ETV Bharat / bharat

UPSC Civil Services: କୌଣସି ସଫଳତା ପାଇଁ ମାତ୍ର 3 ଆଙ୍ଗୁଠି ମଧ୍ୟ ଯଥେଷ୍ଟ ! - ସିଭିଲ ସେବା ପରୀକ୍ଷା ଫଳାଫଳ 2022

ଟ୍ରେନ ଦୁର୍ଘଟଣାରେ ହରାଇଥିଲେ ଦୁଇ ଗୋଡ ଓ ହାତ । ବାମ ହାତର 3 ଆଙ୍ଗୁଠିରେ ପରୀକ୍ଷା ଦେଇ କଲେ UPSC କ୍ରାକ୍ । ଅଧିକ ପଢନ୍ତୁ

UPSC civil services: ଦୁର୍ଘଟଣାରେ ହରାଇଥିଲେ ହାତ ଓ ଗୋଡ, ସିଭିସ ସେବା ପରୀକ୍ଷାରେ ହେଲେ କୃତକାର୍ଯ୍ୟ

author img

By

Published : May 25, 2023, 3:54 PM IST

ଲକ୍ଷ୍ନୌ: ମଙ୍ଗଳବାର ପ୍ରକାଶ ପାଇଛି କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ସିଭିଲ ସେବା ପରୀକ୍ଷା ଫଳ । ଏଥିରେ ସମସ୍ତ ପ୍ରତିକୂଳ ପରିବେଶ ଓ ବିଭିନ୍ନ କ୍ଷେତ୍ରରେ ଆହ୍ବାନ ସତ୍ତ୍ବେ କଠିନ ପରିଶ୍ରମ କରି ସଫଳତା ହାସଲ କରିଥିବା ଆଶାୟୀଙ୍କ ସଫଳତାର କାହାଣୀ ଏବେ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି । ଆର୍ଥିକ ସଙ୍କଟ, ବାରମ୍ବାର ଅସଫଳ ହେବା ପରେ ସଫଳତା, ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସଫଳତା ଏବେ ପ୍ରସ୍ତୁତିରେ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯେଗାଇବାରେ ଲାଗିଛି । ସେପରି ଜଣେ ସଫଳ ଛାତ୍ରଙ୍କ କାହାଣୀ ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶ ମୈନପୁରୀରୁ । ସ୍ଥାନୀୟ ସୁରଜ ତିଓ୍ବାରୀ ଦୁର୍ଘଟଣାରେ ଦୁଇ ଗୋଡ ଓ ଡାହାଣ ହାତ ହରାଇ ହ୍ବିଲ ଚେୟାରରେ ପରୀକ୍ଷା ଦେଇ ସଫଳ ହୋଇଛନ୍ତି ।

ଉତ୍ତର ପ୍ରଦେଶର ମୈନପୁରୀର ବାସିନ୍ଦା ସୁରଜ 2017 ରେ ଗାଜିଆବାଦରେ ଏକ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ସେ ବଞ୍ଚିଯାଇଥିଲେ, ତେବେ ସମ୍ପୂର୍ଣ୍ଣ ଦୁଇଟି ଗୋଡ, ଡାହାଣ ହାତ ଓ ବାମ ହାତର କିଛି ଆଙ୍ଗୁଠି ମଧ୍ୟ ହରାଇଥିଲେ । ଦୀର୍ଘଦିନ ହସ୍ପିଟାଲରେ ରହିବା ପରେ ସୁସ୍ଥ ହୋଇଥିଲେ , ହେଲେ ସାରା ଜୀବନ ହ୍ବିଲ ଚେୟାରରେ ବଞ୍ଚିବାକୁ ହେବ ବୋଲି ଡାକ୍ତର କହିଥିଲେ ।

ହେଲେ ତାମାମ ପ୍ରତିକୂଳତା ସତ୍ତ୍ବେ ନିଜ କଲେଜ ଜୀବନରୁ ସିଭିଲ ସେବାରେ କ୍ୟାରିୟର କରିବା ଲକ୍ଷ୍ୟକୁ ଛାଡି ନଥିଲେ ସରୋଜ । ବର୍ଷ 2022 ରେ ସେ ସିଭିଲ ସର୍ଭିସ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ସେ ବାମହାତର ମାତ୍ର 3 ଟି ଆଙ୍ଗୁଳିରେ ପରୀକ୍ଷା ପାଇଁ ପ୍ରସ୍ତତି କରିବା ସହ ପରୀକ୍ଷା ଦେଇଥିବା । ଚଳିତଥର ସେ 917 ରାଙ୍କରେ ରହିଛନ୍ତି । ଏହି ସଫଳତାରେ ତାଙ୍କ ବାପା ଓ ମା’ ଖୁସିବ୍ୟକ୍ତ କରିଛନ୍ତି । କହିଛନ୍ତି, ତମାମ ପ୍ରତିକୂଳ ପରିସ୍ଥିତିରେ ମଧ୍ୟରେ ସେ ହାରି ନଥିଲେ । କୌଣସି ସଫଳତା ପାଇବାକୁ ହେଲେ ମାତ୍ର 3 ଆଙ୍ଗୁଠି ମଧ୍ୟ ଯଥେଷ୍ଟ ।

ବର୍ଷ 2022 ରେ ହୋଇଥିବା ଏହି ସମ୍ମାନଜନକ ପରୀକ୍ଷାରେ ମୋଟ 933 ଜଣ କୃତକାର୍ଯ୍ୟ ହୋଇଛନ୍ତି । ଇଶିତା କିଶୋର ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଗରିମା ଲୋହିଆ ଦ୍ବିତୀୟ ଓ ଉମା ହାରତି.ଏନ ତୃତୀୟ ସ୍ଥାନ ହାସଲ କରିଛନ୍ତି । ମୋଟ 933 କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ 613 ପୁରୁଷ ଓ 320 ମହିଳା ରହିଛନ୍ତି । ଏମାନଙ୍କୁ ରାଙ୍କ ଆଧାରରେ ବିଭିନ୍ନ ସର୍ବଭାରତୀୟ ସେବାରେ ନିୟୋଜିତ କରାଯିବ । ଭାରତୀୟ ପ୍ରଶାସନିକ ସେବା, ବୈଦେଶିକ ସେବା ଓ ପୋଲିସ ସେବା ସମେତ ବିଭିନ୍ନ କେନ୍ଦ୍ରୀୟ ସେବାରେ ଏହି କୃତି ଛାତ୍ରଛାତ୍ରୀଙ୍କୁ ଅଧିକାରୀ ଭାବେ ପୋଷ୍ଟିଂ ମିଳିବ । କୃତି ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.