ETV Bharat / bharat

ପଶ୍ଚିମବଙ୍ଗ ପରେ ଆନ୍ଧ୍ର, ଶୁଭାରମ୍ଭ ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରକୁ ପଥରମାଡ଼ - ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଆକ୍ରମଣ

ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଆକ୍ରମଣ (Stones pelted at Vande Bharat Express) । ଶୁଭାରମ୍ଭ ପୂର୍ବରୁ ବିଶାଖାପାଟଣାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରକୁ ପଥରମାଡ଼ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Stones pelted at Vande Bharat Express
Stones pelted at Vande Bharat Express
author img

By

Published : Jan 12, 2023, 8:29 AM IST

Updated : Jan 12, 2023, 8:36 AM IST

ଅମରାବତୀ: ବନ୍ଦେ ଭାରତ ଏକ୍ସପ୍ରେସକୁ ପଥରମାଡ ଥମିବାର ନାଁ ନେଉନାହିଁ । ପଶ୍ଚିମବଙ୍ଗ ପରେ ଏବେ ଆନ୍ଧ୍ରପ୍ରଦେଶ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଗତକାଲି(ବୁଧବାର) ଏକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରେ ପଥରମାଡ ହୋଇଛି(Stones pelted at Vande Bharat Express) । ଉଦଘାଟନ ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥରମାଡ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରକାଶ ଥାଉକି, ଆସନ୍ତା ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ତା'ପୂର୍ବରୁ ପଥରମାଡ ବିବାଦ ସୃଷ୍ଟି ହୋଇଛି । ସୂଚନାଅନୁସାରେ, ଟ୍ରେନର ଚଳାଚଳ ଆରମ୍ଭ ହେବା ପୂର୍ବରୁ ଟ୍ରେନଟି ବିଶାଖାପାଟଣା ରେଳ ଷ୍ଟେସନରୁ ମାରିପାଲେମ ସ୍ଥିତ ବଗି ରକ୍ଷଣାବେକ୍ଷଣ କେନ୍ଦ୍ରକୁ ଯାଇଥିଲା । ତାହା ପୂର୍ବରୁ ଟ୍ରେନର ପରୀକ୍ଷା ମୂଳକ ଭାବେ ଚଳାଚଳ ସଫଳ ହୋଇଥିଲା । ପଥରମାଡ ଯୋଗୁଁ ଟ୍ରେନର ଗୋଟିଏ ବଗିର ଦୁଇଟି ଗ୍ଲାସ ପେନ ଭାଙ୍ଗିଯାଇଛି । ଘଟଣାକୁ ନେଇ ଆରପିଏଫ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।

ଏନେଇ ଡିଭିଜନ ରେଲଓ୍ବେ ମ୍ୟାନେଜର ଅନୁପ କୁମାର ସେଥୁପତି କହିଛନ୍ତି, "ବୁଧବାର ସନ୍ଧ୍ୟାରେ ଟ୍ରେନଟି ଟ୍ରାଇଲ ରନ ପାଇଁ ବିଶାଖାପାଟଣା ଆସୁଥିବା ବେଳେ କିଛି ଅଜଣା ଯୁବକ ପଥରମାଡ କରିଥିଲେ । ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ତଦନ୍ତ କରାଯିବ ଏବଂ ଏହାସହ ରେଲଓ୍ବ ପ୍ରୋଟେକ୍ସନ ଫୋର୍ସ(RPF) ମଧ୍ୟ ଅସାମାଜିକ ଯୁବକଙ୍କୁ ଖୋଜିବା ଆରମ୍ଭ କରିଦେଇଛନ୍ତି । ଏହା ଏକ ଦୁଃଭାଗ୍ୟଜନକ ଘଟଣା । କଞ୍ଚାରପଲେମ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥରମାଡ କରିବା ଦ୍ବାରା ଟ୍ରେନର ଗୋଟିଏ ବଗିର ଦୁଇଟି ଗ୍ଲାସ ପେନ ଭାଙ୍ଗିଯାଇଛି । ଟ୍ରେନରେ କ୍ଷତି ହୋଇଥିବା ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ । ଆମେ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଲୋକମାନଙ୍କ ଭଲ ପାଇଁ ଏହି ଏକ୍ସପ୍ରେସ ଚଳାଚଳ କରୁଛି । ମୁଁ ଜନସାଧାରଣଙ୍କୁ ଅନୁରୋଧ କରୁଛି ଏଭଳି କରନ୍ତୁ ନାହିଁ । "

ଏହା ମଧ୍ୟ ପଢନ୍ତୁ: ପୁଣି Vande Bharat Express ଉପରେ ପଥର ମାଡ଼, ଭାଙ୍ଗିଲା ଟ୍ରେନର କାଚ

ପ୍ରକାଶଯୋଗ୍ୟ ଯେ, ଗତ ଡିସେମ୍ବର ୩୦ରେ ପଶ୍ଚିମବଙ୍ଗରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ବନ୍ଦେ ଭାରତ ଏକ୍ସପ୍ରେସକୁ ଉଦଘାଟନୀ କରିଥିଲେ । ସେବେଠାରୁ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗିବା ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି । ଗତ ଜାନୁଆରୀ ୨ ତାରିଖରେ ହାଓ୍ବଡା ଠାରୁ ଜଲପାଇଗୁଡି ମଧ୍ୟରେ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥରମାଡ ହୋଇଥିଲା । ଫଳରେ ଟ୍ରେନର ଗ୍ଲାସ ପେନ ଭାଙ୍ଗି ଯାଇଥିଲା । ଏହାପରେ ଜାନୁଆରୀ ୩ ତାରିଖରେ ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥରମାଡ ହୋଇଥିଲା । ଏକ ବଗିର ଦୁଇଟି ଝରକା ଭାଙ୍ଗି ଯାଇଥିଲା । ଏହାପରେ ଗତ ୯ ତାରିଖରେ ନ୍ୟୁ ଜଲପାଇଗୁଡି ଷ୍ଟେସନ ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼ ହୋଇଥିଲା । ଏଥିରେ ଟ୍ରେନର ଦୁଇଟି କୋଚର କାଚ ଭାଙ୍ଗିଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 12, 2023, 8:36 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.