ETV Bharat / bharat

କୋରୋନା ନେଲା ତାମିଲନାଡୁ ନିର୍ବାଚନ ଲଢିଥିବା କଂଗ୍ରେସ ପ୍ରାର୍ଥୀଙ୍କ ଜୀବନ

author img

By

Published : Apr 11, 2021, 11:52 AM IST

କୋରୋନାରେ ପ୍ରାଣ ହରାଇଲେ ତାମିଲନାଡୁ ନିର୍ବାଚନ ଲଢିଥିବା କଂଗ୍ରେସ ପ୍ରାର୍ଥୀ । ମାଧବ ରାଓ ଶ୍ରୀଭିଲ୍ଲୀପୁତର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ । ଅଧିକ ପଢନ୍ତୁ...

TN Congress Candidate Madhava Rao Dies Of Covid
ତାମିଲନାଡୁ ନିର୍ବାଚନ ଲଢିଥିବା କଂଗ୍ରେସ ପ୍ରାର୍ଥୀଙ୍କ ଜୀବନ ନେଲା କୋରୋନା

ଚେନ୍ନାଇ: କୋରୋନାରେ ପ୍ରାଣ ହରାଇଲେ ତାମିଲନାଡୁ ନିର୍ବାଚନ ଲଢିଥିବା କଂଗ୍ରେସ ପ୍ରାର୍ଥୀ । ନିକଟରେ ତାମିିଲନାଡୁରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ଭାଗନେଇ ନିର୍ବାଚନ ଲଢିଥିଲେ । ମାଧବ ରାଓ ଶ୍ରୀଭିଲ୍ଲୀପୁତର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ ।

ତାମିଲନାଡୁର ବିରୁଧନଗର ଜିଲ୍ଲାର ଶ୍ରୀଭିଲ୍ଲିପୁତରର ପିଏସଡବ୍ଲୁ ମାଧବ ରାଓ ଗତ ମାସ ପୂର୍ବରୁ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଯଦି ସେ ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ସେଠାରେ ଉପନିର୍ବାଚନ କରାଯିବ । ମାଧବ ରାଓ ମୃତ୍ୟୁକୁ ନେଇ ସର୍ବଭାରତୀୟ କଂଗ୍ରେସ କମିଟିର ତାମିଲନା଼ଡୁ ଓ ପୁଡୁଚେରୀ କାର୍ଯ୍ୟକାରୀ ଇନଚାର୍ଜ ଦୁଃଖ ପ୍ରକାଶ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ମାଧବ ରାଓଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।

ସୂଚନାଥାଉକି ଗତ ଅପ୍ରେଲ 6 ତାରିଖରେ 234 ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚନ ରଣାଙ୍ଗାନରେ ଓହ୍ଲାଇଥିଲେ । ଆସନ୍ତା ମେ 2 ତାରିଖରେ ଫଳାଫଳ ଘୋଷଣା ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.