ETV Bharat / bharat

ରାଷ୍ଟ୍ରପତିଙ୍କୁ ଶବନମ୍‌ଙ୍କ ପୁଅର ପ୍ରାର୍ଥନା - ଫାଶୀ ପାଇବେ ଶବନମ୍‌

ଫାଶୀ ପାଇବେ ସ୍ବାଧୀନ ଭାରତଚର ପ୍ରଥମ ମହିଳା । ଏନେଇ ଉତ୍ତରପ୍ରଦେଶ ରାମପୁର ଜିଲ୍ଲା କାରଗାରରେ ପ୍ରସ୍ତୁତି ସରିଛି । ଫାଶୀ ଖୁଣ୍ଟରେ ଝୁଲାଇବାକୁ ଥିବା ପବନ ଜହ୍ଲାଦ ମଧ୍ୟ କାରଗାରର ନୀରିକ୍ଷଣ କରିସାରିଛନ୍ତି । ହେଲେ ଏବେ ସାମନାକୁ ଆସିଛି ଶବନମ୍‌ଙ୍କ ପୁଅର ଗୁହାରୀ । ଯାହାକୁ ଶୁଣିଲେ ଆପଣଙ୍କ ଦେହ ବି ଥରି ଉଠିବ । ଥରୁଟିଏ ଶୁଣନ୍ତୁ ପୁଅର ଏହି କୋହଭରା ଗୁହାରୀ...

ରାଷ୍ଟ୍ରପତିଙ୍କୁ ଶବନମ୍‌ଙ୍କ ପୁଅର ପ୍ରାର୍ଥନା
ରାଷ୍ଟ୍ରପତିଙ୍କୁ ଶବନମ୍‌ଙ୍କ ପୁଅର ପ୍ରାର୍ଥନା
author img

By

Published : Feb 19, 2021, 1:20 PM IST

ଲକ୍ଷ୍ନୌ:ଫାଶୀ ପାଇବେ ସ୍ବାଧୀନ ଭାରତର ପ୍ରଥମ ମହିଳା । ଏନେଇ ଉତ୍ତରପ୍ରଦେଶ ରାମପୁର ଜିଲ୍ଲା କାରଗାରରେ ପ୍ରସ୍ତୁତି ସରିଛି । ଫାଶୀ ଖୁଣ୍ଟରେ ଝୁଲାଇବାକୁ ଥିବା ପବନ ଜହ୍ଲାଦ ମଧ୍ୟ କାରଗାରର ନୀରିକ୍ଷଣ କରିସାରିଛନ୍ତି । ହେଲେ ଏବେ ସାମନାକୁ ଆସିଛି ଶବନମ୍‌ଙ୍କ ପୁଅର ଗୁହାରୀ । ଯାହାକୁ ଶୁଣିଲେ ଆପଣଙ୍କ ଦେହ ବି ଥରି ଉଠିବ ।

ରାଷ୍ଟ୍ରପତିଙ୍କୁ ଶବନମ୍‌ଙ୍କ ପୁଅର ପ୍ରାର୍ଥନା

ଫାଶୀରୁ ବର୍ତ୍ତିବା ପାଇଁ ଶବନମ୍ ତଳ କୋର୍ଟରୁ ସୁପ୍ରିମକୋର୍ଟ ବହୁ ଥର ଦୌଡିଛନ୍ତି ହେଲେ ତାଙ୍କୁ ନିରାଶ ହେବାକୁ ପଡିଛି। ଏପରିକି ରାଷ୍ଟ୍ରପତିଙ୍କୁ ମଧ୍ୟ ଜୀବନ ପାଇଁ ଭିକ୍ଷା କରିଥିଲେ। ଶବନମଙ୍କ ଆବେଦନକୁ ରାଷ୍ଟ୍ରପତି ଖାରଜ କରି ଦେବା ପରେ ତାଙ୍କୁ ଫାଶୀ ଦେବା ବାଟ ପରିଷ୍କାର ହୋଇଯାଇଛି । କିନ୍ତୁ କୁନି ପୁଅର ମନ ମାନୁନି । ମା'କୁ କ୍ଷମା କରିବାକୁ ରାଷ୍ଟ୍ରପତିଙ୍କୁ ଗୁହାରୀ କରିଛନ୍ତି ଶବନମଙ୍କ ପୁଅ ।

