ETV Bharat / bharat

UP Election 2022: ଅଖିଳେଶ ଲଢିବେ ବିଧାନସଭା ନିର୍ବାଚନ !

author img

By

Published : Jan 19, 2022, 6:25 PM IST

ବିଧାସସଭା ନିର୍ବାଚନ ଲଢିବେ ଅଖିଳେଶ ଯାଦବ ! ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ବିଧାନସଭା ନିର୍ବାଚନ ଲଢିବା ନେଇ ଆଭାସ ଦେଇଛନ୍ତି । ନିଜ ସଂସଦୀୟକ୍ଷେତ୍ର ଆଜମଗଡବାସୀଙ୍କ ଅନୁମତି ନେଇ ନିର୍ବାଚନ ଲଢିବି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଅଖିଳେଶ । ଅଧିକ ପଢନ୍ତୁ

UP Election 2022: ଅଖିଳେଶ ଯାଦବ ଲଢିବେ ବିଧାନସଭା ନିର୍ବାଚନ !

ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକ ବଢୁଛି ଉଷ୍ଣତା । ରାଜ୍ୟରେ ରାଜନୀତିକ ବାତାବରଣ ସରଗରମ ହୋଇଛି । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଶାସକ ବିଜେପି ଓ ବିରୋଧୀ ସମାଜବାଦୀ ପାର୍ଟୀ ମଧ୍ୟରେ ଜୋରଦାର ଟକ୍କର ହେବାର ସମ୍ଭାବନା ରହିଛି । ରାଜନୀତିକ ଗତିବିଧିକୁ ଦେଖି କିଛି କ୍ଷଣ ମଧ୍ୟରେ ଦଳର ରଣନୀତି ପରିବର୍ତ୍ତନ କରୁଛନ୍ତି ନେତା। ପୂର୍ବରୁ ବିଧାନସଭା ନିର୍ବାଚନ ନ ଲଢିବା ନେଇ ଘୋଷଣା କରିଥିବା ସମାଜବାଦୀ ପାର୍ଟୀ ପ୍ରମୁଖ ଅଖିଳେଶ ଯାଦବ (SP Chief Akhilesh Yadav) ବର୍ତ୍ତମାନ ନିର୍ବାଚନ ଲଢିବା ନେଇ ସଙ୍କେତ ଦେଇଛନ୍ତି।

ବିଧାସସଭା ନିର୍ବାଚନ ଲଢିବେ ଅଖିଳେଶ ଯାଦବ ! ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ବିଧାନସଭା ନିର୍ବାଚନ ଲଢିବା ନେଇ ଆଭାସ ଦେଇଛନ୍ତି । ନିଜ ସଂସଦୀୟକ୍ଷେତ୍ର ଆଜମଗଡବାସୀଙ୍କ ଅନୁମତି ନେଇ ନିର୍ବାଚନ ଲଢିବି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଅଖିଳେଶ ଯାଦବ। ରାଜ୍ୟରେ ବିଜେପିକୁ ସିଧାସଳଖ ଟକ୍କର ଦେଉଛି ସମାଜବାଦୀ ପାର୍ଟୀ। ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର (ସହର) ଆସନରୁ ବିଧାନସଭା ନିର୍ବାଚନ ଲଢୁଛନ୍ତି। ବିଜେପି ନିଜ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନର ଓହ୍ଲାଇଥିବାରୁ ସମାଜବାଦୀ ପାର୍ଟୀ ମଧ୍ୟ ନିଜ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନିର୍ବାଚନରେ ଓହ୍ଲାଇବା ନିଷ୍ପତ୍ତି ନେଉଥିବା ଜଣାପଡିଛି । ବିଶେଷ କରି ଦଳର ବରିଷ୍ଠ ନେତୃତ୍ବ ଅଖିଳେଶ ଯାଦବ ବିଧାନସଭା ନିର୍ବାଚନ ଲଢିବାକୁ ସମର୍ଥନ କରିଛନ୍ତି। ତେବେ କେଉଁ ଆସନରୁ ବିଧାନସଭା ପ୍ରତିଦ୍ବନ୍ଦିତା କରିବେ ସେ ନେଇ କୌଣସି ଘୋଷଣା କରାଯାଇନାହିଁ।

୨୦୧୨ରେ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟୀ ବିଜୟଲାଭ କରିବା ପରେ ଅଖିଳେଶ ଯାଦବ ଉତ୍ତରପ୍ରଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ସେହି ସମୟରେ ଅଖିଳେଶ କନୌଜ ଆସନରୁ ଲୋକସଭା ଯାଇଥିଲେ । ଏହାପରେ ସାଂସଦ ପଦରୁ ଇସ୍ତଫା ଦେଇ ବିଧାନପରିଷଦ ସଦସ୍ୟ ହୋଇଥିଲେ। ସୂଚନାଥାଉକି ଉତ୍ତରପ୍ରଦେଶରେ ଆସନ୍ତା ଫେବୃୟାରୀ ୧୦ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଫେବୃଆରୀରୁ 7ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହାପରେ ମାର୍ଚ୍ଚ ୧୦ରେ ଭୋଟ ଗଣତି ସହ ଫଳାଫଳ ଗଣତି ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.