ETV Bharat / bharat

ସଂସଦରୁ ବହିଷ୍କାର ମାମଲା: ମହୁଆଙ୍କ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ, ଜାନୁଆରି ୩ରେ ଶୁଣାଣି

author img

By ETV Bharat Odisha Team

Published : Dec 15, 2023, 4:02 PM IST

SC agrees to examine Mahua Moitra plea: ସୁପ୍ରିମକୋର୍ଟରେ ମହୁଆ ମୋଇତ୍ରଙ୍କ ସଂସଦରୁ ବହିଷ୍କାର ମାମଲା । ଶୁଣାଣି ପାଇଁ ଗ୍ରହଣ କଲେ ସର୍ବୋଚ୍ଚ ନ୍ୟାୟାଳୟ । ଜାନୁଆରି ୩ରେ ପରବର୍ତ୍ତୀ ଶୁଣାଣି। ଅଧିକ ପଢ଼ନ୍ତୁ,

ସଂସଦରୁ ବହିଷ୍କାର ମାମଲା: ମହୁଆଙ୍କ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ, ଜାନୁଆରି ୩ରେ ଶୁଣାଣି
ସଂସଦରୁ ବହିଷ୍କାର ମାମଲା: ମହୁଆଙ୍କ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ, ଜାନୁଆରି ୩ରେ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲା । ଲୋକସଭାରୁ ବହିଷ୍କୃତ ହୋଇଥିବା ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ଆବେଦନ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଜାନୁଆରି ୩ ତାରିଖରେ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ସଂସଦରୁ ବହିଷ୍କାରକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମହୁଆ । ସୁପ୍ରିମକୋର୍ଟ ବିଚାରପଚତି ଜଷ୍ଟିସ ସଂଜୟ ଖାନ୍ନା ଏବଂ ଜଷ୍ଟିସ ଏସ୍.ଭି.ଏନ୍ ଭଟ୍ଟିଙ୍କ ଅଧ୍ଯକ୍ଷତାରେ ଗଠିତ ଖଣ୍ଡପୀଠ, ମାମଲାକୁ ଗ୍ରହଣ କରିବା ସହିତ କହିଛନ୍ତି ଯେ, ଅଭିଯୋଗ ସଂପର୍କରେ ସଂପୂର୍ଣ୍ଣ ତଥ୍ଯ ଜାଣିବା ପାଇଁ ଅଧିକ ସମୟ ଆବଶ୍ୟକ । ୨୦୨୪ ଜାନୁଆରି ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଏହାମଧ୍ଯ ପଢ଼ନ୍ତୁ: 'ମୋତେ ମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ'- ସିଜେଆଇଙ୍କୁ ଚିଠି ଲେଖିଲେ ଯୌନ ନିର୍ଯାତନାର ଶୀକାର ମହିଳା ଜଜ୍

ମହୁଆ ମୋଇତ୍ରଙ୍କ ପକ୍ଷରୁ ମାମଲା ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ଏଏମ ସିଂହଭି । ସେ ମହୁଆଙ୍କ ପିଟିସନ ଦାଖଲ କରିବା ସହ ଯୁକ୍ତି ବାଢ଼ିଥିଲେ । ତେବେ ଜଷ୍ଟିସ ଖାନ୍ନା କହିଥିଲେ ଯେ, ଆମକୁ ଏସଂପର୍କରେ ଜାଣିବା ପାଇଁ ପିଟିସନକୁ ପଢ଼ିବାକୁ ପଡ଼ିବ । ତେଣୁ ଏଥିପାଇଁ ଅଧିକ ସମୟ ଦରକାର । ଶୀତ ଛୁଟି ପରେ କୋର୍ଟ ଖୋଲିବା ଏବଂ ତାପରେ ମାମଲାର ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ।

ଏହାମଧ୍ଯ ପଢ଼ନ୍ତୁ: ରତ୍ନଭଣ୍ଡାର ଚାବି ମାମଲା: କମିଶନଙ୍କ ରିପୋର୍ଟ ସାର୍ବଜନୀନରେ ବିଳମ୍ବ ନେଇ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ

ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଲୋକସଭା ସାଂସଦ ପଦରୁ ବହିଷ୍କାର ହୋଇଥିବା ଟିଏମସି ପୂର୍ବତନ ସାଂସଦ ମହୁଆ ମୋଇତ୍ରା, ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସଂସଦର ଚଳିତ ଶୀତ ଅଧିବେଶନ ପ୍ରାରମ୍ଭରେ ମହୁଆଙ୍କୁ ଲୋକସଭାରୁ ବରଖାସ୍ତ କରାଯାଇଛି । ସଂସଦ ସଦାଚାର କମିଟିର କାର୍ଯ୍ୟାନୁଷ୍ଠାନ ସୁପାରିଶ ରିପୋର୍ଟ ଆଧାରରେ ଗୃହରେ ଆଗତ ହୋଇଥିବା ବରଖାସ୍ତ ପ୍ରସ୍ତାବ ବାଚନିକ ଭୋଟରେ ପାରିତ ହୋଇଥିଲା । ଏହା ପରେ ଏହାକୁ ଅସମ୍ବାଧାନିକ ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ ମହୁଆ।

ଏହାମଧ୍ଯ ପଢ଼ନ୍ତୁ:କେସିଆର ହସପିଟାଲରୁ ଡିସଚାର୍ଜ: ହିପ୍ ରିପ୍ଲେସମେଣ୍ଟ୍ ପରେ ସଂପୂର୍ଣ୍ଣ ସୁସ୍ଥ

ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବାର ଅଭିଯୋଗ ଆଣିଥିଲେ । ସଂସଦରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ପ୍ରଶ୍ନ କରିବାକୁ ମୋଇତ୍ର ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ନଗଦ ଟଙ୍କା ଓ ଉପହାର ନେଇଥିବା ଅଭିଯୋଗ କରି ବାଚସ୍ପତିଙ୍କୁ ଚିଠି ଲେଖିଥିଲେ ଦୁବେ । ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଲୋକସଭା ଏଥିକ୍ସ କମିଟି ଏହି ମାମଲାର ତଦନ୍ତ କରିଥିଲା । ଅଭିଯୋକାରୀ ସାଂସଦ ନିଶିକାନ୍ତ ଦୁବେ, ମହୁଆ ମୋଇତ୍ରା ଓ ସୁପ୍ରିମକୋର୍ଟ ଆଇନବୀଜୀ ଜୟଅନନ୍ତ ଦେହାଦ୍ରାହୀଙ୍କୁ ଏଥିକ୍ସ କମିଟି ଜେରା ମଧ୍ୟ କରିଥିଲା । ଏହା ପରେ କମିଟି ମହୁଆଙ୍କୁ ସଂସଦ ପଦରୁ ବରଖାସ୍ତ କରିବା ପାଇଁ ବାଚସ୍ପତିଙ୍କୁ ସୁପାରିଶ କରିଥିଲା । ଏପରି କାର୍ଯ୍ୟାନୁଷ୍ଠାନ କ୍ଷମତା ଏଥିକ୍ସ କମିଟିର ନାହିଁ ଓ ଟଙ୍କା ନେବା କଥା ମଧ୍ୟ ପ୍ରମାଣିତ ହୋଇପାରିଲା ନାହିଁ ବୋଲି ମହୁଆ କହିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.