ETV Bharat / bharat

Telangana: ପୋଷ୍ଟରରେ କଟାକ୍ଷ, ମୋଦିଙ୍କ ଇସାରାରେ ନାଚୁଛନ୍ତି KCR ଓ ଓଓ୍ବେସୀ - ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର

ପ୍ରଧାନମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ପୂର୍ବରୁ ସହରରେ ଲାଗିଛି କଟାକ୍ଷପୂର୍ଣ୍ଣ କଟ-ଆଉଟ ପୋଷ୍ଟର । ମୋଦିଙ୍କ ଇସାରାରେ ନାଚୁଛନ୍ତି ମୁଖ୍ୟମନ୍ତ୍ରୀ କେସିଆର ଓ ଅସଦୁଦ୍ଦିନ ଓଓ୍ବେସୀ । କଂଗ୍ରେସର ଭୂମିକାକୁୁ ନେଇ ସନ୍ଦେହ । ଅଧିକ ପଢନ୍ତୁ

Telangana: ପୋଷ୍ଟରରେ କଟାକ୍ଷ, ମୋଦିଙ୍କ ଇସାରାରେ ନାଚୁଛନ୍ତି KCR ଓ ଓଓ୍ବେସୀ

author img

By ETV Bharat Odisha Team

Published : Nov 11, 2023, 7:54 PM IST

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଛି ପୋଷ୍ଟରରେ କଟାକ୍ଷ ରାଜନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଇଦ୍ରାବାଦ ଗସ୍ତ ପୂର୍ବରୁ ଏପରି ଏକାଧିକ କଟାକ୍ଷପୂର୍ଣ୍ଣ କଟ-ଆଉଟ ପୋଷ୍ଟର ଦେଖିବାକୁ ମିଳିଛି । ଯେଉଁଥିରେ ରାଜ୍ୟରେ ଶାସନରେ ଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେସିଆର ଓ AIMIM ଅଧ୍ୟକ୍ଷ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ବେସୀ ମୋଦିଙ୍କ ଇସାରାରେ ନାଚୁଥିବା କଟ-ଆଉଟ ପୋଷ୍ଟର ମାଧ୍ୟମରେ ଦର୍ଶାଯାଇଛି ।

ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି, କେସିଆର ଓ ଓଓ୍ବେସୀଙ୍କ କଟଆଉଟ ପିସ ଲାଗିଛି । ଯେଉଁଥିରେ ଉଭୟ ମୋଦିଙ୍କ ନିୟନ୍ତ୍ରଣରେ ଅଛନ୍ତି । ମୋଦି ଦୁହିଁଙ୍କୁ ନଚାଉଥିବା ଭଙ୍ଗୀରେ ଏହି କଟ ଆଉଟକୁ ପ୍ରଦର୍ଶିତ କରାଯାଇଛି । ଏହାକୁ ନେଇ ଉଭୟ ଦଳ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଥିବା ବେଳେ କଂଗ୍ରେସକୁ ଦାୟୀ କରାଯାଉଛି । ଏହାକୁ କୌଣସି ଦଳ ଲଗାଇଥିବା ନେଇ ପ୍ରତିକ୍ରିୟା କିମ୍ବା ସ୍ପଷ୍ଟୀକରଣ ରଖିନାହାନ୍ତି ।

ଏହି କଟଆଉଟ ପୋଷ୍ଟର ହାଇଦ୍ରାବାଦର ସାଇବର ସିଟି ଏରିଆର ଏକ ଫ୍ଲାଇଓଭର ସମେତ ସହରର ଅନ୍ୟ କିଛି ସ୍ଥାନରେ ଲାଗିଥିବା ଦେଖିବାକୁ ମିଳିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିକନ୍ଦରାବାଦରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି । ଏହା ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ କଟଆଉଟ ପୋଷ୍ଟର ଲଗାଯାଇଛି ।

ଏହା ମଧ୍ୟ ପଢନ୍ତୁ :- BJP manifesto for MP: 450 ଟଙ୍କାରେ ସିଲିଣ୍ଡର, ଗହମ ଓ ଚାଉଳ ଏମଏସପିରେ ବୋନସ

ଗତ ନିର୍ବାଚନରେ 2018 ରେ କେସିଆରଙ୍କ ଦଳ ମୋଟ ଆସନ 119ରୁ ମୋଟ 88 ଆସନରେ ବିଜୟ ଲାଭ କରି ସରକାର ଗଠନ କରିଥିଲା । ଦଳକୁ ମୋଟ 47.4 ପ୍ରତିଶତ ଭୋଟ ସେୟାର ମିଳିଥିଲା । ସେହିପରି 19 ଆସନ ସହ କଂଗ୍ରେସ ମାତ୍ର 28.7 ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା । ଅନ୍ୟପଟେ ରାଜ୍ୟରେ ମୁଖ୍ୟ ବିରୋଧୀ ଆସନରେ କଂଗ୍ରସ ଥିବା ବେଳେ ଭାରତୀୟ ଜନତା ପାର୍ଟି ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି । ବିଜେପି ପରିବାରବାଦ ପ୍ରସଙ୍ଗ ଉଠାଇ ବିଆରଏସ ଓ ଏହାର ପ୍ରତିଷ୍ଠାତା ମୁଖ୍ୟ କେସିଆରଙ୍କୁ କ୍ରମାଗତ ଟାର୍ଗେଟ କରିଆସିଛି । 2014ରେ ଆନ୍ଧ୍ର ପ୍ରଦେଶରୁ ବିଭାଜିତ ହୋଇ ତେଲେଙ୍ଗାନା ସ୍ବତନ୍ତ୍ର ରାଜ୍ୟ ଭାବେ ଆତ୍ମପ୍ରକାଶ କରିବା ପର ଠାରୁ କେ.ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି । ଚଳିତ ଥର ମଧ୍ୟ କେସିଆରଙ୍କ ପାର୍ଟି ଭଲ ପ୍ରଦର୍ଶନ ସହ କ୍ଷମତା ବଜାୟ ରଖିବା ନେଇ ପ୍ରାୟତଃ ଅନୁମାନ କରାଯାଉଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.