ETV Bharat / bharat

TMC କ୍ୟାମ୍ପ ଛାଡି ବିଜେପିରେ ଯୋଗଦେଲେ ଡାଇମଣ୍ଡ ହାର୍ଭର ବିଧାୟକ

ମଙ୍ଗଳବାର ଡାଇମଣ୍ଡ ହାର୍ଭରରୁ ଟିଏମସି ବିଧାୟକ ଦୀପକ ହଳଧର ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

ଖାଲି ହୋଇଯିବ TMC କ୍ୟାମ୍ପ! ବିଜେପିରେ ଯୋଗଦେଲେ ଡାଇମଣ୍ଡ ହାର୍ଭର ବିଧାୟକ

author img

By

Published : Feb 2, 2021, 9:51 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଥମୁନି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟେନସନ୍ । ପ୍ରତ୍ୟେକ ଦିନ କୌଣସି ନା କୌଣସି ନେତା ଛାଡୁଛନ୍ତି ଦିଦିଙ୍କ ହାତ । ଏହି କ୍ରମରେ ମଙ୍ଗଳବାର ଡାଇମଣ୍ଡ ହାର୍ଭରରୁ ଟିଏମସି ବିଧାୟକ ଦୀପକ ହଳଧର ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

ମଙ୍ଗଳବାର ବାରୁଇପୁରର ଏକ ରାଲିରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ମୁକୁଲ ରୟଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଟିଏମସିର ବିଦ୍ରୋହୀ ନେତା ଦୀପକ ହଳଧର । ସୋମବାର ଡାଇମଣ୍ଡ ହାର୍ଭରରୁ ବିଧାୟକ ଥିବା ଦୀପକ ହଳଧର ଦଳରୁ ଇସ୍ତଫା ଦେଇଥିଲେ ।

ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଦୀପକ ତାଙ୍କ ଇସ୍ତଫା ପଠାଇଛନ୍ତି। ମଙ୍ଗଳବାର ଦକ୍ଷିଣ 24 ପ୍ରଗଣାର ଅନ୍ୟାନ୍ୟ ନେତା ମଧ୍ୟ ଦୀପକ ହଳଧରଙ୍କ ସହ ବାରୁଇପୁର ରାଲିରେ ବିଜେପିରେ ଯୋଗ ଦେଇଛନ୍ତି ।

ଦଳରୁ ଦୀପକଙ୍କ ଇସ୍ତଫା ସମ୍ପର୍କରେ ଟିଏମସି ରାଜ୍ୟସଭା ସାଂସଦ ଶାନ୍ତନୁ ସେନ କହିଛନ୍ତି, ଆମେ ଦୀପକ ହଳଧରଙ୍କ ବିଷୟରେ ଜାଣିଥିଲୁ ଯେ ସେ ଟିଏମସି ଛାଡିବେ । ନିର୍ବାଚନ ପୂର୍ବରୁ ଯେଉଁମାନେ ଦଳ ବଦଳ କରୁଛନ୍ତି, ଲୋକମାନେ ତାଙ୍କ ବିଷୟରେ ଭଲ ଭାବରେ ଜାଣିରଖିବା ଉଚିତ । ନିର୍ବାଚନରେ ​​ଅଧିକ ଲାଭ ପାଇବାକୁ ଏମାନେ ଅନ୍ୟଦଳକୁ ଡିଆଁ ମାରୁଛନ୍ତି ବୋଲି କହିଛନ୍ତି ଶାନ୍ତନୁ ।

ହଳଧର ଡାଇମଣ୍ଡ ହାର୍ଭରରୁ ବିଧାୟକ ଥିଲେ, ଯେଉଁଠି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡି ଉପରକୁ ଟିଏମସି କର୍ମୀ ଆକ୍ରମଣ କରିଥିଲେ । ଡାଇମଣ୍ଡ ହାର୍ଭର ଯାଉଥିବା ବାଟରେ ନଡ୍ଡାଙ୍କ ଗାଡି ଉପରୁକୁ ଆକ୍ରମଣ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.