ଡେରାଡୁନ: ସିନେମା ଷ୍ଟାଇଲରେ ଲୁଟ । ଡେରାଡୁନରେ ଦେଖାଯ।ଇଛି ବଲିଉଡ ଫିଲ୍ମ ‘ସ୍ପେଶାଲ 26’ରେ ଦେଖାଯାଇଥିବା ଲୁଟର ଘଟଣା। ନିଜକୁ ସିବିଆଇ ଅଧିକାରୀ କହି ଲକ୍ଷାଧିକ ଟଙ୍କା ଲୁଟିଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଡୁନ ପୋଲିସ । ନକୁଡ- ଗଙ୍ଗୋହ ରୋଡ ଜୈନପୁର ଗାଁରୁ 3 ଅଭିଯୁକ୍ତଙ୍କୁ ଗିରଫ କରିଛି ରାୟପୁର ପୋଲିସ ଓ ଏସଓଜିର ମିଳିତ ଟିମ । ଏଥିସହ ଅଭିଯୁକ୍ତମାନଙ୍କଠୁ 2 ଲକ୍ଷ ଟଙ୍କା, 6ଟି ଦାମୀ ମୋବାଇଲ, 2 ଲାପଟପ, ଲୁଟରେ ବ୍ୟବହୃତ କାର୍, ନକଲି ବନ୍ଧୁକ ଓ ଓ୍ୱାକି-ଟକି ଜବତ କରାଯାଇଛି । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଫେରାର ଥିବା ସୂଚନା ।
-
#कार्यवाही#आपरेशन_प्रहार के तहत #दून_पुलिस की बडी कामयाबी।
— Dehradun Police Uttarakhand (@DehradunPolice) September 4, 2023 " class="align-text-top noRightClick twitterSection" data="
फिल्मी अंदाज में नकली सीबीआई ऑफिसर बन लूट की घटना को अंजाम देने वाले गिरोह का थाना रायपुर पुलिस ने किया पर्दाफाश।#UttarakhandPolice #UKPoliceStrikeOnCrime #Crime pic.twitter.com/GecHJOZyVP
">#कार्यवाही#आपरेशन_प्रहार के तहत #दून_पुलिस की बडी कामयाबी।
— Dehradun Police Uttarakhand (@DehradunPolice) September 4, 2023
फिल्मी अंदाज में नकली सीबीआई ऑफिसर बन लूट की घटना को अंजाम देने वाले गिरोह का थाना रायपुर पुलिस ने किया पर्दाफाश।#UttarakhandPolice #UKPoliceStrikeOnCrime #Crime pic.twitter.com/GecHJOZyVP#कार्यवाही#आपरेशन_प्रहार के तहत #दून_पुलिस की बडी कामयाबी।
— Dehradun Police Uttarakhand (@DehradunPolice) September 4, 2023
फिल्मी अंदाज में नकली सीबीआई ऑफिसर बन लूट की घटना को अंजाम देने वाले गिरोह का थाना रायपुर पुलिस ने किया पर्दाफाश।#UttarakhandPolice #UKPoliceStrikeOnCrime #Crime pic.twitter.com/GecHJOZyVP
ବନ୍ଧୁକ ଦେଖାଇ ହୋଇଥିଲା ଲୁଟ୍: 29 ଅଗଷ୍ଟରେ ଅମିତ କୁମାର ନାମକ ଜଣେ ବ୍ୟକ୍ତି ଡେରାଡୁନ ଥାନାରେ ଏତଲା ଦେଇଥିଲେ । ଏତଲା ଅନୁଯାୟୀ, ନିଜକୁ ସିବିଆଇ ଅଫିସର କହି ଅମିତ ଘରେ ପଶିଥିଲେ ଅଭିଯୁକ୍ତମାନେ । ସକାଳ ସମୟରେ 3 ଜଣ ବ୍ୟକ୍ତି ଅମିତ କୁମାରଙ୍କ ଘରକୁ ଆସି ବନ୍ଧୁକ ଦେଖାଇ ଏକ ମିଛ ଭିଡିଓ ବନାଇଥିଲେ । ଯାହାପରେ ଘରେ ଥିବା ଟଙ୍କା, 2ଟି ଲ୍ୟାପଟପ, 6 ଟି ମୋବାଇଲ ଓ ଅନ୍ୟ ଜିନିଷ ନେଇଯାଇଥିଲେ । ସେହି ଲୁଟ ସମୟରେ ଘର ମଧ୍ୟରେ ଅମିତ କୁମାରଙ୍କ ସମେତ ଜଣେ ମହିଳା ବନ୍ଧୁ ଓ ଜଣେ କର୍ମଚାରୀ ଥିଲେ । ଅଭିଯୁକ୍ତମାନେ ମାସ୍କ ପିନ୍ଧିବା ସହ ବନ୍ଧୁକ ଓ ଓ୍ୱାକିଟକି ଧରିଥିଲେ । ସେମାନେ ଘରେ ଥିବା ମହିଳାଙ୍କୁ ଛାଡି ଦେଇଥିଲେ । ଅମିତ ଓ ମୁକୁଳ ତ୍ୟାଗୀଙ୍କୁ ଗୋଟିଏ କାରରେ ବସାଇ ପ୍ରୁଡେଣ୍ଟ ଟ୍ରେଣ୍ଡିଙ୍ଗ ଏକାଡେମୀ କୁ ନେଇଥିଲେ । ସେଠାରେ ବି ଛାନଭିନ୍ କରିଥିଲେ । ଏହା ସହ ତାଙ୍କୁ ଟଙ୍କା ବି ମାଗିଥିଲେ । ତେବେ ମଉକା ଦେଖି କାରରୁ ଖସି ଯାଇଥିଲେ ଅମିତ ।