ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବ୍ୟାପୁଥିବା କୋରୋନା ସଂକ୍ରମଣ ରୋକିବା ବିଷୟ ଚର୍ଚ୍ଚା ପାଇଁ ଦଳୀୟ ବୈଠକ ଡାକିଥିଲା କଂଗ୍ରେସ । ଏହି ବୈଠକରେ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ ହୋଇଥିଲେ ସାମିଲ ।
ବୈଠକରେ ସୋନିଆ ଗାନ୍ଧୀ ଦେଶରେ କୋରୋନାର ତୃତୀୟ ଲହରୀକୁ ନେଇ ଆଶଙ୍କା ଜାହିର କରିବା ସହ ଚିନ୍ତା ପ୍ରକଟ କରିଛନ୍ତି । ଏହା ସହିତ କେନ୍ଦ୍ରରେ ନେତୃତ୍ବାଧିନ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୋନିଆ ।
ଏହି ବୈଠକରେ ସୋନିଆ ଗାନ୍ଧୀ ଦେଶର ସମସ୍ତ ଲୋକଙ୍କୁ ମାଗଣାରେ ଟିକା ଉପଲବ୍ଧ କରାଇବାକୁ ଦାବି କରିଛନ୍ତି । ସୋନିଆ ଗାନ୍ଧୀ କହିଛନ୍ତି, ମୋଦି ସରକାର ଟୀକାକରଣ ନେଇ ରାଜ୍ୟ ଉପରେ ଦାୟିତ୍ବ ଛାଡିଛନ୍ତି। ଦେଶର ସମସ୍ତ ନାଗରିକ ମାଗଣାରେ କରୋନା ଟିକା ଦେବାକୁ ଦାବି କରିଛନ୍ତି ସୋନିଆ ।