ETV Bharat / bharat

କ୍ୟାସ ଫର କ୍ବାରୀ ମାମଲା, ମହୁଆ ମୋଇତ୍ରା ବହିଷ୍କୃତ - ମହୁଆ ମୋଇତ୍ରା ବହିଷ୍କୃତ

TMC MP Mahua Moitra Expelled: ବହୁଚର୍ଚ୍ଚିତ କ୍ୟାସ ଫର କ୍ବାରୀ ମାମଲା । ସାଂସଦ ପଦ ହରାଇଲେ ଟିଏମସି ସାଂସଦ ମହୁଆ ମୋଇତ୍ରା । ଅଧିକ ପଢନ୍ତୁ

TMC MP Mahua Moitra
TMC MP Mahua Moitra
author img

By ETV Bharat Odisha Team

Published : Dec 8, 2023, 3:16 PM IST

Updated : Dec 8, 2023, 3:58 PM IST

ନୂଆଦିଲ୍ଲୀ: ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲା । ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ରା । ଆଜି (ଶୁକ୍ରବାର) ଲୋକସଭାରେ ଏଥିକ୍ସ କମିଟିର ରିପୋର୍ଟ ଆଗତ ହୋଇଥିଲା । ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ ସୋନକର ସାଂସଦ ମହୁଆ ମୋଇତ୍ରାଙ୍କ ସଦସ୍ୟତା ରଦ୍ଦ ପାଇଁ ସୁପାରିଶ କରି ଏକ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହାପରେ ବିରୋଧୀ ହୋହଲ୍ଲା କରିଥିଲେ । ତର୍କବିତର୍କ ପରେ ଏଥିକ୍ସ କମିଟିର ରିପୋର୍ଟକୁ ଗ୍ରହଣ କରାଯାଇଥିବା ବେଳେ ମହୁଆ ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଛି ।

  • #WATCH | Cash for query matter | TMC's Mahua Moitra expelled as a Member of the Lok Sabha; House adjourned till 11th December.

    Speaker Om Birla says, "...This House accepts the conclusions of the Committee that MP Mahua Moitra's conduct was immoral and indecent as an MP. So, it… pic.twitter.com/mUTKqPVQsG

    — ANI (@ANI) December 8, 2023 " class="align-text-top noRightClick twitterSection" data=" ">

ଏଥିକ୍ସ କମିଟିର ଏହି ରିପୋର୍ଟ ଆଗତ ହେବା ପରେ ଅଧ ଘଣ୍ଟା ଲାଗି ରିପୋର୍ଟ ଉପରେ ଚର୍ଚ୍ଚା ଲାଗି ବାଚସ୍ପତି ଓମ ବିର୍ଲା ଅନୁମତି ଦେଇଥିଲେ । ବିରୋଧୀମାନେ ସାଂସଦ ମହୁଆ ମୋଇତ୍ରାଙ୍କ ସପକ୍ଷରେ ବାହାରିଥିବା ବେଳେ ବିଜେପି ସାଂସଦ ଏହାକୁ କଡ଼ା ବିରୋଧ କରିଥିଲେ । ରିପୋର୍ଟ ଉପରେ ଆଲୋଚନା ସମୟରେ କଂଗ୍ରେସ ସାଂସଦ ମନୀଷ ତିୱାରି କହିଥିଲେ, "ସାଂସଦ ମହୁଆ ମୋଇତ୍ରାଙ୍କୁ ପ୍ରକୃତ ନ୍ୟାୟ ମିଳିନାହିଁ । ତାଙ୍କ ସହିତ ଅନ୍ୟାୟ ହେଉଛି ।" ଟିଏମସି ସାଂସଦମାନେ ମଧ୍ୟ ଏହି ରିପୋର୍ଟକୁ କଡ଼ା ବିରୋଧ କରିଥିଲେ । ସେପଟେ ମହୁଆ ମୋଇତ୍ରାଙ୍କୁ ଏହି ଆଲୋଚନା ସମୟରେ ନିଜ ପକ୍ଷ ରଖିବା ଲାଗି ଅନୁମତି ଦେଇନଥିଲେ ବାଚସ୍ପତି ଓମ ବିର୍ଲା । ତାଙ୍କୁ ପ୍ୟାନେଲ ମିଟିଂରେ ସୁଯୋଗ ଦିଆଯାଇଥିବାରୁ ଏବେ ଅନୁମତି ଦିଆଯିବ ନାହିଁ ବୋଲି କହିଥିଲେ ବାଚସ୍ପତି ।

