ETV Bharat / bharat

ରାଜସ୍ଥାନରେ ହିନ୍ଦୁ ନବବର୍ଷ ଶୋଭାଯାତ୍ରାରେ ପଥର ମାଡ, ସୋମବାର ଯାଏଁ ୧୪୪ ଲାଗୁ - ହିନ୍ଦୁ ନବବର୍ଷ ଶୋଭାଯାତ୍ରାରେ ପଥର ମାଡ

ହିନ୍ଦୁ ନବବର୍ଷ ପାଳନ ସମୟରେ ପଥର ଫିଙ୍ଗିଲେ ଦୁର୍ବୃତ୍ତ । ୪୨ ଜଣ ସାଧାରଣ ଜନତାଙ୍କ ସମେତ ୪ ପୋଲିସ କର୍ମଚାରୀ ଆହତ । ଅଧିକ ପଢନ୍ତୁ

ରାଜସ୍ଥାନରେ ହିନ୍ଦୁ ନବବର୍ଷ ଶୋଭାଯାତ୍ରାରେ ପଥର ମାଡ, ସୋମବାର ଯାଏଁ ୧୪୪ ଲାଗୁ

author img

By

Published : Apr 2, 2022, 10:34 PM IST

ଜୟପୁର: ହିନ୍ଦୁ ନବବର୍ଷ ପାଳନ ସମୟରେ ପଥର ଫିଙ୍ଗିଲେ ଦୁର୍ବୃତ୍ତ । ୪୨ ଜଣ ସାଧାରଣ ଜନତାଙ୍କ ସମେତ ୪ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା । ରାଜସ୍ଥାନର କରୌଲି ଅଞ୍ଚଳରେ ଏପରି ଘଟଣା ସାମ୍ନାକୁ ଆସୁଛି ।

ଆଜି (ଶନିବାର) ହିନ୍ଦୁ ନବବର୍ଷ ଅବସରରେ ବାଇକ ରାଲି ଚାଲିଥିଲା । ଏହି ସମୟରେ ହଠାତ୍ କେତେକ ଦୁର୍ବୃତ୍ତ ଲୋକଙ୍କ ଉପରକୁ ପଥର ଫିଙ୍ଗିଥିଲେ । ଏନେଇ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି, ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।

ଏଥିସହ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି । ଆସନ୍ତା ସୋମବାର ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ସୁରକ୍ଷା ପାଇଁ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଥିବା କରୌଲି ଜିଲ୍ଲାପାଳ ରାଜେନ୍ଦ୍ର ଶେଖୱାତ କହିଛନ୍ତି । ଏହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତେଜନା ଦେଖା ଦେଇଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜିଲ୍ଲାପାଳ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.