1-ରାଜ୍ୟରେ କମୁଛି ସଂକ୍ରମଣ, ଆଜି ଦିନକରେ 594 ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଧିରେଧିରେ ସଂକ୍ରମଣ କମୁଛି । ଆଜି ଦିନକରେ 594 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 343ଟି କ୍ବାରେଣ୍ଟାଇନ କେସ ରହିଥିବାବେଳେ 251ଟି ସ୍ଥାନୀୟ ସଂକ୍ରମଣ ରହିଛି ।
2-ଦେଶରେ ଦିନକରେ 43082 କୋରୋନା ଆକ୍ରାନ୍ତ ଚିହ୍ନଟ, 492 ମୃତ
ଦେଶରେ ତଳମୁହାଁ କୋରୋନା ଗ୍ରାଫ । 24 ଘଣ୍ଟାରେ ମଧ୍ୟରେ 43 ହଜାର 82 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । 492 ଜଣଙ୍କର ହୋଇଛି ମୃତ୍ୟୁ ।
3-ଆରମ୍ଭରୁ ଗୃହ ଦୁଇଥର ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ପରୀ ପ୍ରସଙ୍ଗରେ ଆଜି ବି ବିଧାନସଭାରେ ହଙ୍ଗାମା । ଗୃହ ମଧ୍ୟଭାଗରେ ବିରୋଧୀ ବିଜେପି-କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ । SIT ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କମ୍ପିଲା ଗୃହ।
4-କଙ୍ଗନାଙ୍କ ଘର ଭଙ୍ଗାରୁଜା ପାଇଁ କ୍ଷତିପୂରଣ ଦେବେ ଉଦ୍ଧବ ସରକାର: ହାଇକୋର୍ଟ
ବିଏମସି ଅଭିନେତ୍ରୀ କଙ୍କନାଙ୍କୁ ଦେବ କ୍ଷତି ପୂରଣ । ସେପ୍ଟେମ୍ବରରେ ବିଏମସି ଭାଙ୍ଗିଥିଲା ତାଙ୍କ ଅଫିସର ଏକ ଅଂଶ । ଏହି ମାମଲାରେ ହୋଇଯାଇଛି ଶୁଣାଣି ।
5-ଦେଶରେ 24 ଘଣ୍ଟାରେ ହୋଇଛି 11,31,204 ଟେଷ୍ଟ: ICMR
ଦେଶରେ ଶୀତର ଲହରୀ ଆରମ୍ଭ ହୋଇଥିବାବେଳେ ପୁଣି ଟ୍ରାକକୁ ଫେରୁଛି ସଂକ୍ରମଣ । ତେବେ 26 ନଭେମ୍ବରରେ 11,31,204ଟି ନମୁନା ଟେଷ୍ଟ କରାଯାଇଛି ।
6-ଦୁଇ ଦିନର ବିରତି ପରେ ପୁଣି ବଢିଲା ତୈଳ ଦର
ଦୁଇ ଦିନର ବିରତି ପରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ବର୍ଦ୍ଧିତ ଦରକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ବଢି ଚାଲିଛି ।
7-କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, 5 ସଂକ୍ରମିତ ଜୀବନ୍ତ ଦଗ୍ଧ
ରାଜକୋଟ ସ୍ଥିତ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । 5 ଜଣ କୋରୋନା ସଂକ୍ରମିତ ଜୀବନ୍ତ ଦଗ୍ଧ ।
8-ମିଗ -29 କେ ବିମାନ ଦୁର୍ଘଟଣା ଗ୍ରସ୍ତ, ଜଣେ ପାଇଲଟ ଉଦ୍ଧାର
ଭାରତୀୟ ବାୟୁସେନାର ପ୍ରଶିକ୍ଷଣ ବିମାନ ମିଗ-29 ଦୁର୍ଘଟଣାଗ୍ରସ୍ତ । ସମୁଦ୍ରରେ ଉଡାଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ । ଜଣେ ପାଇଲଟ ସୁରକ୍ଷତିତ ଉଦ୍ଧାର ଓ ଜଣେ ନିଖୋଜ ।
9-ଟ୍ରେନରେ ଚଢିବା ବେଳେ ଅଘଟଣ, ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ରେଳ କର୍ମଚାରୀ
ମହାରାଷ୍ଟ୍ରର କଲ୍ୟାଣ ରେଳ ଷ୍ଟେସନରେ ଗତ ବୁଧବାର 2ଟି ଦୁର୍ଘଟଣା ଘଟି ଯାଇଛି । ଚଳନ୍ତା ଟ୍ରେନରେ ଚଢୁଥିବା ସମୟରେ 2 ଜଣ ଯାତ୍ରୀଙ୍କୁ ରେଳ କର୍ମଚାରୀମାନେ ଉଦ୍ଧାର କରିଛନ୍ତି ।
10-ସ୍ମାର୍ଟସିଟିରେ କଡାକଡି ହେଲା ସ୍ୱଚ୍ଛତା ଅନୁପାଳନ
ସ୍ମାର୍ଟ ସିଟିକୁ ସ୍ବଚ୍ଛ ରଖିବା ପାଇଁ ବିଏମସିର ଆଉ ଏକ ନିଆରା ପଦକ୍ଷେପ । ଦୋକାନ ଗୁଡିକରେ ସ୍ୱଚ୍ଛତା ଅନୁପାଲନ ନେଇ ସୁରକ୍ଷାକର୍ମୀ କଲେ ଯାଞ୍ଚ ।