ETV Bharat / bharat

Special Session of Parliament: ନୂଆ ସଂସଦ ଭବନର ଶ୍ରୀଗଣେଶ, ସାତ ଦଶକ ତପସ୍ୟାର ସାକ୍ଷୀ ପୁରୁଣା ସଂସଦ କହିଲେ ପ୍ରଧାନମନ୍ତ୍ରୀ - ସେଣ୍ଟ୍ରାଲ ହଲରେ ଶେଷ କାର୍ଯ୍ୟକ୍ରମ

ପୁରୁଣା ସଂସଦ ଭବନରେ ଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସଂସଦର ସେଣ୍ଟ୍ରାଲରେ ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Special Session of Parliament
Special Session of Parliament
author img

By ETV Bharat Odisha Team

Published : Sep 19, 2023, 1:00 PM IST

Updated : Sep 19, 2023, 1:53 PM IST

ନୂଆଦିଲ୍ଲୀ: ଆଜିଠୁ ନୂଆ ସଂସଦ ଭବନରେ କାର୍ଯ୍ୟ ଦିବସ ଆରମ୍ଭ ହେବ । ଏହା ପୂର୍ବରୁ ପୁରୁଣା ସଂସଦ ଭବନରେ ଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେଣ୍ଟ୍ରାଲ ହଲ୍‌ ସାମ୍ନାରେ ଫଟୋ ସେସନ୍‌ ପରେ ପୁରୁଣା ସଂସଦ ଭବନ ସେଣ୍ଟ୍ରାଲ ହଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇବା ସହ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ନୂଆ ସଂସଦ ଭବନରେ ଆମେ ସମସ୍ତେ ମିଶି ନୂଆ ଭବିଷ୍ୟର ଶ୍ରୀଗଣେଶ କରିବାକୁ ଯାଉଛୁ । ଆଜି ଆମେ ବିକଶିତ ଭାରତର ସଂକଳ୍ପକୁ ରିପିଟ କରିବା ଓ ପୁଣି ଥରେ ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପରିପୂର୍ଣ୍ଣ କରିବାକୁ ନୂଆ ସଂସଦ ଭବନରେ ପ୍ରସ୍ଥାନ କରିବାକୁ ଯାଉଛୁ ବୋଲି ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଭାରତର ସ୍ବପ୍ନକୁ ସାକାର କରିବାକୁ ସଦସ୍ୟଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ପୁରୁଣା ସଂସଦ ଭବନ ସମ୍ବିଧାନ ସଦନ ହେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

  • #WATCH | Prime Minister Narendra Modi and others leave from the Central Hall of the Old Parliament building.

    PM Modi made a suggestion that the building should now be known as 'Samvidhan Sadan'. pic.twitter.com/KlTNB3C2Et

    — ANI (@ANI) September 19, 2023 ଟ" class="align-text-top noRightClick twitterSection" data=" ଟ">

