କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ପାଣିପାଗ ମାହୋଲ ସେତେ ଉଷ୍ମ ହୋଇଉଠୁଛି । ରାଜ୍ୟରେ ବିଜେପି ଶକ୍ତି ବୃଦ୍ଧିକୁ ଦୃଷ୍ଟିରେ ରଖି ଅସହିଷ୍ଣୁ ହୋଇ ପଡୁଛି ତୃଣମୂଳ କଂଗ୍ରେସ । ସୋମବାର ରାଜ୍ୟରେ ବିଜେପିର ଏକ ରାଲିରେ ପଥରମାଡ ହୋଇଥିବା ଦେଖିବାକୁ ମିଳିଛି ।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବିଜେପିର ଯେଉଁ ରାଲିରେ ପଥର ମାଡ ହୋଇଛି, ଏଥିରେ କେନ୍ଦ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ, ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ ଓ ଶୁଭେନ୍ଦୁ ଅଧିକାରୀ ସାମିଲ ଥିଲେ ।
ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ଡାଇମଣ୍ଡ ହାର୍ଭର ଠାରେ ତାଙ୍କ ଗାଡି ଉପରକୁ ପଥର ମାଡ ହୋଇଥିଲା । ତେବେ ଏହି ଆକ୍ରମଣକୁ ନେଇ ଟିଏମସି କର୍ମୀଙ୍କୁ ଦାୟୀ କରିଥିଲା ବିଜେପି । କେବଳ ଏତିକି ନୁହେଁ, ବିଜେପିର ଏମିତି ଅନେକ ରାଲିରେ ଦଳୀୟ କର୍ମୀଙ୍କ ଉପରେ ଆକ୍ରମଣ ହେଉଥିବା ଦେଖିବାକୁ ମିଳୁଛି ।