ନୂଆଦିଲ୍ଲୀ: ସାରା ଦେଶରେ କୋଭିଡ୍ ଟୀକାକରଣର ଏକ ବର୍ଷ ପୂର୍ତ୍ତୀ ଅବସରରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଣାଳୟ ପକ୍ଷରୁ ଏକ ପୋଷ୍ଟାଲ ଷ୍ଟାମ୍ପ୍ ଉନ୍ମୋଚନ କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ଷ୍ଟାମ୍ପକୁ ରିଲିଜ୍ କରିଛନ୍ତି ।
ଭାରତରେ ସୁରୁଖୁରୁରେ ଟୀକାକରଣ କରିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଖାଲି ସେତିକି ନୁହେଁ ସାରା ବିଶ୍ବ ତୁଳନାରେ ଭାରତରେ ସବୁଠାରୁ ଭଲ ଟୀକାକରଣ ହୋଇଛି । ସେହିଭଳି ସ୍ବାସ୍ଥମନ୍ତ୍ରୀ ମନସୁଖ ମାଣ୍ଡଭିୟ ସମସ୍ତ ସ୍ବାସ୍ଥ୍ୟକର୍ମୀ, ବୈଜ୍ଞାନିକ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଅନ୍ୟପଟେ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ୍ କରି ଭାରତରେ ଟୀକାକରଣ ପ୍ରକ୍ରିୟା, ଟୀକା ପ୍ରସ୍ତୁତି ଏବଁ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଏକ ଭିଡିଓ ଜାରି କରିଛନ୍ତି । ଏଥିରେ କେତେକ ବିଶେଷ ଚିତ୍ରକୁ ସ୍ଥାନ ଦିଆଯାଇଥିବା ଦେଖା ଯାଇଛି । କେଉଁ ପରିସ୍ଥିତିରେ ଚ୍ୟାଲେଞ୍ଜର ସହ ଟୀକା ପ୍ରସ୍ତୁତି ସହ ଟୀକାକରଣ କରାଯାଇଥିଲା ତାହା ଭିଡିଓରେ ଦର୍ଶା ଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