ସେଣ୍ଟ୍ରାଲ ହଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଏହି ସଂସଦ ଭବନରେ ସାତ ଦଶକର ତପସ୍ୟା ନିହିତ ହୋଇଛି । ସଂସଦର ଏହି ସେଣ୍ଟ୍ରାଲ ହଲ୍‌ କର୍ତ୍ତବ୍ୟ ପାଳନ କରିବାକୁ ଆମକୁ ପ୍ରେରଣା ଦେଇଛି । ଏହା ସେହି ସ୍ଥାନ ଯେଉଁଠି ଆମ ସମ୍ବିଧାନ ଗଠନ ହୋଇଥିଲା । ଭାରତ ପାଖରେ ଉର୍ଜା ଭର୍ତ୍ତି ହୋଇ ରହିଛି । ଦ୍ରୁତ ଗତିରେ ଆଗକୁ ବଢୁଛି ଦେଶ । ଖୁବଶୀଘ୍ର ଭାରତ ତୃତୀୟ ଅର୍ଥନୈତିକ ଦେଶ ହେବାକୁ ଯାଉଛି । ଜି20 ସମ୍ମିଳନୀରେ ଭାରତ ଗ୍ଲୋବାଲ ସାଉଥର ସ୍ବର ହୋଇଛି । ବିଶ୍ବମିତ୍ର ହୋଇଛି ଭାରତ । ଅମୃତକାଳର 25 ବର୍ଷରେ ଭାରକୁ କାନଭାସ ଉପରେ କାମ କରିବାକୁ ହେବ । ଆଜି ବିଶ୍ବର ନଜର ଭାରତ ଉପରେ ରହିଛି । ଛୋଟ କାନଭାସରେ ବଡ଼ ଚିତ୍ର ଅସମ୍ଭବ ଭଳି ଆମକୁ ବଡ ଚିନ୍ତା କରିବା ଜରୁରୀ । ଚିନ୍ତାଧାର ବିକାଶ ହେଲେ ଦେଶର ବିକାଶ ହେବ । ଭବିଷ୍ୟ ପାଇଁ ଉପଯୁକ୍ତ ସମୟରେ ସଠିକ ନିଷ୍ପତ୍ତି ନେବାକୁ ହେବ । ଆମେ ଆଜି ସଂସଦର ନୂଆ ଭବନକୁ ଯିବାକୁ ଯାଉଛୁ । ପୁରୁଣା ସଂସଦର ଗରିମା କେବେ କମ ହେବ ନାହିଁ । ଏହାକୁ କେବଳ ପୁରୁଣା ପାର୍ଲାମେଣ୍ଟ କହି ଛାଡ଼ି ଦିଆଯିବ ନାହିଁ ଏହାକୁ 'ସମ୍ବିଧାନ ସଦନ' ଭାବେ ପରିଚୟ ମିଳୁ । ସମସ୍ତେ ରାଜି ହେଲେ ଏହାର ନାମ ସମ୍ବିଧାନ ସଦନ ରହିବ । ଏହା ଆମକୁ ଜୀବନ ଭରି ପ୍ରେରଣା ଦେବ ।"

  • #WATCH | Special Session of Parliament | PM Narendra Modi says, "I have a suggestion. Now, when we are going to the New Parliament, its (Old Parliament building) dignity should never go down. This should not be left just as the Old Parliament building. So, I urge that if you… pic.twitter.com/T8izb46MfO

    — ANI (@ANI) September 19, 2023 " class="align-text-top noRightClick twitterSection" data=" ">

ଅତୀତର ଘଟଣାକୁ ନେଇ ସଦସ୍ୟଙ୍କୁ ଅଭିମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, "1947ରେ ଏହି ସେଣ୍ଟ୍ରାଲ ହଲରେ କ୍ଷମତା ହସ୍ତାନ୍ତର ହୋଇଥିଲା । 7 ଦଶନ୍ଧି ଭିତରେ ଅନେକ ଆଇନ ତିଆରି ଓ ସଂଶୋଧନ ହୋଇଛି । ଆବଶ୍ୟକ ବେଳେ ସ୍ବତନ୍ତ୍ର ଅଧିବେଶନରେ ଆଇନ ପ୍ରଣୟନ ହୋଇଛି । ଧାରା 370 ଉଚ୍ଛେଦ ଓ ତିନ ତଲାକ ବିଲ ପାସ ଉଲ୍ଲେଖ୍ୟନୀୟ ଘଟଣା । ସଂସଦରେ ହୋଇଥିବା ସମସ୍ତ ଆଇନ, ସବୁ ସଙ୍କେତ ଓ ଚର୍ଚ୍ଚା ଭାରତୀୟଙ୍କ ଆକାକ୍ଷାଂକୁ ବଢ଼ାଇଛି । ଏହା ଆମର କର୍ତ୍ତବ୍ୟ ଓ ଆଶା । ଲାଲକିଲ୍ଲାରୁ ମୁଁ କହିଥିଲି ଏହି ସମୟ ଉପଯୁକ୍ତ ସମୟ । ଯଦି ଆମେ ଗୋଟିଏ ପରେ ଗୋଟିଏ ଘଟଣା ଉପରେ ନଜର ଦେବା ତାହା ପ୍ରମାଣ କରୁଛି ଭାରତ ନୂଆ ଚେତନା ସହ ପୁନଃ ଜାଗ୍ରତ ହୋଇଛି । ଭାରତ ନୂଆ ଉର୍ଜାରେ ଭରି ରହିଛି ଏହି ଚେତନା ଓ ଉର୍ଜା ଦେଶର କୋଟି କୋଟି ଲୋକଙ୍କ ସ୍ବପ୍ନକୁ ସଂକଳ୍ପ କରି ପରିଶ୍ରମର ପରାକାଷ୍ଠା କରି ସିଦ୍ଧିରେ ପହଞ୍ଚାଇବ । ଏହି ସଂସଦରେ ମୁସଲିମ ମାଆ ଭଉଣୀଙ୍କୁ ନ୍ୟାୟ ମିଳିଛି । ଏହି ସଂସଦ ଅନେକ ଭୁଲକୁ ଠିକ କରିଛି । ତିନ ତଲାକ ବିରୋଧ ଆଇନ ପାସ୍‌ ହୋଇଛି । ଏହି ସଂସଦରେ କିନ୍ନରଙ୍କୁ ନ୍ୟାୟ ଦେବା ଆଇନର ନିର୍ମାଣ କରିଛି ।''

