ETV Bharat / bharat

ବିଦାୟୀ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ସୁନ୍ଦରରାଜନ, ଗତକାଲି ଫଳାଫଳ ପରେ କେସିଆର ଦେଇଥିଲେ ଇସ୍ତଫା

author img

By ETV Bharat Odisha Team

Published : Dec 4, 2023, 9:40 PM IST

ତେଲେଙ୍ଗାନାରେ ବିଧାନସଭା ଭାଙ୍ଗିଲେ ରାଜ୍ୟପାଳ । ଗତକାଲି ବିଧାନସଭା ଜନାଦେଶ ଆସିବା ପରେ ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ କେସିଆର । ଏବେବି କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ନେଇ ସସପେନ୍ସ ଜାରି । ଅଧିକ ପଢନ୍ତୁ

ବିଦାୟୀ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ସୁନ୍ଦରରାଜନ, ଗତକାଲି ଆସିଥିଲା ଜନାଦେଶ

ହାଇଦ୍ରାବାଦ: ଗତକାଲି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଆଜି ବିଦାୟୀ ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ ତାମିଲସାହି ସୁନ୍ଦରାଜନ । ଚଳିତ ନିର୍ବାଚନରେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ପରାଜିତ ହେବା ସହ ସରକାର ଗଠନ ପାଇଁ କଂଗ୍ରେସ ବହୁମତ ହାସଲ କରିଛି । ଗତକାଲି ଫଳାଫଳ ସ୍ପଷ୍ଟ ହେବା ପରେ ମୁଖ୍ୟମନ୍ତ୍ରୀ କେସିଆର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପଠାଇ ଦେଇଥିଲେ । ରାଜ୍ୟପାଳ ଇସ୍ତଫା ଗ୍ରହଣ କରିବା ସହ କେସିଆରଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପର୍ଯ୍ୟନ୍ତ ପଦରେ ରହିବାକୁ ପରାମର୍ଶ ଦେଇଥିଲେ । କେସିଆର ଏବେ ଅସ୍ଥାୟୀ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି ।

ଅନ୍ୟପଟେ ଗାଣତାନ୍ତ୍ରିକ ପରମ୍ପରା ଅନୁସାରେ, ନୂଆ କ୍ୟାବିନେଟ ଶପଥ ନେବା ପୂର୍ବରୁ ବିଦାୟୀ ବିଧାସଭାକୁ ରାଜ୍ୟପାଳ ଭଙ୍ଗ କରିଛନ୍ତି । ଏହି ପ୍ରକ୍ରିୟା ସମ୍ପର୍କରେ ରାଜଭବନ ଏକ ପ୍ରେସବାର୍ତ୍ତା ଜାରି କରି ସୂଚନା ପ୍ରଦାନ କରିଛି ।‘‘ ତେଲେଙ୍ଗାନାର ଦ୍ବିତୀୟ ବିଧାନସଭାକୁ ଭଙ୍ଗ କରିବା ପାଇଁ ଚଳିତ 3 ତାରିଖରେ ମନ୍ତ୍ରୀମଣ୍ଡଳରେ ପାରିତ ହୋଇଥିବା ସଙ୍କଳ୍ପକୁ ରାଜଭବନ ଗ୍ରହଣ କରିଛି । ସଙ୍କଳ୍ପକୁ ଅନୁମୋଦନ ଦେବା ସହ ରାଜ୍ୟର ଦ୍ବିତୀୟ ବିଧାନସଭାକୁ ରାଜ୍ୟପାଳ ଭଙ୍ଗ କରିଛନ୍ତି ।’’

ଏହା ମଧ୍ୟ ପଢନ୍ତୁ :- କାଲି ପ୍ରଥମାଷ୍ଟମୀ, ମାମୁଁ ଘରୁ ଆସି ଶ୍ରୀମନ୍ଦିରରେ ପହଞ୍ଚିଲା ପୋଢୁଆଁ ଭାର

ଚଳିତ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ 119 ଆସନରୁ କଂଗ୍ରେସ ସର୍ବାଧିକ 64 ଆସନ ହାସଲ କରି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଶାସନରେ ଥିବା କେସିଆରଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମାତ୍ର 39 ଆସନରେ ସୀମିତ ରହିଛି । ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ଇସ୍ତଫା ଦେଇସାରିଛନ୍ତି ।

ଏବେ ସଂଖ୍ୟାଗରିଷ୍ଠ ଦଳ ଭାବେ କଂଗ୍ରେସକୁ ରାଜ୍ୟପାଳ ସରକାର ଗଠନ କରିବା ପାଇଁ ନିମନ୍ତ୍ରଣ କରିବେ । କଂଗ୍ରେସ ନବନିର୍ବାଚିତ ବିଧାୟକ ଦଳ ଦ୍ବାରା ନିର୍ବାଚିତ ନେତା ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । କଂଗ୍ରେସ ପ୍ରଦେଶ ସଭାପତି ରେବନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ନେଇ ଗତକାଲିଠାରୁ ଚର୍ଚ୍ଚା ହେଉଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଦଳ ରେବନ୍ତଙ୍କ ନାମରେ ଚୂଡାନ୍ତ ମୋହର ମାରିନି । ସେହିପରି ଶପଥ ଗ୍ରହଣ ସମାରୋହ ନେଇ ମଧ୍ୟ ଦଳ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନି । କେବଳ ନବନିର୍ବାଚିତ ବିଧାୟକଙ୍କ ସହ ବୈଠକ ଜାରି ରହିଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.