ETV Bharat / bharat

ଭୟରେ ସମୁଦ୍ରକୁ ଫିଙ୍ଗିଦେଲେ ୧୦ କୋଟିର ସୁନା, ଜବତ କଲା ତଟରକ୍ଷୀ ବାହିନୀ

ତଟରକ୍ଷୀ ବାହିନୀକୁ ଦେଖି ଚୋରାଚାଲାଣକାରୀ ସମୁଦ୍ରରେ ଫିଙ୍ଗିଦେଲେ ୧୦ କୋଟିର ସୁନା । ପାଣିରୁ ଉଦ୍ଧାର କରିଲା ତଟରକ୍ଷା ବାହିନୀର ସ୍କୁବା ଡାଇଭର । ଜାଣନ୍ତୁ କେଉଁଠି

smuggled gold seized Near Rameswaram
smuggled gold seized Near Rameswaram
author img

By

Published : Feb 10, 2023, 8:37 AM IST

ଚେନ୍ନାଇ: ମଝି ସମୁଦ୍ରରୁ ଜବତ ହେଲା ୧୦କୋଟି ଟଙ୍କାର ସୁନା । ଏକ ମିଳିତ ଅପରେସନରେ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଚେନ୍ନାଇ ରାଜସ୍ବ ଗୁଇନ୍ଦା ବିଭାଗ ସମୁଦ୍ରକୁ ୧୭.୭୪ କେଜିର ସୁନା ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ସାଢେ ଦଶ କୋଟି ହେବ ବୋଲି ଅନୁମାନ କରାଯାଉଛି । ସମୁଦ୍ର ମଧ୍ୟରେ ଶ୍ରୀଲଙ୍କା ଚାଲାଣ କରାଯାଉଥିବା ବେଳେ ଜବତ କରାଯାଇଛି ।

ସୂଚନାଅନୁସାରେ, ୩ଜଣ ଚୋରାଚାଲାଣକାରୀ ଶ୍ରୀଲଙ୍କାରୁ ଏକ ବୋର୍ଟରେ ସୁନାଚାଲାଣ କରି ଆଣୁଥିଲେ । ଏନେଇ କୌଣସି ଏକ ସୁତ୍ରରୁ ରାଜସ୍ବ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଚେରାଚାଲାଣକାରୀଙ୍କୁ ଧରିବା ପାଇଁ ରାଜସ୍ବ ଗୁଇନ୍ଦା ବିଭାଗ ତଟରକ୍ଷୀ ବାହିନୀ ସହ ମିଶି ଯୋଜନା ପ୍ରସ୍ତୁତ କରିଥିଲେ । ପରେ ଏହି ବୋଟକୁ ଫେବୃଆରୀ ୮ ତାରିଖରେ ସନ୍ଦେହ ହେବାକୁ ଅଟକା ଯାଇଥିଲା ।

ସେହି ସମୟପରେ ତଟରକ୍ଷା ବାହିନୀକୁ ଦେଖି ସେମାନେ ରାମନାଥପୁରମର ମନ୍ଦାପାମ ଉପକୂଳରେ ସମୁଦ୍ରକୁ ଫିଙ୍ଗି ଦେଇଥିଲେ । ତେବେ ତଟରକ୍ଷା ବାହିନୀର ସ୍କୁବା ଡାଇଭର ବହୁ ଖୋଜାଖୋଜି କରିବା ପରେ ପାଣିରୁ ତାହାକୁ ଖୋଜି ବାହାର କରିଥିଲେ । ପରେ ୩ ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: President Murmu's Odisha Visit: ଆଜି ଆସୁଛନ୍ତି ମହାମହିମ, ରାଜଧାନୀରେ ପୋଲିସ ଛାଉଣୀ

ଜବତ ହେଇଥିବା ପାର୍ସଲରେ ସୁନାକୁ ୧୪ଟି ପ୍ୟାକେଜ କରି ରଖାଯାଇଥିଲା । ବାରସ, ଚେଇନ ଇତ୍ୟାଦିର ମୋଟ ୧୭.୭୪ କେଜିର ସୁନା ଜବତ କରାଯାଇଥିଲା । ଏହି ସୁନାକୁ ସେମାନେ ଏକ ଟାଓ୍ବାଲର ଗୁଡାଇ ଆଣୁଥିଲେ । ତେବେ ଏହି ୧୭.୭୪ କେଜି ସୁନାର ମୂଲ୍ୟ ପ୍ରାୟ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ୧୯୬୨ କଷ୍ଟମର ଆକ୍ଟ ଅନୁଯାୟୀ ସୁନାକୁ ଜବତ କରିବା ସହ ୩ଜଣଙ୍କୁ ଗିରଫ କରାଯାଇଥିଲା । ଅଧିକ ସୂଚନା ପାଇଁ ସେମାନଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଆନ୍ଧ୍ରରୁ ଆସିଲା ଓଡିଆ ଶ୍ରମିକଙ୍କ କରୁଣ କାହାଣୀ: ସ୍ତ୍ରୀର ମୃତଦେହକୁ ବୋହିଲେ 4 କିମି, ମନେ ପକାଇଲା ଦାନମାଝୀ କଥା

ପ୍ରକାଶଥାଉକି, ଚେନ୍ନାଇ ଜେନାଲ ୟୁନିଟ ଡିଆରଆଇ ୨୦୨୨-୨୩ ରେ ମୋଟ ୨୦୯ କେଜି ସୁନା ଜବତ କରିଛନ୍ତି । ଏହାସହ ପୁରା ଦେଶରେ ମୋଟ ୯୫୦ କେଜି ସୁନା ଜବତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.