  • #WATCH | Special Session of Parliament | Prime Minister Narendra Modi says, "...Muslim mothers and sisters got justice because of this Parliament, law opposing 'triple talaq' was unitedly passed from here. In the last few years, Parliament has also passed laws giving justice to… pic.twitter.com/gnOY7JDtu3

ଏହା ବି ପଢନ୍ତୁ...Special Session of Parliament: ଉଭୟ ଗୃହ ମୁଲତବୀ, ଇତିହାସ ହୋଇଗଲା ପୁରୁଣା ସଂସଦ ଭବନ, ଆଜି ନୂଆ ବିଲ୍ଡିଂରେ ପ୍ରବେଶ

ସେହିପରି ସେଣ୍ଟ୍ରାଲ ହଲ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅଭିମତ ରିଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, "ପୁରୁଣା ସଂସଦ ଭବନ ଆମ ଗରିମା । ମୁଁ ବହୁତ ଖୁସି ନୂଆ ସଂସଦ ଭବନ ନୂଆ ଓ ଉଦୀୟମାନ ଭାରତର ପ୍ରତୀକ । ଏହି ସେଣ୍ଟ୍ରାଲ୍‌ ଭବନ ବ୍ରିଟିଶ ନିକଟରୁ ଭାରତକୁ ଶକ୍ତି ହସ୍ତାନ୍ତରର ସାକ୍ଷୀ ହୋଇଛି ।"

କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲକାର୍ଜୁନ ଖଡଗେ କହିଛନ୍ତି,"ଆମେ ଏହି ଐତିହାସିଲ ସେଣ୍ଟ୍ରାଲ୍‌ ହସଲରେ ଏକାଠୀ ହୋଇଛୁ । ଏହି ସେଣ୍ଟ୍ରାଲ ହଲରେ ହିଁ 1946ରୁ 1949 ଯାଏଁ ସମସ୍ତ ବୈଠକ ହୋଇଥିଲା । ଆଜି ଆମେ ସେହି ମହାନ ବ୍ୟକ୍ତି ରାଜେନ୍ଦ୍ର ପ୍ରସାଦ, ଭାରତୀୟ ସମ୍ବିଧାନର ବିନ୍ଧାଣୀ ବିଆର ଆମ୍ବେଦକର, ଜବାହାରଲାଲ ନେହେରୁ ଓ ସର୍ଦାର ବଲ୍ଲଭାଇ ପଟେଲଙ୍କ ଅବଦାନକୁ ମନେ ପକାଉଛୁ । ଆମେ ଯେତେବେଳେ ଏକ ପୁରୁଣାରୁ ନୂଆକୁ ଯାଇଥାଉ ସେବେ ଏକ ଯୁଗର ଶେଷ ହୋଇଥାଏ ।"

Last Updated : Sep 19, 2023, 1:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.