ETV Bharat / bharat

International Women's Day 2022: ହାଇଦ୍ରାବାଦରେ ଆୟୋଜିତ ହେବ ଚା' ପ୍ରତିଯୋଗିତା - ଚା ପ୍ରତିଯୋଗିତା ବିଜେତାଙ୍କୁ ମିଳିବ ଲକ୍ଷେ ଟଙ୍କା

ଚଳିତ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ହାଇଦ୍ରାବାଦରେ ଆୟୋଜିତ ହେବାକୁ ଯାଉଛି ଚା' ପ୍ରତିଯୋଗିତା । ଏଥିରେ ପ୍ରଥମ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ମିଳିବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

International Women's Day: ହାଇଦ୍ରାବାଦରେ ଆୟୋଜିତ ହେବ ଚା' ପ୍ରତିଯୋଗିତା

author img

By

Published : Feb 17, 2022, 4:14 PM IST

ହାଇଦ୍ରାବାଦ: ଆସନ୍ତା ମାର୍ଚ୍ଚ ୮ ତାରିଖରେ ବିଶ୍ବ ପାଳିବ ଅନ୍ତର୍ଜାତୀୟ ମହିଳା ଦିବସ(International Women's Day) । ଏହି ଦିବସ ଅବସରରେ ହାଇଦ୍ରାବାଦରେ ଆୟୋଜିତ ହେବାକୁ ଯାଉଛି ଟି ଚମ୍ପିଆନସିପ(Tea championship) । ଏକ ଲୋକପ୍ରିୟ କମ୍ପାନୀ ଏହି କାର୍ଯ୍ୟକ୍ରମକୁ ଆୟୋଜିତ କରିବାକୁ ଥିବା ବେଳେ ପ୍ରଥମ ବିଜେତାଙ୍କ ପାଇଁ ରହିଛି ୧ ଲକ୍ଷ ଟଙ୍କା ମୂଲ୍ୟର ପୁରସ୍କାର ରାଶି । Cafe Nilouferର ମିଳିତ ଉଦ୍ୟମରେ ଏହା ଆୟୋଜିତ ହେବ ।

କାର୍ଯ୍ୟକ୍ରମଟି ହାଇଦ୍ରାବାଦ ହାଇଟେକ୍‌-ସିଟିର ନୋଭାଟେଲ ହୋଟେଲ (Novatel Hotel)ରେ ଆୟୋଜିତ ହେବ । ମାର୍ଚ୍ଚ ୬ ତାରିଖ ଅପରାହ୍ନ ୩ଟାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ । କାର୍ଯ୍ୟକ୍ରମରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବିଜେତାଙ୍କୁ ଯଥାକ୍ରମେ ୧ ଲକ୍ଷ, ୫୦ ହଜାର ଓ ୨୫ ହଜାର ପୁରସ୍କାର ରାଶି ଦିଆଯିବ । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ମହିଳାମାନେ ନିଜ ଚା' ସମ୍ପର୍କରେ ୧ ମିନିଟର ଏକ ଭିଡ଼ିଓ ହ୍ବାଟ୍ସଆପ୍‌ ନମ୍ବର 8340974747ରେ ପଠାଇବେ ।

ଆୟୋଜକ ଏମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ ଚୟନ କରିବା ପରେ ଏମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବ । ଏହି ମହିଳାମାନେ ମାର୍ଚ୍ଚ ୬ ତାରିଖ ଅପରାହ୍ନରେ ନୋଭାଟେଲ ହୋଟେଲରେ ପହଞ୍ଚି ସୁସ୍ବାଦୁ ଚା' ପ୍ରସ୍ତୁତ କରିବେ । ଏହାପରେ କିଛି ଟି ଟେଷ୍ଟର ଏହି ଚା'ର ସ୍ବାଦ ଚାଖିବେ । ଏହାପରେ ଆୟୋଜକ ସେମାନଙ୍କ ମତାମତ(tea tasters' feedback) ନେବା ପରେ ବିଜେତାଙ୍କୁ ଚୟନ କରିବେ ବୋଲି ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.