ନୂଆଦିଲ୍ଲୀ: କଂଗ୍ରସର ସଭାପତି ଭାବେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ନିର୍ବାଚିତ ହେବା ପରେ ତାଙ୍କୁ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ବିଦାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ (Sonia Gandhi congratulated Mallikarjun Kharge) । ଏହି ସାକ୍ଷାତକାର ସମୟରେ ମଲ୍ଲିକାର୍ଜୁନ ଖଡଗେଙ୍କ ପତ୍ନୀ ରାଧାବାଇ ଖଡଗେ ମଧ୍ୟ ଉପସ୍ଥିତ ଥିଲେ । ସୋନିଆ ବର୍ତ୍ତମାନ ଦଳର ଅନ୍ତରୀଣ ଅଧ୍ୟକ୍ଷା ଥିବା ବେଳେ ଆଜି ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଆସିଛି । ସୋନିଆଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ମଲ୍ଲିକାର୍ଜୁନ ଖଡଗେ ।
-
Outgoing Congress president Sonia Gandhi & party's General Secretary Priyanka Gandhi Vadra congratulated Mallikarjun Kharge, on being elected as the Congress President; also met his wife Radhabai Kharge. https://t.co/ijZWWWwnVr pic.twitter.com/crGPBOyrOO
— ANI (@ANI) October 19, 2022 " class="align-text-top noRightClick twitterSection" data="
">Outgoing Congress president Sonia Gandhi & party's General Secretary Priyanka Gandhi Vadra congratulated Mallikarjun Kharge, on being elected as the Congress President; also met his wife Radhabai Kharge. https://t.co/ijZWWWwnVr pic.twitter.com/crGPBOyrOO
— ANI (@ANI) October 19, 2022Outgoing Congress president Sonia Gandhi & party's General Secretary Priyanka Gandhi Vadra congratulated Mallikarjun Kharge, on being elected as the Congress President; also met his wife Radhabai Kharge. https://t.co/ijZWWWwnVr pic.twitter.com/crGPBOyrOO
— ANI (@ANI) October 19, 2022
ତେବେ 22 ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି । 1998 ରୁ ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷା ଭାବେ ଦାୟିତ୍ବରେ ରହି ଆସିଥିବା ବେଳେ ଶେଷ ଥର ପାଇଁ 2000 ମସିହାରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସୋନିଆ ବିଜୟୀ ହୋଇଥିଲେ । 2017 ରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ସମ୍ଭାଳିଥିଲେ ସୁଦ୍ଧା 2019 ସାଧାରଣ ନିର୍ବାଚନରେ ଦଳର ଧରାଶାୟୀ ପରାଜୟ ପରେ ଦାୟିତ୍ବରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ବରେ ରହି ଆସିଛନ୍ତି ।
ଚଳିତ ନିର୍ବାଚନରେ ଗାନ୍ଧୀ ପରିବାରକୁ ନେଇ ଚର୍ଚ୍ଚା ହେଉଥିଲେ ସୁଦ୍ଧା ପ୍ରିୟଙ୍କା ଗାନ୍ଧୀ କିମ୍ବା ରାହୁଲ କୌଣସି ଆଗ୍ରହ ପ୍ରକାଶ କରିନଥିଲେ । ଦଳର ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡେଗ ଓ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ଏଥିରେ ମଲ୍ଲିକାର୍ଜୁନ ଖଡଗେ ଥରୁରଙ୍କୁ ବିପୁଳ ବ୍ୟବଧାନରେ ପରାଜିତ କରି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଫଳାଫଳ ଆସିବା ପରେ ଖଡଗେଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ବିଦାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଝିଅ ତଥା ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଖଡଗେଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