ETV Bharat / bharat

ମଦ ପିଇବାକୁ ଟଙ୍କା ନଦେବାରୁ ବାପା ସହ ମିଶି ମାଆକୁ ହତ୍ୟା କଲା ପୁଅ - କର୍ଣ୍ଣାଟକ ହତ୍ୟାକାଣ୍ଡ

ମଦ ପିଇବାକୁ ପଇସା ନଦେବାରୁ ବାପା ସହ ମିଶି ମାଆକୁ ହତ୍ୟା କଲା ପୁଅ । କର୍ଣ୍ଣାଟକରେ ଘଟିଛି ଏହି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

ମଦ ପିଇବାକୁ ଟଙ୍କା ନଦେବାରୁ ବାପା ସହ ମିଶି ମାଆକୁ ହତ୍ୟା କଲା ପୁଅ

author img

By

Published : Dec 9, 2022, 8:05 AM IST

ବେଙ୍ଗାଲୁରୁ: ମଦ ଆଗରେ ତୁଚ୍ଛ ହେଲା ମାଆର ମମତା । ମଦ ପିଇବାକୁ ପଇସା ନଦେବାରୁ ବାପା ସହ ମିଶି ମାଆକୁ ହତ୍ୟା କଲା ପୁଅ । କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲା ଅନ୍ତର୍ଗତ କୁଜାଲ୍ଲି ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସାମାନ୍ୟ ଟଙ୍କା ପାଇଁ ପୁଅ ନିଜ ଜନ୍ମକଲା ମାଆକୁ ପିଟି ପିଟି ହତ୍ୟା କରିଛି (Son kills mother with father after she refuses to give money) । ମୃତକ ୬୪ ବର୍ଷୀୟା ଗୀତା ଭଟ୍ଟ । ଗତ ମଙ୍ଗଳବାର ଦିନ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଗତକାଲି ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି । ଏହାସହିତ ପୋଲିସ ପତ୍ନୀହନ୍ତା ସ୍ବାମୀ ଓ ଅଭିଯୁକ୍ତ ପୁଅକୁ ଗିରଫ କରିଛି ।

ସୂଚନା ମୁତାବକ, ବାପା ବିଶ୍ବେଶ୍ବର ଭଟ୍ଟ ଓ ପୁଅ ମଧୁକର ଭଟ୍ଟ ସବୁବେଳେ ମଦ ପିଇ ଆସି ଘରେ ମାଆ ଗୀତାଙ୍କ ସହ ଝଗଡା କରୁଥିଲେ । ଗତ ମଙ୍ଗଳବାର ଦିନ ବାପପୁଅ ପ୍ରଚୁର ମଦ୍ୟପାନ କରିଥିଲେ । ଏହାପରେ ପୁଣି ଘରକୁ ଆସି ମଦ ପାଇଁ ଗୀତାଙ୍କୁ ଟଙ୍କା ମାଗିଥିଲେ । ହେଲେ ମହିଳା ତାଙ୍କୁ ଟଙ୍କା ଦେଇନଥିଲେ । ଏଥିରେ ରାଗି ଯାଇ ବାପାପୁଅ ମିଶି ଏକ ଲାଠିରେ ମାଆକୁ ପିଟି ପିଟି ହତ୍ୟା କରିଥିଲେ((Son kills mother) ।

ଏହାମଧ୍ୟ ପଢନ୍ତୁ: ପିଲା ଓ ସ୍ତ୍ରୀକୁ ହତ୍ୟା କରି ଦୁଷ୍କର୍ମ ଅଭିଯୁକ୍ତର ଆତ୍ମହତ୍ୟା

ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେତେବେଳେ ଅଭିଯୁକ୍ତ ବାପପୁଅ ଘରେ ରହିଥିଲେ ଓ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ପୋଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହିତ ଅଭିଯୁକ୍ତ ବାପପୁଅଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.