ETV Bharat / bharat

ଏବେଠୁ ଟିକା ନେବାକୁ ବାଧା ସାଜିବନି ସମୟସୀମା

ଏବେଠୁ 24 ଘଣ୍ଟିଆ ଟୀକାକରଣ ଜାରି ରହିବ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଟ୍ବିଟ କରି କହିଛନ୍ତି, ଦିନ ହେଉ କି ରାତି କୌଣସି ବି ସମୟରେ ଘରୋଇ ହସ୍ପିଟାଲ ଯାଇ ଜନସାଧାରଣ କୋରୋନା ଟିକା ନେଇପାରିବେ । ଅଧିକ ପଢନ୍ତୁ...

ଏବେଠୁ 24 ଘଣ୍ଟିଆ ଚାଲିବ ଟୀକାକରଣ
ଏବେଠୁ 24 ଘଣ୍ଟିଆ ଚାଲିବ ଟୀକାକରଣ
author img

By

Published : Mar 3, 2021, 3:57 PM IST

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । ଉଭୟ ପ୍ରଥମ ଦ୍ବିତୀୟ ପର୍ଯ୍ୟାୟରେ ବର୍ତ୍ତମାନସୁଦ୍ଧା ଦେଢ କୋଟିରୁ ଉର୍ଦ୍ଧ୍ବ ଟିକା ନେଇସାରିଛନ୍ତି । ଏମାନଙ୍କ ମଧ୍ୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ଅଛନ୍ତି । ତେବେ ଟିକା ନେବାର ସମୟ ସୀମାକୁ ବନ୍ଦ କରିଦେଇଛନ୍ତି ସରକାର । ଅର୍ଥାତ ଏବେଠୁ 24 ଘଣ୍ଟିଆ ଟୀକାକରଣ ଜାରି ରହିବ ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଟ୍ବିଟ କରି କହିଛନ୍ତି, ଦିନ ହେଉ କି ରାତି କୌଣସି ବି ସମୟରେ ଘରୋଇ ହସ୍ପିଟାଲ ଯାଇ ଜନସାଧାରଣ କୋରୋନା ଟିକା ନେଇପାରିବେ । ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ସରକାର ଟୀକାକରଣର ଗତି ବଢାଇବା ପାଇଁ ସମୟର ବ୍ୟବସ୍ଥା ଶେଷ କରିଦେଇଛନ୍ତି । ଦେଶର ଜନସାଧାରଣ ଏବେ 24 ଘଣ୍ଟା ନିଜ ସୁବିଧାରେ ଟିକା ନେଇପାରିବେ । ପ୍ରଧାନମନ୍ତ୍ରୀ ମୋଦି ଦେଶର ନାଗରିକଙ୍କ ସ୍ବାସ୍ଥ୍ୟ ସହିତ ସମୟର ମୂଲ୍ୟକୁ ମଧ୍ୟ ବୁଝନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ମହାମାରୀ କୋରୋନା ବିରୋଧରେ ଯୁଦ୍ଧରେ ଟୀକାକରଣର ଏହି ପର୍ଯ୍ୟାୟରେ 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯାଉଛି ଟିକା । ଏହା ସହିତ 45 ବର୍ଷରୁ ଅଧିକ ଯେଉଁମାନଙ୍କର ଗମ୍ଭୀର ରୋଗ ରହିଛି ସେମାନଙ୍କୁ ମଧ୍ୟ ଟିକା ଦିଆଯାଉଛି । ତେବେ ସରକାରୀ ହସ୍ପିଟାଲରେ ମାଗଣାରେ କୋଭିଡ ଟିକା ଦିଆଯିବାର ବ୍ୟବସ୍ଥା ହୋଇଥିବା ବେଳେ ବେସରକାରୀ ହସ୍ପିଟାଲରେ ଏଥିପାଇଁ ମୂଲ୍ୟ ଦେବାକୁ ପଡିବ ।

ଯଦି କୌଣସି ବ୍ୟକ୍ତି କୋରୋନା ଟିକା ନେବାକୁ ଚାହୁଁଥାନ୍ତି, ସେମାନଙ୍କୁ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏଥିପାଇଁ କୋ-ୱିନ ପୋର୍ଟାଲରେ ନିଜର ରେଜିଷ୍ଟ୍ରେସନ କରାଇପାରିବେ । ସେହିପରି ଆରୋଗ୍ୟସେତୁ ଆପ ଜରିଆରେ କୋ-ୱିନ ୱେବସାଇଟରେ ମଧ୍ୟ ରେଜିଷ୍ଟ୍ରେସନ କରିହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.