ETV Bharat / bharat

ବିବାହ ପୂର୍ବରୁ IAS ପ୍ରଦୀପ-ଟିନାଙ୍କ ରୋମାଣ୍ଟିକ ଫଟୋ ଭାଇରାଲ

author img

By

Published : Mar 30, 2022, 4:21 PM IST

ଦ୍ୱିତୀୟ ବିବାହକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଆଇଏଏସ୍ ଟପ୍ପର ଟିନା ଡାବି। ରାଜସ୍ଥାନ ପ୍ରତ୍ନତତ୍ତ୍ବ ବିଭାଗର ନିର୍ଦ୍ଦେଶକ ପ୍ରଦୀପ ଗୱାଣ୍ଡେଙ୍କୁ ଟିନା ଡାବି ବିବାହ କରିବାକୁ ଯାଉଛନ୍ତି। ବିବାହ ପୂର୍ବରୁ IAS ପ୍ରଦୀପ-ଟିନାଙ୍କ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ବିବାହ ପୂର୍ବରୁ IAS ପ୍ରଦୀପ-ଟିନାଙ୍କ ରୋମାଣ୍ଟିକ ଫଟୋ ହେଲା ଭାଇରାଲ

ହାଇଦ୍ରାବାଦ: ଦ୍ୱିତୀୟ ବିବାହକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଆଇଏଏସ୍ ଟପ୍ପର ଟିନା ଡାବି। ଏହି ସମୟରେ ସୋସିଆଲ ମିଡିଆରେ ମିଳୁଥିବା ଶୁଭକାମନା ପାଇଁ ସେ ଏକ ପୋଷ୍ଟ ସେୟାର କରି ଲୋକଙ୍କୁ ଧନ୍ୟବାଦ ଜଣାଉଛନ୍ତି । ୨୦୧୫ ମସିହାରେ ସିଭିଲ ସର୍ଭିସ୍‌ ପରୀକ୍ଷାରେ ସାରା ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଟିନା ଡାବି ରାଜସ୍ଥାନ ପ୍ରତ୍ନତତ୍ତ୍ବ ବିଭାଗର ନିର୍ଦ୍ଦେଶକ ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି।

ଗତକାଲି ପ୍ରଦିପ ଗଣ୍ଡାୱେଙ୍କ ସହ ବିବାହ ଘୋଷଣା କରିବା ପରେ ଟିନା ଡାବି ଚର୍ଚ୍ଚାକୁ ଆସିଛନ୍ତି। ବର୍ତ୍ତମାନ ଇନଷ୍ଟାଗ୍ରାମରେ ପ୍ରଦୀପ ଗଣ୍ଡାୱେଙ୍କ ସହ ତାଙ୍କ କିଛି ଫଟୋ ସେୟାର କରି ସେ ଲେଖିଛନ୍ତି - 'ସୋସିଆଲ ମିଡିଆରେ କଲ, ମେସେଜ ଏବଂ ଶୁଭେଚ୍ଛା ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଗତ 24 ଘଣ୍ଟା ମଧ୍ୟରେ ଆମେ ପାଇଥିବା ଭଲପାଇବା ଅତୁଳନୀୟ, ବିଶେଷକରି ମହାରାଷ୍ଟ୍ରରୁ । ପ୍ରକୃତରେ କୃତଜ୍ଞ ।'

ଏଥିସହିତ ପ୍ରଦିପ ଗଣ୍ଡାୱେ ଟିନା ଡାବିଙ୍କ ସହ କିଛି ରୋମାଣ୍ଟିକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋରେ, ସେ ଏବଂ ଟିନା ପରିବାର ସହିତ ନଜର ଆସିଛନ୍ତି । ପ୍ରଦୀପ ଲେଖିଛନ୍ତି- "ପାରିବାରିକ ସମାରୋହର କିଛି ମୁହୂର୍ତ୍ତ ବାଣ୍ଟୁଛି ।" ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ବିବାହ ସମାରୋହ କାର୍ଡରେ କାର୍ଯ୍ୟକ୍ରମର ତାରିଖ ଏବଂ ସ୍ଥାନ ଉଲ୍ଲେଖ କରାଯାଇଛି । ଏକ ସୁତ୍ର ମୁତାବିକ, ଉଭୟ ଏପ୍ରିଲ 22 ରେ ଜୟପୁରର ଏକ ଘରୋଇ ହୋଟେଲରେ ବିବାହ କରିବାକୁ ଯାଉଛନ୍ତି ।

ସୂନନାଯୋଗ୍ୟ ଯେ, ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଟିନା ଡାବି । ଟିନା ଡାବି ସୋମବାର ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ଜୀବନ ସାଥୀଙ୍କ ସହ ଫଟୋ ପୋଷ୍ଟ କରିଥିଲେ । ଟିନା ଡାବି ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିବେ । ପ୍ରଦୀପ ଗୱାଣ୍ଡେ ରାଜସ୍ଥାନ କ୍ୟାଡରର ୨୦୧୩ ବ୍ୟାଚ୍ ଆଇଏଏସ ଅଧିକାରୀ । ବର୍ତ୍ତମାନ ପ୍ରଦୀପ ଗୱାଣ୍ଡେ ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ପଦରେ ଅଛନ୍ତି।

ଏହା ବି ପଢନ୍ତୁ: ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଚର୍ଚ୍ଚିତ IAS ଟପ୍ପର ଟିନା ଡାବି, ଇନଷ୍ଟାରେ ସେୟାର କଲେ ଫଟୋ

ଅତହର ଖାନଙ୍କୁ ବିବାହ କରିଥିଲେ ଟିନା

ଏହାପୂର୍ବରୁ ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅତହର ଖାନଙ୍କୁ ବିବାହ କରିଥିଲେ । ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅତହର ଖାନ । ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିନ୍ତୁ ଅତହର ଓ ଟିନାଙ୍କ ବିବାହ ଅଧିକ ଦିନ ତିଷ୍ଠି ରହିନଥିଲା। ୨୦୨୦ରେ ପରସ୍ପରର ସହମତିରେ ଉଭୟ ଛାଡ଼ପତ୍ର ନେଇଥିଲେ। ସେହି ସମୟରେ ଛାଡ଼ପତ୍ର ଯୋଗୁଁ ଉଭୟେ ଚର୍ଚ୍ଚାକୁ ଆସିଥିଲେ।

ଏହା ବି ପଢନ୍ତୁ: ଅଲଗା ହେଲେ ଚର୍ଚ୍ଚିତ IAS ଟିନା-ଅତହର

ଟିନା ଡାବିଙ୍କ ପରିବାର

ଟିନା ଡାବିଙ୍କ ସାନ ଭଉଣୀ ରିୟା ଡାବି ମଧ୍ୟ ଜଣେ ଆଇଏଏସ୍ ଅଧିକାରୀ । ସିଭିଲ୍ ସର୍ଭିସେସ୍ ପରୀକ୍ଷା 2020-21 ର ଟପ୍ପରମାନଙ୍କ ମଧ୍ୟରେ ରିୟା ରହିଛନ୍ତି । ସେ UPSC ପରୀକ୍ଷାରେ 15 ତମ ରାଙ୍କ ହାସଲ କରିଥିଲେ । ଏନେଇ ଟିନା ଡାବି ନିଜେ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଥିଲେ- 'ମୋର ସାନ ଭଉଣୀ ରିୟା ଦାବି UPSC 2020 ପରୀକ୍ଷାରେ 15 ତମ ସ୍ଥାନ ହାସଲ କରିଛନ୍ତି ବୋଲି ମୁଁ ଖୁସି ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.