ଏହା ବି ପଢନ୍ତୁ- ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ଉପସ୍ଥାପନ, ବିରୋଧୀଙ୍କ ହୋହଲ୍ଲାରେ ଗୃହ ମୁଲତବୀ

ବାଚସ୍ପତି ଓମ ବିର୍ଲା ଏହି ପ୍ରସଙ୍ଗ ଉପରେ ସମସ୍ତ ସାଂସଦଙ୍କୁ ନିବେଦନ କରି କହିଥିଲେ, "ସାଂସଦମାନେ ସଂସଦରେ ଯେଉଁ ପ୍ରଶ୍ନ କରୁଛନ୍ତି ତାକୁ ନିଜେ ପ୍ରସ୍ତୁତ କରନ୍ତୁ । ସେମାନଙ୍କ ପ୍ରଶ୍ନକୁ ଆଉ କେହି ପ୍ରସ୍ତୁତ କରିପାରିବେ ନାହିଁ । ମୁଁ ସଂସଦର ଗାରିମାକୁ କମ ହେବାକୁ ଦେବି ନାହିଁ ।" ସମସ୍ତ ସାଂସଦ ନିଜ ପକ୍ଷ ରଖିବା ପରେ ଭୋଟିଂ ହୋଇଥିଲା । ଏହାପରେ ଶେଷରେ ବାଚସ୍ପତି ଏଥିକ୍ସ କମିଟିର ସୁପାରିଶକୁ ଗ୍ରହଣ କରିବା ସହ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସଦସ୍ୟତା ରଦ୍ଦ କରିଛନ୍ତି । ଏହାପରେ ଲୋକସଭାକୁ ସୋମବାର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି ।

କଣ ଥିଲା ଘଟଣା ? ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବାର ଅଭିଯୋଗ ଆଣିଥିଲେ । ତାଙ୍କର ଅଭିଯୋଗ ଥିଲା ଯେ,'ନଗଦ ଟଙ୍କା ଏବଂ ଗିଫ୍ଟ ମାଧ୍ୟମରେ ସଂସଦରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ପ୍ରଶ୍ନ କରିବାକୁ ମୋଇତ୍ରା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଇଥିଲେ ।' ଦୁବେ ଏନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଲୋକସଭା ଏଥିକ୍ସ କମିଟି ଏହି ମାମଲାର ଯାଞ୍ଚ କରି ୫୦୦ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା । ରିପୋର୍ଟରେ କମିଟି ସାଂସଦ ମୋଇତ୍ରାଙ୍କ ବହିଷ୍କାର ପାଇଁ ସୁପାରିଶ କରାଯାଇଥିଲା । ଏଥିରେ କୁହାଯାଇଛି ଯେ, "ମୋଇତ୍ରାଙ୍କ କାର୍ଯ୍ୟ ଅନୈତିକ, ଅପରାଧିକ, ସଂସଦୀୟ ବିଶେଷାଧିକାରର ଉଲ୍ଲଙ୍ଘନ ଓ ସଦନର ଅବମାନନା ଅଟେ । ତାଙ୍କୁ ସାଂସଦ ଭାବେ ବହିଷ୍କାର କରାଯିବା ଉଚିତ ।"

Last Updated : Dec 8, 2023, 3:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.