ରାଷ୍ଟ୍ରପତିଙ୍କୁ ଶବନମ୍‌ଙ୍କ ପୁଅର ପ୍ରାର୍ଥନା

ଜେଲ୍‌ରେ ଥିବା ସମୟରେ ହିଁ ଶବନମ୍‌ ଗର୍ଭବତୀ ଥିଲେ । ସେଠାରେ ହିଁ ତାଙ୍କର ପ୍ରସବ ହୋଇଥିଲା । ଆଉ ନିୟମ ଅନୁଯାୟୀ 6 ବର୍ଷ ପରେ ସେ ଜେଲରୁ ବାହାରକୁ ଆସିଥିଲେ । ଆଉ ତାଙ୍କର ପୁରା ପାଠ ପଢା ଖର୍ଚ୍ଚଠୁ ଆରମ୍ଭ କରି କୁନି ପୁଅ ଉସମାନ୍‌ର ଦେଖାଶୁଣା ଶବନନ୍‌ଙ୍କ କଲେଜ ବେଳର ସାଙ୍ଗ ସାଇଫି କରନ୍ତି । ସାଇଫି ଶବନମ୍‌ଙ୍କୁ ବଡ ଭଉଣୀ ଭଳି ମନେ କରନ୍ତି । ସେଥିପାଇଁ ସେ ତାଙ୍କୁ ସର୍ବଦା ସାହାଯ୍ୟ କରିଆସୁଥିବାବେଳେ ତାଙ୍କ ପୁଅର ମଧ୍ୟ ଦେଖାଶୁଣା କରନ୍ତି । ହେଲେ ଯେବେଠୁ ଶବନମ୍‌ଙ୍କୁ ସୁପ୍ରିମ କୋର୍ଟ ଫାଶୀ ଦଣ୍ଡ ଶୁଣାଇଛନ୍ତି ସେବେଠୁ ପୁଅ ଆଖିରେ ନିଦ ନାହିଁ । କାନ୍ଦି କାନ୍ଦି ନୟାନ୍ତ ହେଲାଣି ଉସମାନ୍‌ । ରାଷ୍ଟ୍ରପତି ଶବନମ୍‌ଙ୍କ ଆବେଦନକୁ ଖାରଜ କରିଥିବା ସତ୍ତ୍ବେ ବି ସେ ମା’ଙ୍କୁ କ୍ଷମା କରିବାକୁ ଗୁହାରୀ କରିଛନ୍ତି । ମୋ ମା’ ମତେ ବହୁତ ଭଲ ପାଆନ୍ତି । ମୋ ମାକୁ ମୋ ଠାରୁ ଦୂର କରନ୍ତୁନି ତାଙ୍କୁ କ୍ଷମା କରିଦିଅନ୍ତୁ ବୋଲି ଗୁହାରୀ କରିଛନ୍ତି ଶବନମଙ୍କ ପୁଅ ।

ଅନ୍ୟପଟେ ଶବନମଙ୍କ ଓକିଲ କହିଛନ୍ତି ଯେ, ରାଷ୍ଟ୍ରପତି ହେଉଛନ୍ତି ଶେଷ ଆଶା । ସୁପ୍ରିମକୋର୍ଟ ପରେ ରାଷ୍ଟ୍ରପତି ଯଦି ନିର୍ଦ୍ଦେଶରେ ପରିବର୍ତ୍ତନ କରିଥାଆନ୍ତେ ତେବେ କିଛି ସମ୍ଭବ ହୋଇଥାନ୍ତା । ହେଲେ ସେ ବି ଆବେଦନକୁ ଖାରଜ କରିଛନ୍ତି । ତେଣୁ ଶେଷ ଆଶା ବି ଆଉ ନାହିଁ ।

ଏଠାରେ କହିରଖୁଛୁ ଯେ, ଅମରୋହ ସହରର ଶବନମ 2008 ମସିହାରେ ନିଜ ପ୍ରେମିକ ସହ ମିଶି ନିଜ ପରିବାରର 7 ଜଣଙ୍କୁ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହି ଘଟଣାରେ ଶବନମକୁ ସୁପ୍ରିମକୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.