ETV Bharat / bharat

Sri Lanka Crisis: ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟାବାୟା ରାଜପକ୍ଷେ

author img

By

Published : Jul 14, 2022, 8:23 PM IST

Updated : Jul 14, 2022, 8:32 PM IST

ଶ୍ରୀଲଙ୍କାର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟାବାୟା ରାଜପକ୍ଷେ । ଏହାକୁ ନେଇ ଶ୍ରୀଲଙ୍କା ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

Sri Lanka Crisis: ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟବାୟା ରାଜପକ୍ଷେ

କଲମ୍ବୋ: ଶ୍ରୀଲଙ୍କାର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟାବାୟା ରାଜପକ୍ଷେ । ଏହାକୁ ନେଇ ଶ୍ରୀଲଙ୍କା ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି(ବୁଧବାର) ଶ୍ରୀଲଙ୍କା ଛାଡ଼ି ମାଳଦ୍ୱୀପ ପଳାୟନ କରିଥିଲେ ଗୋଟବାୟା । ଏହାପରେ ଆଜି ସେଠାରୁ ସିଙ୍ଗାପୁର ଗସ୍ତ କରିଛନ୍ତି ।

ସିଙ୍ଗାପୁରରେ ପହଞ୍ଚିବା ପରେ ସେ ବିଧିବଦ୍ଧ ଭାବରେ ନିଜ ଇସ୍ତଫାପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି । ଦେଶରେ ରାଜନୈତିକ ସଙ୍କଟ ଦେଖାଦେବା ପରେ ଲଗାତାରା ଗୋଟାବାୟାଙ୍କ ଇସ୍ତଫା ଦାବି କରି ଆସୁଥିଲେ ଆନ୍ଦୋଳନକାରୀ । ତୀବ୍ର ଆନ୍ଦୋଳନ କରି ରାଷ୍ଟ୍ରପତିଙ୍କ ବାସଭବନକୁ କବ୍‌ଜା କରିଥିଲେ ପ୍ରଦର୍ଶନକାରୀ । ଗୋଟାବାୟାଙ୍କ ଦୁର୍ନୀତି ଓ ଭୁଲ ନୀତି ଯୋଗୁଁ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଖା ଦେଇଥିବା ଅଭିଯୋଗ କରିଥିଲେ ଆନ୍ଦୋଳନକାରୀ ।

ସେପଟେ ଦେଶ ଛାଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କୁ କାମଚଳା ରାଷ୍ଟ୍ରପତି ଭାବରେ ଘୋଷଣା କରିଥିଲେ ଗୋଟାବାୟା । ଏହାକୁ ନେଇ ମଧ୍ୟ ସେ ବାଚସ୍ପତି କାର୍ଯ୍ୟାଳୟକୁ ଜଣାଇଥିଲେ । ଏହାପରେ ରାନିଲ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ସେନାକୁ ଯେକୌଣସି ନିଷ୍ପତ୍ତି ନେବାକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି । ଯାହାର ଫଳ ସ୍ବରୂପ ଗୁରୁବାର ଶ୍ରୀଲଙ୍କାର ରାଜରାସ୍ତାରେ ଟ୍ୟାଙ୍କ୍‌ ଗଡ଼ୁଥିବା ଦେଖିବାକୁ ମିଳିଥିଲା ।

Last Updated : Jul 14, 2022, 8:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.