ETV Bharat / bharat

କର୍ଣ୍ଣାଟକ ହାଇକୋର୍ଟ ବିରୋଧରେ କେନ୍ଦ୍ରର ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ

author img

By

Published : May 7, 2021, 2:24 PM IST

କର୍ଣ୍ଣାଟକ ହାଇକୋର୍ଟ ବିରୋଧରେ କେନ୍ଦ୍ର ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଅଧିକ ପଢନ୍ତୁ...

କର୍ଣ୍ଣାଟକ ହାଇକୋର୍ଟ ବିରୋଧରେ କେନ୍ଦ୍ର ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କର୍ଣ୍ଣାଟକକୁ ଦୈନିକ 1200 ମେଟ୍ରିକ ଟନ ଅକ୍ସିଜେନ ଯୋଗାଇବା ପାଇଁ କେନ୍ଦ୍ରକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା କେନ୍ଦ୍ର । ତେବେ କେନ୍ଦ୍ରର ଏହି ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ।

ସୁପ୍ରିମକୋର୍ଟ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମର୍ଥନ କରିଛନ୍ତି । ଏହା ଏକ ଉତ୍ତମ ନିର୍ଣ୍ଣୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଏହିପରି ନ୍ୟାୟିକ ନିର୍ଦ୍ଦେଶ ଅନେକ ବିଶୃଙ୍ଖଳା ଏବଂ ଦ୍ବନ୍ଦ୍ବ ସୃଷ୍ଟି କରିବ ବୋଲି କେନ୍ଦ୍ର କୋର୍ଟରେ ନିବେଦନ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ସୂଚନା ଥାଉ କି କର୍ଣ୍ଣାଟକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ରାଜ୍ୟରେ ଦେଖାଦେଇଛି ଅକ୍ସିଜେନ ସଙ୍କଟ । ଅକ୍ସିଜେନ ଅଭାବରୁ ଅନେକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ଦେଖିବାକୁ ମିଳିଛି । ଏଣୁ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି କର୍ଣ୍ଣାଟକ ହାଇକୋର୍ଟ କେନ୍ଦ୍ରକୁ ଦୈନିକ 1200 ମେଟ୍ରିକ ଟନ ଅକ୍ସିଜେନ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲା । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ବିରୋଧରେ ଗତ ଗୁରୁବାର କେନ୍ଦ୍ର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.