ ତାଲିବାନ ବର୍ତ୍ତମାନ ପଞ୍ଜଶୀର ଦଖଲ କରିଥିବା ଦାବି କରିଥିବା ବେଳେ ଅସ୍ତ୍ରବିରତି ପ୍ରସ୍ତାବ ଦେଇଛି ନର୍ଦ୍ଦନ ରେଜିଷ୍ଟାନ୍ସ ଫୋର୍ସ ।

3. ଆଜିଠୁ OJEE; ପ୍ରଥମ ଦିନରେ ବି.ଫାର୍ମା ପାଇଁ ଚାଲିଛି ପରୀକ୍ଷା

ଆଜିଠାରୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା । ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ।

4. ACF ସୌମ୍ୟରଞ୍ଜନଙ୍କୁ ନ୍ୟାୟ ଦାବିରେ ଖଇରା ବନ୍ଦ ଡାକରା

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ନ୍ୟାୟ ଦାବିରେ ୯ ତାରିଖରେ ଖଇରା ବନ୍ଦ ଡାକରା ।

5. ଦିନକରେ 38948 ପଜିଟିଭ ଚିହ୍ନଟ, ୨୧୯ ମୃତ

ଦେଶରେ ଥମିବାର ନାଁ ଧରୁନି କୋରୋନା ସଂକ୍ରମଣ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 38 ହଜାର 948 ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହିତ ୨୧୯ ଜଣଙ୍କ ମୃତ୍ୟୁ ହୋଇଛି ।

6. 5 ଟଙ୍କିଆ ମୁଦ୍ରା ଢୋକିଦେଲା ଶିଶୁକନ୍ୟା, ଚାଲିଗଲା ଜୀବନ

କର୍ଣ୍ଣାଟକ ମହୀଶୂରରେ ଅକାଳରେ ଚାଲିଗଲା ଶିଶୁକନ୍ୟାର ଜୀବନ । ୫ ଟଙ୍କିଆ ମୁଦ୍ରା ଢୋକି ଦେବା ଫଳରେ ଶିଶୁଟିର ମୃତ୍ୟୁ ଘଟିଛି ।

7. Odisha Assembly; ଚାଲିଛି ପ୍ରଶ୍ନକାଳ, ଆଜି ଆସିବ ୨ଟି ଗୁରୁତ୍ବପୂର୍ଣ୍ଣ ବିଲ

ଆଜି ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିବସ । ବିନା ବାଧାରେ ଚାଲିଛି ପ୍ରଶ୍ନକାଳ । ରାଜ୍ୟରେ ମରୁଡି ସ୍ଥିତି ମୁକାବିଲା ପାଇଁ ସରକାର ନେଇଥିବା ପଦକ୍ଷେପ ନେଇ ଆଜି ଗୃହରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଣିବେ ମୋସନ ।

8. ଆଜି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ

ଆଜି ଠାରୁ 6 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡ଼ୁ । ଅସୁସ୍ଥତା କାରଣରୁ ଜନ ଆର୍ଶୀବାଦ ଯାତ୍ରାରେ ସାମିଲ ହୋଇ ପାରିନଥିଲେ ବିଶେଶ୍ବର । ସ୍ବାଗତ ପାଇଁ ଦଳୀୟ ପ୍ରସ୍ତୁତି ଜୋରଦାର ।

9. ହୁତୁହୁତୁ ହୋଇ ଜଳିଗଲା ଆମ୍ବୁଲାନ୍ସ, ଡ୍ରାଇଭର ସୁରକ୍ଷିତ

କେନ୍ଦ୍ରପଡା ଜିଲ୍ଲା ମହିପାଳ ନିକଟରେ ଘଟିଛି ଏପରି ଅଘଟଣ । ସର୍ଟସର୍କିଟ ଯୋଗୁଁ ଆମ୍ବୁଲାନ୍ସରେ ନିଆଁ ଲାଗିଥିବା କହିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ।

10. ସପ୍ତପୁରୀ ଅମାବାସ୍ୟା: ଲଙ୍କାପୋଡ଼ି ପର୍ବ ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର

ଆଗକୁ ଆସୁଛି ସପ୍ତପୁରୀ ଅମାବାସ୍ୟା । ଏହି ଅମାବାସ୍ୟାରେ ସୁବର୍ଣ୍ଣପୁରରେ ପାଳିତ ହେଉଥିବା ଲଙ୍କାପୋଡ଼ି ପର୍ବ ପାଇଁ ସହର ଚଳଚଞ୍ଚଳ ହୋଇଉଠିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.