ETV Bharat / bharat

ମାଲକାନଗିରି ସୀମାନ୍ତରେ ପୋଲିସ ଗୁଳିଲେ 3 ମାଓବାଦୀ ମୃତ, ଗ୍ରାମବାସୀଙ୍କ ଉତ୍ତେଜନା

author img

By

Published : May 17, 2021, 4:18 PM IST

Updated : May 17, 2021, 5:58 PM IST

ବିଜାପୁରରେ ପୋଲିସ କ୍ୟାମ୍ପକୁ ଟାର୍ଗେଟ, 3 ନକ୍ସଲ ମୃତ

16:15 May 17

ସୀମାନ୍ତରେ ପୋଲିସ ଗୁଳିଲେ 3 ମାଓବାଦୀ ମୃତ, ଗ୍ରାମବାସୀଙ୍କ ଉତ୍ତେଜନା

ମାଲକାନଗିରି: ଛତିଶଗଡରେ ପୁଣି ମାଓ ଆକ୍ରମଣ । ସୋମବାର ପୋଲିସ କ୍ୟାମ୍ପ ଉପରେ ଗୁଳି ବର୍ଷା କରିଛନ୍ତି ନକ୍ସଲ । ବିଜାପୁର ସିଲଗେର ଗାଁରେ ଏହି ଗୁଳିବିନିମୟ ହୋଇଥିଲା । ଘଟଣାରେ 3 ନକ୍ସଲଙ୍କର ମୃତ୍ୟୁ ହୋଇଥିବା ସୂଚନା ।  

ତିନି ଦିନ ଧରି ସିଲଗରର ଏହି ପୋଲିସ କ୍ୟାମ୍ପ ବିରୋଧରେ ପାଞ୍ଚ ହଜାର ଗ୍ରାମବାସୀ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି । ଏହି ଅଞ୍ଚଳ ହେଉଛି ନକ୍ସଲମାନଙ୍କ ଗଡ । ଯଦି ଏହି ଅଞ୍ଚଳରେ ପୋଲିସ କ୍ୟାମ୍ପ ଖୋଲାଯାଏ, ତେବେ ନକ୍ସଲମାନେ ଡାନ୍ତେୱାଡା ବିଜାପୁର-ସୁକମା ଜଙ୍ଗଲକୁ ଯାତାୟତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ଏହି କାରଣରୁ, ନକ୍ସଲମାନେ ଆଦିବାସୀମାନଙ୍କ ସହିତ ମିଶି ପ୍ରଦର୍ଶନ କରୁଛନ୍ତି ।

ଆଇଜିଙ୍କ କହିବାନୁଯାୟୀ, ନକ୍ସଲମାନେ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ପୋଲିସ ମଧ୍ୟ ନକ୍ସଲଙ୍କ ଏହି ଗୁଳି ବିନିମୟର ପାଲଟା ଜବାବ ଦେଇଛି ।

ସୁକମା ଜିଲ୍ଲା ସିଲଗର ଅଞ୍ଚଳ ନକ୍ସଲମାନଙ୍କ ଦ୍ବାରା ଅଧିକ ପ୍ରଭାବିତ । ଏଠାରେ ପୋଲିସ କ୍ୟାମ୍ପ ଖୋଲିବାକୁ ବିରୋଧ କରି ନକ୍ସଲମାନେ କୋରୋନା ଗାଇଡଲାଇନକୁ ଉଲ୍ଲଂଘନ କରିବା ସହ ପାଞ୍ଚ ହଜାରରୁ ଅଧିକ ଆଦିବାସୀଙ୍କୁ ନେଇ ଭିଡ ଜମାଇଥିଲେ। ଅଚାନକ ଏହି ସମୟରେ ନକ୍ସଲମାନେ ହଠାତ୍ ପୋଲିସ କ୍ୟାମ୍ପ ଉପରେ ଗୁଳି ଚଳାଇଥିଲେ।  

ଶତାଧିକ ଗ୍ରାମବାସୀ ସୁରକ୍ଷା କର୍ମୀ କ୍ୟାମ୍ପକୁ ଘେରି ରହିଛନ୍ତି। ସେପଟେ ସୁରକ୍ଷା ଦୃଷ୍ଟିରୁ ବସଗୁଡା, ସାରକେଗୁଡା ଏଭଳି ବିଭିନ୍ନ କ୍ୟାମ୍ପରୁ ଅଧିକ ସୁରକ୍ଷା କର୍ମୀ ମୁତୟନ କରାଯାଇଛି । 3 ଜଣ ନିରୀହ ଆଦିବାସୀଙ୍କୁ ହତ୍ୟା କରି ପୋଲିସ ମାଓବାଦୀ ଆଖ୍ୟା ଦେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : May 17, 2021, 5:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.