ETV Bharat / bharat

ଆପାର୍ଟମେଣ୍ଟ ଆଗରେ କୁନି ଶିଶୁକୁ ଦଳିଦେଲା କାର, ପୋଲିସର ତଦନ୍ତ ଆରମ୍ଭ

Toddler knocked down by car in Bengaluru: ବେଙ୍ଗାଲୁରୁରେ ଆପାର୍ଟମେଣ୍ଟ ଆଗରେ କୁନି ଶିଶୁକୁ ଦଳିଦେଲା କାର । ସିସିଟିଭି ଫୁଟେଜ ଯାଞ୍ଚ ପରେ ଶିଶୁ ମୃତ୍ୟୁର ପ୍ରକୃତ କାରଣ ଜାଣିପାରିଲେ ପିତାମାତା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 17, 2023, 7:48 PM IST

Toddler knocked down by car in Bengaluru

ବେଙ୍ଗାଲୁରୁ: ଆପାର୍ଟମେଣ୍ଟ ଆଗରେ କୁନି ଶିଶୁଟି ଖେଳୁଥିଲା । ଆଖି ପିଛୁଳାକେ କାରଟି ଆସି ଶିଶୁଟିକୁ ଦଳିଦେଇ ଚାଲିଗଲା । କର୍ଣ୍ଣାଟକ କାସୁଭିନାହଲି ସ୍ଥିତ ସମୃଦ୍ଧି ଆପାର୍ଟମେଣ୍ଟ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଶିଶୁ ଜଣକ ନେପାଳ ନାଗରିକ ହୋଇଥିବା ବେଳେ ସେ ବେଙ୍ଗାଲୁରୁରେ ରହୁଥିଲା । ଏନେଇ ବେଲାଣ୍ଡୁର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାଟି ଗତ ୯ ତାରିଖରେ ଘଟିଥିବା ବେଳେ ଶିଶୁ ମୃତ୍ୟୁର ପ୍ରକୃତ କାରଣ ଆଜି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଶିଶୁଟି ନେପାଳର ଅଧିବାସୀ ଜୋଗ ଜୁଠାର ଓ ଅନିତାଙ୍କ ୩ ବର୍ଷର ପୁଅ ଅର୍ବିନା । ତେବେ କାର ଚଢାଇଥିବା ବ୍ୟକ୍ତି ଜଣକ ମଧ୍ୟ ଉକ୍ତ ଆପାର୍ଟମେଣ୍ଟରେ ରହିଆସୁଛନ୍ତି । ସେ କାରକୁ ଆପାର୍ଟମେଣ୍ଟ ବାହାରକୁ ଆଣିବା ବେଳେ ଶିଶୁଟିକୁ ଦେଖିପାରିନଥିବା କୁହାଯାଉଛି । ହେଲେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଶିଶୁଟି ଉପରେ କାର ଚଢାଇବା ପରେ କାର ଚଳାଉଥିବା ବ୍ୟକ୍ତି ଜଣକ ସେଠାରୁ ପଳାଇଥିଲେ । ଯେତେବେଳେ ଶିଶୁର ପିତାମାତା ତାକୁ ଖୋଜିଥିଲେ, ସେତେବେଳେ ଆପାର୍ଟମେଣ୍ଟ ତଳେ ଆହତ ଅବସ୍ଥାରେ ପାଇବା ପରେ ସେ ଗେଟ୍‌ରେ ମାଡ଼ ହୋଇଥିବା ଯୋଗୁଁ ସେ ଆହତ ଥିବା ସନ୍ଦେହ କରିଥିଲେ ।

ଏହା ବି ପଢନ୍ତୁ- ରକ୍ଷକ ସାଜିଲା ଭକ୍ଷକ: ୨ବର୍ଷର ପୁଅକୁ ଛାତରୁ ଫିଙ୍ଗି ପିତାର ଆତ୍ମହତ୍ୟା ଉଦ୍ୟମ

ଏହାପରେ ସେମାନେ ସଙ୍ଗେ ସଙ୍ଗେ ଶିଶୁଟିକୁ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କ କହିବାନୁସାରେ ଶିଶୁର କାନ୍ଧ ହାଡ଼ ଭାଙ୍ଗିଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଛି । ଏହାପରେ ଶିଶୁର ପିତାମାତା ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଶିଶୁକୁ ଭର୍ତ୍ତି କରିଥିଲେ । ଏହାପରେ ଉକ୍ତ ହସ୍ପିଟାଲର ଡାକ୍ତର ଶିଶୁକୁ ନିମହାନ୍ସ ହସ୍ପିଟାଲରେ ତୁରନ୍ତ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ହେଲେ ଏହା ପୂର୍ବରୁ ଶିଶୁଟିର ମୃତ୍ୟୁ ଘଟିଛି । ବ୍ୟବଚ୍ଛେଦ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି ଯେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁଁ ଶିଶୁଟିର ମୃତ୍ୟ ଘଟିଛି ।

ଏହାପରେ ଶିଶୁର ପିତାମାତାଙ୍କ ସନ୍ଦେହ ହେବା ପରେ ସେମାନେ ବେଲାଣ୍ଡୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରିବା ବେଳେ ଶିଶୁ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିଛି । ଶିଶୁଟି ଉପରେ କାର ଚଢିଯିବା ଯୋଗୁଁ ତାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ମାମଲାଟି ବେଲାଣ୍ଡୁର ଟ୍ରାଫିକ ପୋଲିସକୁ ହସ୍ତାନ୍ତର ହେବା ପରେ ଏହାର ଅଧିକ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.