ETV Bharat / bharat

ବିଜେପିର ଟିକେଟ ଘୋଷଣା: ସିଦ୍ଧରମୈୟାଙ୍କୁ ଟକ୍କର ଦେବେ ସୋମନ୍ନା, ୟେଦୁରପ୍ପାଙ୍କ ପୁଅକୁ ମିଳିଲା ଟିକେଟ୍

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଘୋଷଣା କରିଛି ବିଜେପି । ସିଦ୍ଧରମୈୟାଙ୍କୁ ଟକ୍କର ଦେବେ ସୋମନ୍ନା । ଶିକାରୀପୁରାରୁ ଲଢିବେ ୟେଦୁରପ୍ପାଙ୍କ ପୁଅ । ଅଧିକ ପଢନ୍ତୁ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ
କର୍ଣ୍ଣାଟକ ବିଧାନସଭା ନିର୍ବାଚନ
author img

By

Published : Apr 12, 2023, 4:44 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କର୍ଣ୍ଣାଟକ ବିଜୟ ପାଇଁ ପ୍ରମୁଖ ରାଜନୈତିକ ଦଳ ସୁଦୃଢ ରଣନୀତି ସହ ପ୍ରଚାର ଚଳାଇଛନ୍ତି । ଏହାରି ମଧ୍ୟରେ ମଙ୍ଗଳବାର ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତାଲିକାରେ ୧୮୯ ଜଣଙ୍କ ନାମ ରହିଛି । ରାଜ୍ୟ ମନ୍ତ୍ରୀ ଭି ସୋମନ୍ନାକୁ ଦୁଇଟି ନିର୍ବାଚନ ମଣ୍ଡଳୀ ଦାୟିତ୍ବ ଦେଇଛି ଦଳ । ସେ ଉଭୟ ଚମରାଜନଗର ଓ ବରୁଣା ଆସନରୁ ନିର୍ବାଚନ ଲଢିବେ । ବରୁଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଟକ୍କର ଦେବେ ସୋମନ୍ନା । ସେହିପରି ମନ୍ତ୍ରୀ ଆର ଅଶୋକଙ୍କୁ ମଧ୍ୟ ପଦ୍ମନାଭନଗର ଓ କନକପୁରରୁ ଟିକେଟ୍ ମିଳିଛି ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ
କର୍ଣ୍ଣାଟକ ବିଧାନସଭା ନିର୍ବାଚନ

କନକପୁରରେ କେପିସିସି ସଭାପତି ଡିକେ ଶିବକୁମାରଙ୍କ ସହ ପ୍ରତିଦ୍ବନ୍ଦିତା କରିବେ ଅଶୋକ । ଏହିପରି ଭାବେ ବିଜେପି କଂଗ୍ରେସର ଏହି ଦୁଇ ହେଭିୱେଟ ନେତାଙ୍କୁ ମାତ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ତେବେ ଉଭୟ ଚମରାଜନଗର ଏବଂ ବରୁଣା ଚମରାଜନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଛି ଯେଉଁଠାରେ ଲିଙ୍ଗାୟତଙ୍କ ପ୍ରାଧାନ୍ୟ ରହିଛି । ଲିଙ୍ଗାୟତ ସମ୍ପ୍ରଦାୟର ନେତା ଭି ସୋମନ୍ନା ପୁଅ ଓ ନିଜ ପାଇଁ ଦଳକୁ ଦୁଇଟି ଟିକେଟ ମାଗିଥିଲେ । ଦଳ ମଧ୍ୟ ତାଙ୍କୁ ଦୁଇଟି ଟିକେଟ ଦେଇଛି । ବର୍ତ୍ତମାନ ଡବଲ ଦାୟିତ୍ବ ସହ ଦୁଇଟିଯାକ ନିର୍ବାଚନ ମଣ୍ଡଳୀରେ ତାଙ୍କର କରିସ୍ମା ଦେଖାଇବାର ସମୟ ଆସିଛି । ସୋମନ୍ନାଙ୍କ ପ୍ରଥମ ଟାର୍ଗେଟ ରହିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ପାୱରଫୁଲ ନେତା ସିଦ୍ଧରମୈୟାକୁ ବରୁଣା ଆସନରୁ ହରାଇବା ଏବଂ ଦ୍ବିତୀୟ ଟାର୍ଗେଟ ଚମରାଜନଗର ଆସନ କବ୍‌ଜା କରିବା । ଯାହାକି ଏବେ କଂଗ୍ରେସ ନିୟନ୍ତ୍ରଣରେ ଅଛି ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ
କର୍ଣ୍ଣାଟକ ବିଧାନସଭା ନିର୍ବାଚନ

ଚାମରାଜନଗର ଜିଲ୍ଲାର ହନୁର ବିଧାନସଭା ଆସନରେ ଆରମ୍ଭରୁ ଦୁଇ ପରିବାର ମଧ୍ୟରେ ଲଢେଇ ହୋଇ ଆସିଛି । ଚଳିତ ଥର ମଧ୍ୟ ପାରମ୍ପରିକ ଲଢେଇ ଜାରି ରହିବ । କଂଗ୍ରେସ ପକ୍ଷରୁ ଆର ନରେନ୍ଦ୍ରକୁ ଏଠାରୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପି ଡ. ପ୍ରିତମ ନାଗପ୍ପାଙ୍କୁ ପ୍ରତିଦ୍ବନ୍ଦିତା ପାଇଁ ଗ୍ରୀନ ସିଗ୍ନାଲ ଦେଇଛି । ସେହିପରି ଯାହା ଅନୁମାନ କରାଯାଉଥିଲା ବିଧାୟକ ଏନ ମହେଶ କୋଲ୍ଲେଗଲା ଏବଂ ନିରଞ୍ଜନ କୁମାର ଗୁଣ୍ଡଲପେଟରୁ ପ୍ରାର୍ଥୀ ହୋଇଛନ୍ତି ।

ୟେଦରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ରଙ୍କୁ ବିଜେପି ଟିକେଟ ଦେଇଛି । ସେ ଶିକାରୀପୁରାରୁ ପ୍ରାର୍ଥୀ ହେବେ । ବିଜୟେନ୍ଦ୍ର ବରୁଣା ଆସନରୁ ପ୍ରତିଦ୍ବନ୍ଦିତା କରିପାରନ୍ତି ବୋଲି କୁହାଯାଉଥିଲା । ମାତ୍ର ୟେଦୁରପ୍ପା ଏଥିପାଇଁ ମନା କରିଦେଇଥିଲେ । ପରେ ସୋମନ୍ନାଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଥିଲା । ସେହିପରି ଆନନ୍ଦ ସିଂହଙ୍କ ପୁଅ ସିଦ୍ଧାର୍ଥ ସିଂହ ବିଜୟନଗର ଆସନରୁ ଟିକେଟ୍ ପାଇଛନ୍ତି । ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ଶିବଗାଁ ନିର୍ବାଚନ ମଣ୍ଡଳୀରୁ ଲଢିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.