ETV Bharat / bharat

ତାମିଲନାଡୁରେ ଜାଲିକାଟୁ ପ୍ରତିଯୋଗିତା, ଷଣ୍ଢ-ମଣିଷ ଲଢ଼େଇ - ତାମିଲନାଡୁରେ ଜାଲିକାଟୁ ପ୍ରତିଯୋଗିତା

Avaniyapuram Jallikattu: ମଦୁରାଇରେ ଆରମ୍ଭ ହୋଇଛି ଜାଲିକାଟୁ ପ୍ରତିଯୋଗିତା । ଷଣ୍ଢ-ମଣିଷ ଲଢ଼େଇ ଦେଖିବାକୁ ଲୋକଙ୍କ ଗହଳି। ଅଧିକ ପଢ଼ନ୍ତୁ

ଜାଲିକାଟୁ
Jallikattu
author img

By ETV Bharat Odisha Team

Published : Jan 15, 2024, 2:02 PM IST

ଚେନ୍ନାଇ: ତାମିଲନାଡୁରେ ପୋଙ୍ଗଲ ପର୍ବ ଅବସରରେ ଆରମ୍ଭ ହୋଇଯାଇଛି ପାରମ୍ପରିକ ଜାଲିକାଟୁ ପ୍ରତିଯୋଗିତା । ଏଥିପାଇଁ ସରଗରମ ମଦୁରାଇର ଅଭାନିୟାପୁରମ୍ ଜାଲିକାଟୁ ଗ୍ରାଉଣ୍ଡ । ଷଣ୍ଢ ଓ ମଣିଷ ମଧ୍ୟରେ ଲଢେଇ ଦେଖିବାକୁ ଲାଗିଛି ଲୋକଙ୍କ ଗହଳି । ଜାଲିକାଟୁ ପ୍ରତିଯୋଗିତାରେ 1000 ଷଣ୍ଢ ଓ 600 ଜଣ ପ୍ରତିଯୋଗୀ ସାମିଲ ହୋଇଛନ୍ତି । ଥିରୁପାରାମଗୁରାମ ରୋଡରେ ଅବସ୍ଥିତ ମନ୍ଥାୟମ୍ମାନ ମନ୍ଦିର ସମ୍ମୁଖରେ ଥିବା ଭାଡିଭାସାଲରେ ଜାଲିକାଟୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ ଯିଏ ପ୍ରଥମ ସ୍ଥାନ ଅଧିକାର କରିବେ ତାଙ୍କୁ ପୁରସ୍କାର ଭାବେ ଏକ କାର୍ ପ୍ରଦାନ କରାଯିବ ।

8ଟି ରାଉଣ୍ଡରେ ପ୍ରତିଯୋଗିତା: ସକାଳ 8ଟାରୁ ଆରମ୍ଭ ହୋଇଛି ଜାଲିକାଟୁ ପ୍ରତିଯୋଗୀତା । 8ଟି ରାଉଣ୍ଡରେ ପ୍ରତିଯୋଗୀତା ହେବ । ପ୍ରତି ରାଉଣ୍ଡରେ 50ରୁ 75 ଷଣ୍ଢ ଭାଗ ନେବେ । ଯେଉଁ ଖେଳାଳିମାନେ ପ୍ରତ୍ୟେକ ରାଉଣ୍ଡରେ ସର୍ବାଧିକ ଷଣ୍ଢକୁ ଧରିବେ ସେମାନେ ପରବର୍ତ୍ତୀ ରାଉଣ୍ଡକୁ ମନୋନୀତ ହେବେ । ଅଭାନିୟାପୁରମ୍ ଜାଲିକାଟୁ ପ୍ରତିଯୋଗିତାରେ ଭାଗ ନେବାକୁ 1000 ଷଣ୍ଢକୁ ଚୟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-2023 Palamedu Jallikattu: ୨୩ ଷଣ୍ଢ ସହ ଲଢେଇ, ଯୁବକ ଜିତିଲେ କାର ଓ ୭ଲକ୍ଷ ଟଙ୍କା

ପ୍ରଥମ ପୁରସ୍କାର କାର୍: ଆଜି ସକାଳେ ଡାକ୍ତରୀ ପରୀକ୍ଷା ପରେ ମନୋନୀତ ବ୍ୟକ୍ତି ଏବଂ ଷଣ୍ଢଙ୍କୁ ଫିଲ୍ଡ ମଧ୍ୟକୁ ଛାଡ଼ି ଦିଆଯାଇଛି । ସମସ୍ତ ରାଉଣ୍ଡ ଶେଷ ହେବା ପରେ ଯେଉଁ ବ୍ୟକ୍ତି ସବୁଠାରୁ ଅଧିକ ଷଣ୍ଢ ସହ ଲଢେଇ କରି ସଫଳ ହୋଇଥିବେ ତାଙ୍କୁ ପୁରସ୍କାର ପ୍ରଦାନ କରାଯିବ । ପ୍ରଥମ ସ୍ଥାନରେ ରହିଥିବା ବ୍ୟକ୍ତି କାର୍ ଓ ଷଣ୍ଢ ମାଲିକଙ୍କୁ ମଧ୍ୟ ସମାନ ପୁରସ୍କାର ଦିଆଯିବ ।

ଆହତଙ୍କ ଚିକିତ୍ସା ପାଇଁ ମେଡକାଲ କ୍ୟାମ୍ପ: ଏହି ପ୍ରତିଯୋଗିତାରେ ଷଣ୍ଢ ଓ ପ୍ରତିଯୋଗୀ ମାନେ ଅନେକ ସମୟରେ ଆହତ ହୋଇଥାନ୍ତି । ତେଣୁ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ମେଡିକାଲ୍ କ୍ୟାମ୍ପ ଖୋଲାଯାଇଛି । ଏକ ଆମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ମଦୁରାଇ ପୋଲିସ ପକ୍ଷରୁ 800 ରୁ ଅଧିକ କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଛି।

ଗତ ବର୍ଷ ପ୍ରତିଯୋଗିତାରେ ଜଣେ ଯୁବକ ୨୩ଟି ଷଣ୍ଢ ସହ ଲଢେଇ କରି ଏକ କାର ସହ ୭ଲକ୍ଷ ଟଙ୍କା ପୁରସ୍କାର ପାଇଥିଲେ । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ପୁରସ୍କାର ରାଶି ପ୍ରଦାନ କରିଥିଲେ । ମଦୁରାଇ ଯୁବକ ଜଣକ ବୀରତା ପ୍ରଦର୍ଶନ କରି ଏହି ପୁରସ୍କାର ଜିତିବାରେ ସକ୍ଷମ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.