ଏହାପରେ ଅମିତଙ୍କ ସହଯୋଗୀଙ୍କୁ ବି ଛାଡିଦେଇଥିଲେ ଅଭିଯୁକ୍ତ । ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।
ଅଭିଯୁକ୍ତଙ୍କୁ ଧରିବା ପାଇଁ ଟିମ ଗଠନ: ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଆରମ୍ଭ କରିଥିବା ଅପରେସନ । ଏକ ଟିମ ଗଠନ କରିବା ତଦନ୍ତ କରିଥିଲା ପୋଲିସ । ଲୁଟର ପୂର୍ବରୁ ଓ ପରବର୍ତ୍ତି ସମୟର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ 3 ଅଭିଯୁକ୍ତ ଘରେ ଭିତରେ ପ୍ରବେଶ ବେଳର ଓ ବାହାରିବା ବେଳର ଫୁଟେଜ ଦେଖିବାକୁ ପାଇଥିଲା ପୋଲିସ । ଘଟଣାରେ ମୋଟ 4 ଜଣ ସମ୍ପୃକ୍ତ ଥିବା ଦେଖିବାକୁ ମିଳିଥିଲା । ଗାଡିର ରେଜିଷ୍ଟ୍ରେସନ ନକୁଡ ସହାରନପୁର ନିବାସୀ ଆଶିଷ କୁମାରଙ୍କ ନାଁରେ ହୋଇଥିବା ଜଣାପଡିଥିଲା । ଏହାପରେ ପୋଲିସ ଟିମ ଆଶିଷ କୁମାରଙ୍କ ଘର ପହଞ୍ଚିଥିଲା । ହେଲେ ଆଶିଷ କୁମାର ଫେରାର ହୋଇଯାଇଥିଲା। ଫୋନ ନମ୍ୱର ମଧ୍ୟ ସ୍ୱିଇଚ ଅଫ ରହିଥିଲା । ଏହାପରେ ବି ପୋଲିସ ଖୋଜାଖୋଜି ଜାରି ରଖିଥିଲା । ଲଗାତର ପ୍ରୟାସ କରି ପୋଲିସ ଆଶିଷ, ସେନୁ ଓ ସୁମିତ କୁମାରଙ୍କୁ ଗିରଫ କରିଥିଲା । ହେଲେ ଅଭିଷେକ ସେନି ଏବେବି ଫେରାର ରହିଛି ।
କେମିତି ହୋଇଥିଲା ଲୁଟ ଯୋଜନା: ଅଭିଷେକ ସେନି ଥିଲା ଲୁଟ ଷଡଯନ୍ତ୍ରର ମାଷ୍ଟର ମାଇଣ୍ଡ । ଅମିତଙ୍କ ଠୁ ଲୁଟିବା ପାଇଁ ନିଜ ସାଥିମାନଙ୍କ ସହ ମିଶି ଲୁଟ ଯୋଜନା କରିଥିଲା ଅଭିଷେକ । ଅଭିଷେକ ସେନି ପୀଡିତ ଅମିତଙ୍କ ନିକଟରେ ଡେରାଡୁନରେ ଟ୍ରେଣ୍ଡିଙ୍ଗରେ କାମ ଶିଖୁଥିଲେ । ଅମିତଙ୍କ ପାଖରେ ଲକ୍ଷାଧିକ ଟଙ୍କା ନିଜ ସାଥିମାନଙ୍କୁ ଜଣାଇଥିଲା ସେ । ଅମିତ କଶ୍ୟପ ଆଶିଷଙ୍କ ଠାରୁ 6 ଲକ୍ଷ ଟଙ୍କା ଟ୍ରେଡିଙ୍ଗ ପାଇଁ ନେଇଥିଲେ । ଯାହାକୁ ସେ ଫେରାଇ ନଥିଲେ । ଏହାପରେ 4 ଜଣ ମିଶି ଅମିତଙ୍କୁ ଲୁଟିବା ନେଇ ଯୋଜନା ବନାଇଥିଲେ ।ଅମିତଙ୍କ ଲ୍ୟାପଟପ ଓ ମୋବାଇଲ ଫୋନ ନେଇ ଓ୍ବାଲଟରୁ ଟଙ୍କା ସେମାନଙ୍କ ଓ୍ବାଲଟକୁ ଟ୍ରାନ୍ସଫର କରିବା ନେଇ ଯୋଜନା କରିଥିଲେ ଲୁଟେରା ।
ଯୋଜନାକୁ କିପରି କରିଥିଲେ କାର୍ଯ୍ୟକାରୀ: ଯୋଜନା ମୁତାବକ 28 ଅଗଷ୍ଟରେ ସୁମିତ ସହ ଡେରାଡୁନ ଆସିଥିଲା ଆଶିଷ । ସୁମିତର ବନ୍ଧୁ ସୋନୁ ଆଇଏସବିଟିରେ ଏକାଠି ହୋଇଥିଲେ । ଏହାପରେ 29 ଅଗଷ୍ଟରେ 4 ଜଣଯାକ ଅମିତ ଫ୍ଲାଟରେ ପହଞ୍ଚି ଲୁଟ ଉଦ୍ୟମ କରିଥିଲେ । ଅନ୍ୟପଟେ ଅଭିଯୁକ୍ତଙ୍କୁ ଧରି ତଦନ୍ତ ଜାରି ରଖିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