ETV Bharat / bharat

Sri Lanka crisis: ସ୍ଥିତି ନିୟନ୍ତ୍ରଣ ବାହାରେ, ନୌସେନା ବେସରେ ଲୁଚିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର

author img

By

Published : May 10, 2022, 4:45 PM IST

ଶ୍ରୀଲଙ୍କାରେ ଅସମ୍ଭାଳ ସ୍ଥିତି । ପ୍ରାଣ ଭୟରେ ନୌସେନା ବେସରେ ଲୁଚିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର । ଗତକାଲି ପଦରୁ ଇସ୍ତଫା ଦେଇଥିଲେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେ । ଅଧିକ ପଢନ୍ତୁ

Sri Lanka crisis: ସ୍ଥିତି ନିୟନ୍ତ୍ରଣ ବାହାରେ, ନୌସେନା ବେସରେ ଲୁଚିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର
Sri Lanka crisis: ସ୍ଥିତି ନିୟନ୍ତ୍ରଣ ବାହାରେ, ନୌସେନା ବେସରେ ଲୁଚିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର

କଲମ୍ବୋ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସାଙ୍ଗକୁ ରାଜନୈତିକ ଅସ୍ଥିରତା ଅସମ୍ଭାଳ ସ୍ଥିତି ସୃଷ୍ଟି କରିଛି । ଗତକାଲି (ସୋମବାର) ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେ ଇସ୍ତଫା ଦେବା ପରେ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ହିଂସା । ଏକାଧିକ ଜନପ୍ରତିନିଧି ମଧ୍ୟ ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶିକାର ହୋଇଥିବା ଖବର ମିଳୁଛି । ଖୋଦ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ମଧ୍ୟ ଆକ୍ରମଣରୁ ବାଦ ପଡିନାହିଁ । ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେଙ୍କ ପରିବାରକୁ ସୁରକ୍ଷା ଦୃଷ୍ଟିରୁ ଏକ ନୌସେନା ବେସରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।

କୌଣସି ମୁହୂର୍ତ୍ତରେ ଆକ୍ରମଣ ଆଶଙ୍କା ଥିବାରୁ ନାଭାଲ ବେସରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଗତକାଲି ରାତିରେ ମହିନ୍ଦା ରାଜପାକସେଙ୍କ ସମେତ ମେୟର ଓ କିଛି ସାଂସଦଙ୍କ ଘର ଉପରେ ଆକ୍ରମଣ କରିଥିଲେ ଆନ୍ଦୋଳନକାରୀ । ଏକାଧିକ ସ୍ଥାନରେ ମଧ୍ୟ ନିଆଁ ଲଗାଇଦେଇଥିଲେ । ଏଥିରେ ଜଣେ ସାଂସଦଙ୍କ ସମେତ ମୋଟ 8ଜଣ ପ୍ରାଣ ହରାଇଥିବା ବେଳେ 200ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି । ଦେଶର ବିଭିନ୍ନ ସ୍ଥାନରେ ପୋଲିସ ଓ ସୁରକ୍ଷା ବଳର ମୁତୟନକୁ ମଧ୍ୟ ବଢାଇ ଦିଆଯାଇଛି । କିଛି ସ୍ଥାନର ପୋଲିସ ମଧ୍ୟ ଗୁଳି ଚଳାଇଥିବା ଖବର ମିଳିଛି । ଏବେ ମଧ୍ୟ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ଗତ କିଛି ମାସ ଧରି ଶ୍ରୀଲଙ୍କାରେ ଲାଗି ରହିଛି ଉତ୍କଟ ଆର୍ଥିକ ସଙ୍କଟ । ଦେଶରେ ଖାଦ୍ୟ ସାମଗ୍ରୀ, ଇନ୍ଧନ ଓ ଶକ୍ତିର ଘୋର ଅଭାବ ଲାଗି ରହିଛି । ସାଧାରଣ ଜନତା ଅସହାୟ ହୋଇ ସରକାରଙ୍କ ଭୁଲ ଆର୍ଥିକ ନୀତିକୁ ଦାୟୀ କରି ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ଏସବୁ ମଧ୍ୟରେ ଗତକାଲି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେ ନିଜ ପଦରୁ ଇସ୍ତଫା ଦେବା ପରେ ସ୍ଥିତି ଅପ୍ରତ୍ୟାଶିତ ଭାବେ ଗମ୍ଭୀର ହେବାରେ ଲାଗିଛି । ଏକାଧିକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.