ETV Bharat / bharat

ଚେନ୍ନାଇରେ ନର୍ଥଇଷ୍ଟ ମହିଳାଙ୍କୁ ପୋଲିସର ଦୁର୍ବବ୍ୟବହାର, କ୍ଷମା ମାଗିଲେ ପୋଲିସ DG - ତାମିଲନାଡୁରେ ମହିଳାଙ୍କୁ ପୋଲିସର ଦୁର୍ବବ୍ୟବହାର ଘଟଣା

ମହିଳାଙ୍କୁ କ୍ଷମା ମାଗିଲେ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ । ଜଣେ ଉତ୍ତର-ପୂର୍ବାଞ୍ଚଳ ମହିଳାଙ୍କୁ ତାମିଲନାଡୁ ପୋଲିସ କର୍ମଚାରୀ ଦୁର୍ବବ୍ୟବହାର ଘଟଣାରେ କ୍ଷମା ମାଗିଛନ୍ତି ପୋଲିସ ଡିଜିପି । ଅଧିକ ପଢନ୍ତୁ

ମହିଳାଙ୍କୁ ଦୁର୍ବବ୍ୟବହାର ଘଟଣା: କ୍ଷମା ମାଗିଲେ ତାମିଲନାଡୁ ପୋଲିସ ଡିଜି

author img

By

Published : Apr 15, 2022, 4:33 PM IST

ଚେନ୍ନାଇ: ପୋଲିସ କର୍ମଚାରୀଙ୍କ ଦୁର୍ବବ୍ୟବହାର ପାଇଁ ମହିଳାଙ୍କୁ କ୍ଷମା ମାଗିଲେ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ(DGP) ସି. ସୈଳେନ୍ଦ୍ର ବାବୁ । ଜଣେ ଉତ୍ତର-ପୂର୍ବାଞ୍ଚଳ ମହିଳାଙ୍କୁ ତାମିଲନାଡୁ ପୋଲିସର ଜଣେ କର୍ମଚାରୀ ଦୁର୍ବବ୍ୟବହାର ଘଟଣାରେ କ୍ଷମା ମାଗିଛନ୍ତି ପୋଲିସ ଡିଜିପି । ମଧୁମିତା ବୈଦ୍ୟ ନାମକ ଜଣେ ମହିଳା ତାମିଲନାଡୁର ପୋଲିସର ପାଟ୍ରୋଲିଂ ଟିମ୍‌ ତାଙ୍କୁ ଦୁର୍ବବ୍ୟବହାର କରିଥିବା ନେଇ ଅଭିଯୋଗ କରିଥିଲେ । ଏପରିକି ଟ୍ବିଟ୍‌ କରି ତାଙ୍କ ସହ ଘଟିଥିବା ଘଟଣା ବଖାଣିଥିଲେ ।

  • Police officer came with full aggression and started to misbehave like I’m a terrorist or criminal. The most disrespectful thing he told is “Go and roam in North India after 10 o’clock”.Being a north eastern how come I am being tagged as North Indian???? Is it because I cant

    — Madhumita Baidya (@madhumitabaidya) April 14, 2022 " class="align-text-top noRightClick twitterSection" data=" ">
  • Dear @tnpoliceoffl yesterday faced very inappropriate behaviour from the on duty police officer in Sea shell avenue ECR Beach.After office hour my friend and I were sitting there with all decency and manner.We were not aware about the timing of the beach.The on duty police

ପୋଲିସ ବିରୁଦ୍ଧରେ ଅଭିଯୋଗ କରିଥିବା ମଧୁମିତା ଚେନ୍ନାଇରେ ରହି କାମ କରନ୍ତି । ଗତକାଲି(ଗୁରୁବାର) ରାତିରେ କାମ ସରିବା ପରେ ସି ସେଲ୍ ଆଭେନ୍ୟୁରେ(Sea Shell Avenue) ଜଣେ ବନ୍ଧୁଙ୍କ ସହ ବସି କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ପୋଲିସ ପାଟ୍ରୋଲିଂ ଟିମ୍‌ର କର୍ମଚାରୀ ପହଞ୍ଚିଥିଲେ ଓ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି ।

  • I regret at the rude & irresponsible behaviour of that police officer on duty.
    An enquiry is ordered and action as deem fit would be taken:
    DGP Tamilnadu, Tr. Sylendra Babu IPS.

    — Tamil Nadu Police (@tnpoliceoffl) April 15, 2022 " class="align-text-top noRightClick twitterSection" data=" ">
  • Speak Tamil language??Then I was replying him back so he threatened me to take me in his Vehicle and he’ll file a case against me?Literally why?And there was no notice displayed about the timing for sitting in beach. Please train them to behave nicely atleast.I’m m not a criminal

ଏହି ଘଟଣାକୁ ନେଇ ସେ ଟ୍ବିଟରରେ ତାମିଲନାଡୁ ପୋଲିସର ଅଫିସିଆଲ ଟ୍ବିଟର ଆକାଉଣ୍ଟକୁ ଟ୍ୟାଗ କରି ଘଟଣା ସମ୍ପର୍କରେ ଟ୍ବିଟ କରିଥିଲେ । ଏଥିସହ ପୋଲିସ କର୍ମଚାରୀ ତାଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର କରିବା ସହ ତାମିଲ ଭାଷାରେ ଗାଳି କରିଥିଲେ ବୋଲି ମଧୁମିତା ଟ୍ବିଟ କରିଛନ୍ତି । ଏହାକୁ ବିରୋଧ କରିବାରୁ ପୋଲିସ ମୋ ନାଁରେ ଏକ ମାମଲା ରୁଜୁ କରିବା ସହ ବହୁତ୍‌ ଖରାପ କଥା କହିଥିବା ମଧୁମିତା ଟ୍ବିଟରରେ ପୋଷ୍ଟ କରିଛନ୍ତି । ଅନ୍ୟପଟେ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖିବା ସହ ମଧୁମିତାଙ୍କୁ କ୍ଷମା ମାଗିଛନ୍ତି । ଏଥିସହ ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ସି. ସୈଳେନ୍ଦ୍ର ବାବୁ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.