ETV Bharat / bharat

ମଧ୍ୟ ପ୍ରଦେଶରେ କଂଗ୍ରେସ ନେତାଙ୍କ 6 ବର୍ଷୀୟ ପୁତୁରାକୁ ଅପହରଣ, ଦାବି ଟଙ୍କା ନମିଳିବାରୁ ହତ୍ୟା - ମଧ୍ୟ ପ୍ରଦେଶରେ ଶିଶୁପୁତ୍ରକୁ ଅପହରଣ

ମଧ୍ୟ ପ୍ରଦେଶରେ କଂଗ୍ରେସ ନେତାଙ୍କ 6 ବର୍ଷୀୟ ଶିଶୁକୁ ଅପହରଣ କରି 4 କୋଟି ଟଙ୍କା ମାଗିଲେ ଅପହରଣକାରୀ । ଟଙ୍କା ନମିଳିବାରୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଲେ । ଦୁଇଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ମଧ୍ୟ ପ୍ରଦେଶରେ କଂଗ୍ରେସ ନେତାଙ୍କ 6 ବର୍ଷୀୟ ଶିଶୁପୁତ୍ରକୁ ଅପହରଣ, ଦାବି ଟଙ୍କା ନମିଳିବାରୁ ହତ୍ୟା

author img

By

Published : Feb 7, 2023, 6:54 AM IST

ଭୋପାଳ: କଂଗ୍ରେସ ନେତାଙ୍କ 6 ବର୍ଷୀୟ ପୁତୁରାକୁ ଅପହରଣ ପରେ ଦାବି ଅର୍ଥ ପାଇବାରେ ବିଫଳ ହୋଇ ହତ୍ୟା କରିଛନ୍ତି ଅପହରଣକାରୀ । ଗତକାଲି(ରବିବାର)ଠାରୁ ଅପହରଣର ଶିକାର ହୋଇଥିବା ଶିଶୁର ମୃତଦେହ ଆଜି ନିକଟସ୍ଥ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଏପରି ଏକ ଘଟଣା ମଧ୍ୟ ପ୍ରଦେଶର ଇନ୍ଦୋରରେ ଦେଖିବାକୁ ମିଳିଛି ।

ମଧ୍ୟ ପ୍ରଦେଶରେ 6 ବର୍ଷୀୟ ଶିଶୁକୁ ଅପହରଣ ପରେ ହତ୍ୟା

ଇନ୍ଦୋରର କଂଗ୍ରେସ ନେତା ବିଜୟନ୍ଦ୍ର ଚୌହାନଙ୍କ 6 ବର୍ଷୀୟ ପୁତୁରା ହର୍ଷ ସିଂ ଚୌହାନଙ୍କୁ ଗତକାଲି(ରବିବାର) ବିଳମ୍ବିତ ରାତିରେ ମୋହର କିଶାନଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ପିଗଡମ୍ବର ଗ୍ରାମରୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ । ଶିଶୁକୁ ମୁକ୍ତ କରିବା ପାଇଁ ସେମାନେ ବିଜୟନ୍ଦ୍ର ଚୌହାନଙ୍କ ପରିବାରଠାରୁ 4 କୋଟି ଟଙ୍କା ମାଗିଥିଲେ । ହେଲେ ଟଙ୍କା ନମିଳିବାରୁ ଅଭିଯୁକ୍ତମାନେ ଶିଶୁଟିକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି । ଆଜି ସକାଳେ ନକଟସ୍ଥ ଜଙ୍ଗଲରୁ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ସୂଚନା ପାଇ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ଭାବେ ପୋଲିସକୁ ଆଶିଂକ ସଫଳତା ମଧ୍ୟ ମିଳିଛି । ଏପରି ନାରକୀୟ କାଣ୍ଡ ଭିଆଇଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ମଧ୍ୟ ଗିରଫ କରିଛି ।

ସୂଚନା ଅନୁସାରେ, ଇନ୍ଦୋରର କିଶାନଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ପିଗଡମ୍ବର ଗ୍ରାମରେ ରହୁଥିବା କଂଗ୍ରେସ ନେତା ତଥା ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀ ଜିତେନ୍ଦ୍ର ସିଂ ଚୌହାନଙ୍କ ସାନଭାଇ ବିଜୟନ୍ଦ୍ର ସିଂ ଚୌହାନଙ୍କ ପୁଅ ଘର ସାମ୍ନାରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା । ପରିବାର ସଦସ୍ୟ ଖୋଜାଖୋଜି କରି ନପାଇବା ପରେ ଥାନାରେ ଏନେଇ ରିପୋର୍ଟ ମଧ୍ୟ କରିଥିଲେ । ହେଲେ ଶିଶୁକୁ ଅପହରଣ କରାଯାଇଛି ଓ 4 କୋଟି ଟଙ୍କା ଦେଲେ ମୁକ୍ତ କରାଯିବା ନେଇ ଏକ ଅଜଣା ନମ୍ବରରୁ ଫୋନ କଲ ଆସିଥିଲା ।

ତେବେ ଜିତେନ୍ଦ୍ର ସିଂ ଚୌହାନଙ୍କ ପରିବାର ପୋଲିସକୁ ଏହି ଅପହରଣ ସମ୍ପର୍କରେ ଅବଗତ କରିଥିଲେ । ହେଲେ ଆଜି ସକାଳୁ ଶିଶୁଟିର ମୃତଦେହ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଛି । ପୋଲିସ ଫୋନ କଲ ଓ ସିସିଟିଭି ଫୁଟେଜ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେହିପରି ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ମଧ୍ୟ ଶୀଘ୍ର ଗିରଫ କରିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.